“ଅବସର ସମୟରେ କାହାର Feelings କୁ ବୁଝିବା ଉଚିତ୍ | କାରଣ ସେମାନଙ୍କର ମଧ୍ୟ ଏକ Exipiry Date ଥାଏ !!”
କଠିନ ପରିଶ୍ରମ କରିବାବେଳେ, ଏହି ତିନୋଟି ଜିନିଷକୁ ନିଜ ମନରେ ରଖନ୍ତୁ … ପ୍ରଥମ – ତୁମର ଲକ୍ଷ୍ୟ, ଦ୍ୱିତୀୟ – କଠିନ ପରିଶ୍ରମ କଦାପି ନଷ୍ଟ ହୁଏ ନାହିଁ,ତୃତୀୟ – କିଛି ଅସମ୍ଭବ ନୁହେଁ !!”
“ଭଲ ଲୋକଙ୍କ ସହିତ ରୁହନ୍ତୁ | କାରଣ ବାଦାମ ଅପେକ୍ଷା ସୁନା କାରିଗର ପାଖରେ ଥିବା ଆବର୍ଜନା ମଧ୍ୟ ମହଙ୍ଗା ଅଟେ !!”
“କାହାକୁ ଦୁର୍ବଳ ବୋଲି ଭାବନ୍ତୁ ନାହିଁ, କାରଣ ୫ କୋଟିର ଚେକ୍ ଲେଖିବା ପାଇଁ ୫ ଟଙ୍କାର କଲମ ହିଁ ଉପଯୋଗୀ ହୋଇଥାଏ !!”
“ସମାଜର ଭୟ ହେତୁ ନିଷ୍ପତ୍ତି କେବେ ମଧ୍ୟ ବଦଳାନ୍ତୁ ନାହିଁ, କାରଣ ସମାଜ କେବଳ ପରାମର୍ଶ ଦେଇଥାଏ, ଖାଇବା ପାଇଁ ରୁଟି ନୁହେଁ .. !!”
“ଜୀବନରେ ଏତେ ବ୍ୟସ୍ତ ରୁହ, ପଶ୍ଚାତାପ, ଦୁଃଖ, ଭୟ ଏବଂ ଘୃଣା ପାଇଁ ସମୟ ହିଁ ନା ମିଳେ| ମନେରଖ, ଖାଲି ବ୍ୟକ୍ତି ଜୀବନରେ ସବୁଠାରୁ ବେଶୀ ଦୁଃଖୀ ରହିଥାଏ !!”
ଜୀବନରେ ଯାହା କରିବା ପାଇଁ ହୃଦୟରୁ ଶ୍ରଦ୍ଧା, ଉତ୍ସାହ ଆସେ ସେହି ଜିନିଷ କରିବା ପାଇଁ ନିଜ ମନ, ପ୍ରାଣ ମଧ୍ୟ ଲଗେଇ ଦିଅନ୍ତୁ….
ପାଚିଲା ଫଳର ତିନୋଟି ପରିଚୟ ରହିଥାଏlତାହା ହେଲା ପ୍ରଥମେ ଏହା ନରମ ହୋଇଥାଏ,ଦ୍ୱିତୀୟଟି ମିଠା ହୋଇଥାଏ ଏବଂ ତୃତୀୟଟି ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏlସେହିଭଳି ଜଣେ ଭଲ ପରିପକ୍ୱ ବ୍ୟକ୍ତିଙ୍କର ମଧ୍ୟ ତିନୋଟି ପରିଚୟ ରହିଥାଏlପ୍ରଥମେ ତାଙ୍କ ଠାରେ ନମ୍ରତା,ଦ୍ୱିତୀୟରେ ତାଙ୍କ କଥାରେ ମଧୁରତା ଏବଂ ତୃତୀୟଟି ହେଉଛି ତାଙ୍କ ମୁହଁରେ ଆତ୍ମବିଶ୍ୱାସର ରଙ୍ଗ ରହିବା ଉଚ୍ଚିତl
ଅଦ୍ୟ ମଇ ମାସ ୨୯ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ରାତ୍ରି ଘ୧୧/୧୮ ଗତେ ଚତୁର୍ଥୀ
ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୧୧/୧୪ ଗତେ ପୁନର୍ବସୁ
ଚନ୍ଦ୍ର- ମିଥୁନ
ଯୋଗ- ଶୂଳ
କରଣ – ତୈତିଳ
ସୌରମାସ- ବୃଷ ୧୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୨୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୧/୧୮ ଗତେ ନୈରୁତେ
ତୁଳା ଓ କୁମ୍ଭ ରାଶିର ଘାତବାର
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୩/୦୪ ଗତେ ଘ୦୬/୧୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୭/୦୨ ଗତେ ଘ୦୯/୧୫ ମଧ୍ୟେ ଓ ଘ୧୨/୧୦ ଗତେ ଘ୦୨/୨୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୦ ମଧ୍ୟେ ଓ ଘ୦୯/୨୦ ଗତେ ଘ୧୧/୦୬ ମଧ୍ୟେ
* ═✧══•❁❀❁•═════
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।*
✧═════•❁❀❁•═════
ବୃଷ
–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।*
✧═════•❁❀❁•═════
ମିଥୁନ
-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।*
✧═════•❁❀❁•═════
କର୍କଟ
–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।*
✧═════•❁❀❁•═════
ସିଂହ
– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।*
✧═════•❁❀❁•═════
କନ୍ୟା
– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।*
✧═════•❁❀❁•═════
ତୁଳା
–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।*
✧═════•❁❀❁•═════
ବିଛା
–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।*
✧═════•❁❀❁•═════
ଧନୁ
– ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।*
✧═════•❁❀❁•═════
ମକର
– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।*
✧═════•❁❀❁•═════
କୁମ୍ଭ
–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।*
✧═════•❁❀❁•═════
ମୀନ
–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।