ଈଶ୍ୱର ଶବ୍ଦ ନୁହନ୍ତି ଯେ ତୁମକୁ ପୁସ୍ତକରେ ମିଳିବେ.. ଈଶ୍ୱର ମୂର୍ତ୍ତି ନୁହନ୍ତି ଯେ ତୁମକୁ ମନ୍ଦିରରେ ମିଳିବେ… ଈଶ୍ୱର ମନୁଷ୍ୟ ନୁହନ୍ତି ଯେ ତୁମକୁ ସମାଜରେ ମିଳିବେ….ଈଶ୍ୱର ଦେଖିବା ପରି କୌଣସି ବସ୍ତୁ ନୁହନ୍ତି ଯେ ତୁମକୁ କେଉଁ ଦୋକାନ କିମ୍ବା ସଂଗ୍ରାହାଳୟରେ ମିଳିଯିବେ….ଈଶ୍ୱର ନା ହିଁ ପୁରୁଷ କିମ୍ବା ସ୍ତ୍ରୀ ଅଟନ୍ତି ନା ହିଁ ନପୁଂସକ, ନା ହିଁ ଦେବତା,ଦେବୀ,ସାଧାରଣ ମନୁଷ୍ୟ,ପ୍ରକୃତିର ପଞ୍ଚତତ୍ୱ…. ଈଶ୍ୱର ଅବିନାଶୀ ଚୈତନ୍ୟ ଜ୍ୟୋତିସ୍ବରୂପ ପରମେଶ୍ବର ଅଟନ୍ତି, ଯିଏକି ତୁମ ଆତ୍ମାର ବ୍ୟାକୁଳତା ଅନୁଯାୟୀ ଅନୁଭବ ଦ୍ଵାରା ହିଁ ପ୍ରତ୍ୟେକ୍ଷ ମିଳିବେ।
ସମ୍ପର୍କ ତ ପ୍ରାୟ ସମସ୍ତେ ଗଢନ୍ତି କିନ୍ତୁ ଶେଷ ଯାଏଁ ସେହିମାନଙ୍କ ସମ୍ପର୍କ ମଜବୁତ୍ ରହିଥାଏ,ଯେଉଁ ମାନଙ୍କ ଭିତରେ ବିଶ୍ବାସ ଦୃଢ଼ ଥାଏ।
ଯେତେବେଳେ ଜଣେ ବୁଝି ଯାଇଥାଏ ଯେ ଏ ଦୁନିଆରେ ସମସ୍ତେ ନିଜ ନିଜର ସ୍ବାର୍ଥ ହାସଲ କରିବା ପାଇଁ ବ୍ୟସ୍ତ ସେତେବେଳେ ଠାରୁ ହିଁ ସେ ଏକା ଜିଇଁବା ଆରମ୍ଭ କରିଦେଇଥାଏ।
“ଜୀବନକୁ ଖୋଲା ବହି କରନ୍ତୁ ନାହିଁ … କାରଣ ଲୋକମାନଙ୍କୁ ପଢିବାରେ ନୁହେଁ ପୃଷ୍ଠା ଚିରିବାରେ ଅଧିକ ମଜା ଆସିଥାଏ !!”
“ଖାଇବା ଯେତେ ଭଲ ହୋଇଥାଉ , ଯଦି ଲୁଣ ନ ଥାଏ ତା ବେକାର ଠିକ୍ ସେମିତି ମଣିଷ ରୂପ ଓ ଗୁଣରେ ଯେତେ ଧନୀ ହୋଇଥିଲେ କଣହେବ , ଯଦି ତା ଭିତରେ ସ୍ନେହ , ଶ୍ରଦ୍ଧା ଓ ଭଲ ପାଇବା ନ ଥାଏ ସେ ସବୁ ମୂଲ୍ୟହୀନ ହୋଇଥାଏ , ସେ ମଣିଷର କୌଣସି ମାନେ ହିଁ ନଥାଏ .. !!”
“ସବୁ ପ୍ରଶ୍ନର ଯେ ଉତ୍ତର ଥିବ ଏମିତି କିଛି ମାନେ ନାହିଁ । ସବୁ ଯନ୍ତ୍ରଣାର ଯେ ଉପଚାର ଥିବ ଏମିତି କୋଉଠି ଲେଖା ନାହିଁ । କେବଳ ମନକୁ ବୁଝିପାରୁଥିବା ବନ୍ଧୁଟିଏ ଲୋଡ଼ା ଜୀବନରେ ଆଉ କିଛି ଦରକାର ନାହିଁ !!”
ମଣିଷର ଜୀବନ ଯିବା ପାଇଁ ତ ଗୋଟିଏ ମୁହୂର୍ତ୍ତ ଲାଗିଥାଏ , କିନ୍ତୁ ନିଜ ଲୋକଙ୍କ ଠାରୁ ଧୋକା ଓ ପ୍ରେମରେ ପ୍ରତାରଣା ପାଇବା ପରେ ମଣିଷ ପ୍ରତି ମୁହୁର୍ତ୍ତରେ ଛଟପଟ ହୋଇ ମରିଥାଏ !!”
ଆମ ଖୁସିରେ ସେଇ ମଣିଷ ସାମିଲ ହୋଇଥାଏ ଯାହାକୁ ଆମେ ନିଜର ଭାବୁ କିନ୍ତୁ ଆମ ଦୁଃଖରେ ସେଇ ମଣିଷ ସାମିଲ ହୁଏ ଯିଏ ଆମକୁ ନିଜର ଭାବେ !!”
କାହାକୁ କିଛି କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ୍ , କାହିଁକିନା ମୁହଁରୁ ବାହାରିଯାଇଥିବା ବାଣୀ ଆଉ ବହିଯାଇଥିବା ପାଣି କେବେ ଫେରିଆସେନା !!”
ଜୟ ଶ୍ରୀକୃଷ୍ଣ
ଅଦ୍ୟ ଅଗଷ୍ଟ ମାସ ୦୪ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଦଶମୀ ଦିବା ଘ୧୧/୩୫ ଗତେ ଏକାଦଶୀ
ନକ୍ଷତ୍ର- ଅନୁରାଧା ଦିବା ଘ୦୯/୫୧ ଗତେ ଜ୍ୟେଷ୍ଠା
ଚନ୍ଦ୍ର- ବିଛା
ଯୋଗ- ବ୍ରହ୍ମ
କରଣ – ଗର
ସୌରମାସ- କର୍କଟ ୨୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୨
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୧୧/୩୫ ଗତେ ଅଗ୍ନି କୋଣେ
ମିଥୁନ ରାଶିର ଘାତବାର
ଏକାଦଶୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୪ ଗତେ ଘ୦୮/୪୧ ମଧ୍ୟେ
ବାରବେଳା- ଦିବା ଘ୦୩/୦୩ ଗତେ ଘ୦୪/୪୦ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୧ ମଧ୍ୟେ ଓ ଘ୧୦/୧୫ ଗତେ ଘ୧୨/୪୦ ମଧ୍ୟେ ଓ ରାତ୍ରି ଘ୦୭/୦୬ ଗତେ ଘ୦୯/୩୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═════✧
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
═════•❁❀❁•═════
ବୃଷ
*ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।
✧═════•❁❀❁•═════
ମିଥୁନ
ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।
✧═════•❁❀❁•═════
କର୍କଟ
କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
✧═════•❁❀❁•═════
ସିଂହ
ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।
✧═════•❁❀❁•═════
କନ୍ୟl
ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।
✧═════•❁❀❁•═════
ତୁଳା
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
✧═════•❁❀❁•═════
ବିଛା
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।
✧═════•❁❀❁•═════
ଧନୁ
କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।
✧═════•❁❀❁•═════
ମକର
ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।
✧═════•❁❀❁•═════
କୁମ୍ଭ
କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍ସନରେ ରହିପାରନ୍ତି।
═════•❁❀❁•═════
ମୀନ
ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।










