16.1 C
Bhubaneswar
Sunday, December 7, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“ଅତୀତ ହେଉଛି ଏକ ଆବର୍ଜନା କାଗଜ ,।ବର୍ତ୍ତମାନ ହେଉଛି ଏକ ଖବରକାଗଜ ,। ଭବିଷ୍ୟତ ହେଉଛି ଏକ ପ୍ରଶ୍ନ ପେପର, ତେଣୁ, ଭଲଭାବେ ପଢ଼ ଏବଂ ଲେଖ, ନଚେତ୍ ଜୀବନ ଏକ ଟିସୁ ପେପର ହେଇଯିବ…….. !!”

“ଜୀବନରେ ସର୍ବଦା ଏହି ସବୁ ବ୍ରାଣ୍ଡେଡ୍ ଆଇଟମ୍ ବ୍ୟବହାର କରନ୍ତୁ ଯଥା :- ଓଠ ପାଇଁ – ସତ୍ୟ | ସ୍ୱର ପାଇଁ- ପ୍ରାର୍ଥନା, ଆଖି ପାଇଁ- ସହାନୁଭୂତି, ହାତ ପାଇଁ ଦାନ ପୁଣ୍ୟ, ହୃଦୟ ପାଇଁ- ପ୍ରେମ ଏବଂ ଚେହେରା ପାଇଁ- ହସ !!”

“ମୁଦ୍ରା ସବୁବେଳେ ଶବ୍ଦ କରେ, କିନ୍ତୁ କାଗଜ ଟଙ୍କା ସବୁବେଳେ ନୀରବ ରହିଥାଏ | ତେଣୁ ଯେତେବେଳେ ତୁମର ମୂଲ୍ୟ ବଢ଼େ, ନିଜକୁ ନୀରବ ଏବଂ ନମ୍ର ରଖ !!”

“ଗଛ ଉପରେ ବସିଥିବା ପକ୍ଷୀ ଶାଖା ଭାଙ୍ଗିବାକୁ କେବେ ଭୟ କରେ ନାହିଁ, କାରଣ ତାଙ୍କ ବିଶ୍ୱାସ ଶାଖା ଉପରେ ନୁହେଁ, ବରଂ ନିଜ ଡେଣା ଉପରେ | ସର୍ବଦା ନିଜ ଉପରେ ବିଶ୍ୱାସ କର !!”

“ଖୁସୀରେ ରହିବାର ୫ଟି ନିୟମ :- ୧. ଘୃଣା କର ନାହିଁ,୨. ତୁଳନା କରନ୍ତୁ ନାହିଁ,୩. ଚିନ୍ତା କର ନାହିଁ,୪. ଆଶା କର ନାହିଁ,୫. ଅଭିଯୋଗ କରନ୍ତୁ ନାହିଁ !!”

“ଶିକ୍ଷା ହେଉଛି ଅନ୍ୟମାନଙ୍କ ସହିତ ତୁମର status. କାରଣ ତୁମର ମାର୍କ, ଡିଗ୍ରୀ ଏବଂ ପଦବୀକୁ କେହି ମନେ ରଖନ୍ତି ନାହିଁ, ତୁମର ମୃତ୍ୟୁରେ ଲୋକମାନେ ତୁମକୁ କେବଳ ଭଲ କିମ୍ବା ଖରାପ ଆଚରଣ ପାଇଁ ମନେ ରଖିଥାନ୍ତି !!”

ଯଦି ଆପଣ ଖୁସି ପାଇଁ କାମ କରନ୍ତି, ଆପଣ ଖୁସି ପାଇବେ ନାହିଁ….
କିନ୍ତୁ
ଯଦି ଆପଣ ଖୁସିରେ କାମ କରନ୍ତି, ଆପଣ ନିଶ୍ଚିତ ଭାବରେ ଖୁସି ପାଇବେ…

ଅଦ୍ୟ ଅଗଷ୍ଟ ମାସ ୦୧ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୪/୦୦ ଗତେ ବିଶାଖା
ଚନ୍ଦ୍ର- ତୁଳା
ଯୋଗ- ସାଧ୍ୟ
କରଣ – ବିଷ୍ଟି
ସୌରମାସ- କର୍କଟ ୧୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୨
*✧═════•❁❀
ଯୋଗିନୀ ଐଶାନ୍ୟେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୧/୩୦ ଗତେ ଘ୦୩/୧୦ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୨ ମଧ୍ୟେ ଓ ଘ୦୭/୫୦ ଗତେ ଘ୧୦/୧୩ ମଧ୍ୟେ ଓ ଘ୦୩/୫୦ ଗତେ ଘ୦୬/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୧/୦୭ ଗତେ ଘ୧୧/୫୫ ମଧ୍ୟେ
═✧══•❁❀❁•═════✧
*ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
– ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ |
✧═════•❁❀❁•═════
ବୃଷ
– ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
✧═════•❁❀❁•═════
ମିଥୁନ
– ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ | କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
✧═════•❁❀❁•═════
କର୍କଟ
– ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ | ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ |
✧═════•❁❀❁•═════✧
ସିଂହ
– ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ | ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ |
✧═════•❁❀❁•═════
କନ୍ୟା
– ଆଜି ଶତ୍ରୁ ପରାଜୟ ହୋଇପାରେ | ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ | ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
✧═════•❁❀❁•═════
ତୁଳା
– ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ | ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
✧═════•❁❀❁•═════
ବିଛା
– ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ | କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ | ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ | ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
✧═════•❁❀❁•═════
ଧନୁ
– ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ | ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ | ବ୍ୟାପାରରେ ଦିନଟି ମଧ୍ୟମ ରହିବ | ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।
✧═════•❁❀❁•═════
ମକର
– ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ | ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ | ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ | ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ |
✧═════•❁❀❁•═════
କୁମ୍ଭ
– ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ | କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ | ଗୁରୁଜନଙ୍କ ଆଶୀର୍ବାଦ ମିଳିବ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ନିବେଶ ଶୁଭ ରହିବ | ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ |

✧═════•❁❀❁•═════
ମୀନ
– ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ | ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବ୍ୟାପାରରେ ବାଧା ଆସିପାରେ | ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking