15.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କେହି କେହି ନୂଆ କିଛି ପାଇଲେ ପୁରୁଣାକୁ ଭୁଲି ଯାଆନ୍ତି
କେହି କେହି ହଜାରେ ନୂଆ ଭିଡ ଭିତରେ ପୁରୁଣାକୁ
ଖୋଜିବୁଲନ୍ତି ସୁଖ ବାହାରୁ ମିଳିବା ଜିନିଷ ନୁହେଁ, କିନ୍ତୁ ଅହଂକାର ନ ଛାଡିଲେ ଏହା ହାସଲ ହୋଇ ପାରିବ ନାହିଁ !!
କୌଣସି ବି ଲକ୍ଷ ଆମର ସାହସ ଠାରୁ ବଡ଼ ନୁହେଁ.. ସେ ହିଁ କେବଳ ହାରିଥାଏ, ଯିଏ ଲଢ଼ି ନଥାଏ !!
ପ୍ରତ୍ୟେକ ଚେଷ୍ଟାରେ Success ମିଳିନଥାଏ, କିନ୍ତୁ ପ୍ରତ୍ୟେକ Success ର କାରଣ ଚେଷ୍ଟା ହୋଇଥାଏ ।

ବିପତ୍ତିରେ ଧୈର୍ଯ୍ଯ ହରାଅନାହିଁ କିନ୍ତୁ ଏହାକୁ ଭଗବାନଙ୍କ ଦାନ ମାନି ସମ୍ପତ୍ତି ରୂପରେ ସ୍ବୀକାର କରିବା ଉଚିତ।
କାହାର ଦୋଷ ଦେଖନାହିଁ,ଏହା ଆଖି ଓ ମନ ଉଭୟକୁ ମଳିନ କରେ ଓ ଜଗତରେ ପାପର ବୋଝ ବଢ଼ାଇଥାଏ ଏଣୁ ଯାହାକିଛି ବି ଦେଖ ଭଲ ଆଡକୁ ଲକ୍ଷ ରଖ,ଭଲାଇ ହିଁ ସତ୍ଯ ଓ ଜୀବନ ଅଟେ।ଏହା ଭୁଲନାହିଁ କି କେବଳ ପରମାତ୍ମାଙ୍କୁ ଛାଡି ସଂସାରରେ କେହି ବି ସମ୍ପୂର୍ଣ୍ଣ ନୁହେଁ।
ଦୁନିଆରେ ଏହି ତିନି ଜଣ ବ୍ଯକ୍ତି ଭଲ ଅଟନ୍ତି।ସେମାନେ ହେଲେ…
୧. ପରୋପକାରୀ
୨. ନିରୀହ
୩. ବିଶ୍ବାସୀ
କିନ୍ତୁ…ସୁବିଧାବାଦୀ ଲୋକ ପରିସ୍ଥିତି ଦେଖି ନିଜର ରଙ୍ଗ ବଦଳାଇ ଦିଅନ୍ତି ଓ ଖୁସିରେ ରୁହନ୍ତି।
ଭାଗ୍ୟ ଯେତେବେଳେ ଭଗାରୀ ହୁଏ ସେତେବେଳେ ବହୁତ କଷ୍ଟ ସହିବାକୁ ପଡ଼େ।*
ଯାହା କାଲି ଥିଲା ତାହା ଆଜିକି ନାହିଁ, ଯାହା ଆଜି ଅଛି କାଲିକି ରହିବନାହିଁ. ରହିବା-ନ ରହିବାର କ୍ରମ ଏହିପ୍ରକାର ଚାଲି ଆସୁଛି ଓ ଆଗକୁ ବି ଚାଲୁଥିବ କିନ୍ତୁ ଆମେ ଅଛେ ଓ ଆମେ ସଦା ରହିବା, ଏହି ଭ୍ରମ ବି ଦୃଢ ହୋଇ ଚାଲିଥିବ।
ନିର୍ଣ୍ଣୟ ଆମ ଖୁସିରେ ହେବା ଆବଶ୍ୟକ ଏହା ତ ଠିକ କିନ୍ତୁ ପ୍ରତ୍ୟେକ ନିର୍ଣ୍ଣୟରେ ନିଜ ଖୁସି ଖୋଜିବା ଅନୁଚିତ।*
ଏ ସଂସାରରେ ମଣିଷ ବରାବର ସଂଗ୍ରହ ଚଳାଇଥାଏ ତିଷ୍ଠି ରହିବା ପାଇଁ,କେତେବେଳେ ସେ ହାରିଯାଏ ତ କେତେବେଳେ ଜିତିଯାଏ ।ସଂଗ୍ରହ ଭିତରେ ହିଁ ବୀରତ୍ବ ରହିଥାଏ,ବିଜୟ ଭିତରେ ନୁହେଁ
ସମ୍ପର୍କ ବଜାରରେ ଟିକେ ଦେଖି ଚାହିଁ ସମ୍ପର୍କ ଗଡନ୍ତୁ….
କାରଣ
ଏଠି ଲୋକେ ବିଶ୍ୱାସୀ କମ୍ ଆଉ ବିଶ୍ୱାସ ସହ ଖେଳନ୍ତି ବେଶୀ….

ଅଦ୍ୟ ମଇ ମାସ ୨୬ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୦୮ ଗତେ ଅମାବାସ୍ୟା
ନକ୍ଷତ୍ର- ଦ୍ଵିଜା ଦିବା ଘ୦୮/୫୪ ଗତେ କୃତ୍ତିକା
ଚନ୍ଦ୍ର- ମେଷ ଦିବା ଘ୦୨/୧୧ ଗତେ ବୃଷ
ଯୋଗ- ଶୋଭନ
କରଣ – ସକୁନି
ସୌରମାସ- ବୃଷ ୧୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୦
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୧୨/୦୮ ଗତେ ଐଶାନ୍ୟେ
ବିଛା ରାଶି ର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ଅମାବାସ୍ୟା ର ସମ୍ବତ୍ସାରିକ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୬/୪୯ ଗତେ ଘ୦୮/୨୭ ମଧ୍ୟେ
ବାରବେଳା- ଦିବା ଘ୦୩/୦୨ ଗତେ ଘ୧୨/୫୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୮ ଗତେ ଘ୧୦/୦୦ମଧ୍ୟେ ଓ ରାତ୍ରି ଘ୦୯/୨୫ ଗତେ ଘ୧୨/୩୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୨୫ ଗତେ ଘ୦୫/୦୫ ମଧ୍ୟେ ═✧══•❁❀❁•═════✧
ଅଦ୍ୟ ବିରି ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।*
✧═════•❁❀❁•═════
ବୃଷ
: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।*
✧═════•❁❀❁•═════
ମିଥୁନ
: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।*
✧═════•❁❀❁•═════
କର୍କଟ
: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।*
✧═════•❁❀❁•═════
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।*
✧═════•❁❀❁•═════
କନ୍ୟା
: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।*
✧═════•❁❀❁•═════
ତୁଳା
: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।*
✧═════•❁❀❁•═════
ବିଛା
: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।*
✧═════•❁❀❁•═════
ଧନୁ
: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।*
✧═════•❁❀❁•═════
ମକର
: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।*
✧═════•❁❀❁•═════
କୁମ୍ଭ
: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।*
✧═════•❁❀❁•═════
ମୀନ
: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking