25.1 C
Bhubaneswar
Thursday, February 5, 2026
Homeଓଡିଶାଆଜିର ନୀତିବାଣୀ

ଆଜିର ନୀତିବାଣୀ

ମନୁଷ୍ୟ ନିଜ ମୃତ୍ୟୁ ଠାରୁ ନିଜ ପ୍ରିୟ ଲୋକର ମୃତ୍ୟୁକୁ ବେଶୀ ଭୟ କରେ !!
ବନ୍ଧୁ ତ ସିଏ… ଯାହା ପାଖେ ବିଶ୍ୱାସ ଜମା କରାଯାଏ, ଆଉ ଦୁଃଖ ଗୁଡା ସେୟାର କରାଯାଏ !!

ଦୁନିଆରେ ତୁମକୁ ବୁଝେଇବା ପାଇଁ ବହୁତ ଲୋକ ମିଳିଯିବେ, କିନ୍ତୁ ତୁମକୁ ବୁଝିବା ଲୋକ କମ ମିଳିବେ !!

ସମ୍ପର୍କ ଏମିତି ଏକ ଶବ୍ଦ ସେ ବନ୍ଧୁତ୍ୱ ର ହେଉ ଅବା ଭଲ ପାଇବାର ହେଉ ତାକୁ କେବେହେଲେ ଭୁଲି ହୁଏ ନାହିଁ !!

ଏ ଦୁନିଆରେ ଧନ ଆଉ ସମ୍ପର୍କରେ କୌଣସି ପ୍ରଭେଦ ନାହିଁ.. କାରଣ ଧନ ପାଖରେ ସମ୍ପର୍କର ଭିଡ଼ ପରିଲିକ୍ଷିତ ହୋଇଥାଏ !!

ଆମ ସମସ୍ତଙ୍କ ଜୀବନରେ ଖୁସିର ଶବ୍ଦଟି temporary, ଆଉ ଦୁଃଖର ଶବ୍ଦଟି ସବୁବେଳେ permanent !!

ଯାହାକୁ ଆମେ ନିଃସଙ୍ଗତା କହୁ, ତାହା ଏହି ସଂସାରର ସବୁଠାରୁ ଅଭିନ୍ନ ତତ୍ତ୍ୱ । ଯେକୌଣସି ବ୍ୟକ୍ତିକୁ ଦେଖନ୍ତୁ, ସେ ସ୍ୱୟଂ ନିଜେ ଏକଲା ହିଁ ହୋଇଥାଏ । ଏକଲା ରହିବାର କାରଣ ହେଲା ଯିଏ ତାକୁ ସୃଷ୍ଟି କରିଛନ୍ତି, ସେ ତା’ ଭିତରେ ଏପରି ଏକ ତତ୍ତ୍ୱ ସମାହିତ କରି ଦେଇଛନ୍ତି, ଯାହା ତାକୁ ସର୍ବଦା ଏକାକୀ ଲକ୍ଷ୍ୟ ଦିଗରେ ସମର୍ପିତ ରଖେ ।
ପାପର ବିରୁଦ୍ଧାଚରଣ କରୁଥିବା ମନୁଷ୍ୟ ଦେବତ୍ୱ ପ୍ରାପ୍ତ କରେ l
ତୁମେମାନେ ଶୁଦ୍ଧପୂତ, ଅକପଟ ଓ ନିର୍ମଳ ହୁଅ। ବ୍ରାହ୍ମଚର୍ଯ୍ୟପରାୟଣ ହୁଅ, ସତ୍ୟାନ୍ବେଷୀ ହୁଅ – ତାହାହେଲେ ସିନା ତୁମମାନଙ୍କ ମଧ୍ୟରେ ପୂର୍ଣ୍ଣ ଶକ୍ତିର ଆବିର୍ଭାବ ହେବ। ଅପବିତ୍ର ବସ୍ତୁ କଅଣ କେତେବେଳେ ଦେବ ଭୋଗ ପାଇଁ ଅର୍ପିତ ହୁଏ ?”

ମେଷ: ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ।

ବୃଷ: ଆପଣ ଚିନ୍ତା ମୁକ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ନିକଟ ସ˚ପର୍କିୟଙ୍କ ମାଧୢମରେ ଲାଭ ହେବ।

ମିଥୁନ: ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ।

କର୍କଟ: ସ୍ଥଗିତ କାମ ପୂରା ହେବାରୁ ମନ ପ୍ରସନ୍ନ ହେବ। ଅର୍ଥ ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ସି˚ହ: ସୃଜନଶୀଳ କାମରେ ଆପଣଙ୍କର ନାମ ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ଲେଖାପଢ଼ାରେ ପରିଶ୍ରମ କରିବା ଆବଶ୍ୟକ।

କନ୍ୟା: ଭାଗ୍ୟ ଆପଣଙ୍କୁ ସାଥ ଦେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ସଫଳ ହେବେ। ରାଜନୀତିରେ ଲାଭଦାୟକ ସ୍ଥିତି ସୃଷ୍ଟି ହେବ।

ତୁଳା: ପାଖ ଲୋକଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମ ପୂରା ହେବ। ପୁଞ୍ଜି ବଜାରରେ ଲାଭ ପାଇବେ। ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ବିଛା: ଗପସପରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ଧନୁ: ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।

ମକର: ସହଯୋଗୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ହେବ। ପ୍ରତିକୂଳ ପରିସ୍ଥିତିର ସାମନା କରିପାରନ୍ତି। ବ୍ୟବସାୟର ବିସ୍ତାର ପାଇଁ ଚିନ୍ତା କରିବେ।

କୁମ୍ଭ: ସାରାଦିନ ଖୁସି ରହିବେ। ରାଜନୀତିରେ ପରିସୀମା ବଢ଼ାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ।

ମୀନ: ଅଫିସ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବ୍ୟବସାୟରେ ଅଧିକ ଲାଭ ପାଇବେ। ବିବାହିତ ସୁଖଦ ସମୟ ଅତିବାହିତ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking