ରଙ୍ଗ ତ ମଣିଷ ବେଶୀ ବଦଳାଏ
କିନ୍ତୁ ନାଁ ହୁଏ ଏଣ୍ଡୁଅର । ବିଫଳତା ହିଁ ମୂଳମନ୍ତ୍ର
ସଫଳତା ।
ସମୟ , ବିଶ୍ୱାସ ଓ ସମ୍ମାନ ହେଉଛି ଏମିତି ପକ୍ଷୀ ଯାହା ଥରେ ଉଡିଗଲେ ଆଉ ଫେରିଆସେ ନାହିଁ ।
ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ।
Profile Lock କରି Friend Request ପଠାନ୍ତୁ ନାହିଁ
_ପ୍ରଥମେ ସମସ୍ତଙ୍କୁ ମୁହଁ ଦେଖାନ୍ତୁ ତା ପରେ ବନ୍ଧୁତା କରିବାକୁ ଆସିବେ ! .
ଆମେ ଖୁସିରେ ଥିବା ସମୟରେ ଯଦି କୌଣସି ଖଳପ୍ରକୃତିର ବ୍ଯକ୍ତି ଆସି ଇଆଡୁ ସିଆଡୁ ପଚାରି ଆମ ଚଳନୀ ସମ୍ବନ୍ଧରେ ବିକ୍ଷେପ କରେ ତେବେ ତାକୁ ବିଘ୍ନ ବୋଲି ମାନ ନାହିଁ,ଏଥିରେ ପ୍ରସନ୍ନ ହୁଅ କି ଆମକୁ ଭଗବାନ ପରୀକ୍ଷା କରୁଛନ୍ତି। ଯଦି ତା ବିଘ୍ନ ମାନିବା,ତେବେ ଏହା ଆମର ଅନିଷ୍ଠ ହୋଇଯାଏ.ଏପରି ଭାବନା ଆଣ ଯେ ତାକୁ ଭଗବାନ ଆମ ଧୈର୍ଯ୍ଯ ଓ ସମତାର ପରୀକ୍ଷା ପାଇଁ ପଠାଇ ଛନ୍ତି l ଯଦି ବିଘ୍ନ ମାନିନେଲ ତେବେ ତୁମେ ଅକୃତକାର୍ଯ୍ୟ ହୋଇଗଲ ଓ ସେହି ବିକ୍ଷେପକୁ ପୁରସ୍କାର ମାନିନେଲ ତ ଏହା ତୁମପାଇଁ ପୁରସ୍କାର ହୋଇଯାଏ।
ଆମ ପାଖରେ ଯେତିକି ଅଛି ସେତିକିକୁ ନେଇ Satisfaction ହେବା ଉଚିତ୍,କାହିଁକି ନା ଅତ୍ୟଧିକ ଆଶା ଓ ଲୋଭ ମଣିଷକୁ ଦୁଃଖ ଆଡ଼କୁ ଟାଣି ନେଇଥାଏ।
ସ୍ରୁଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ।ତାହା ଧନ ହେଉ କିମ୍ବା ଭୋଜନ,ସମ୍ନାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ।
ଅଦ୍ୟ ମଇ ମାସ ୨୭ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ
ତିଥି- ଅମାବାସ୍ୟା ଦିବା ଘ୦୮/୨୮ ଗତେ ପ୍ରତିପଦ
ନକ୍ଷତ୍ର- କୃତ୍ତିକା ଦିବା ଘ୦୬/୦୨ ଗତେ ରୋହିଣୀ
ଚନ୍ଦ୍ର- ବୃଷ
ଯୋଗ- ସୁକର୍ମା
କରଣ – ନାଗ
ସୌରମାସ- ବୃଷ ୧୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୫୦
*✧═════•❁❀
ଯୋଗିନୀ ଐଶାନ୍ୟେ ଦିବା ଘ୦୮/୨୮ ଗତେ ପୂର୍ବେ
ବିଛା ରାଶି ର ଘାତଚନ୍ଦ୍ର
ମକର ରାଶିର ଘାତବାର
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୩ ମଧ୍ୟେ
ବାରବେଳା- ଦିବା ଘ୦୬/୫୦ ଗତେ ଘ୦୮/୨୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୯ ମଧ୍ୟେ ଓ ଘ୦୯/୧୨ ଗତେ ଘ୧୧/୩୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୦୫ ଗତେ ଘ୦୩/୫୩ ମଧ୍ୟେ ଓ ଘ୦୪/୪୧ ଗତେ ଘ୦୫/୨୩ ମଧ୍ୟେ
* ═✧*══•❁❀❁•═
* ════✧
ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*
✧═════•❁❀❁•═════*
ବୃଷ
-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।*
✧═════•❁❀❁•═════
ମିଥୁନ
-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*
✧═════•❁❀❁•═════
କର୍କଟ
-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*
✧═════•❁❀❁•═════
ସିଂହ
-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
✧═════•❁❀❁•═════
କନ୍ୟା
-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*
✧═════•❁❀❁•═════
ତୁଳା
-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍ ଆଦୃତ ହେବେ।*
✧═════•❁❀❁•═════
ବିଛା
-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*
✧═════•❁❀❁•═════
ଧନୁ
-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*
✧═════•❁❀❁•═════
ମକର
-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*
✧═════•❁❀❁•═════
କୁମ୍ଭ
-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*
✧═════•❁❀❁•═════
ମୀନ
-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।