15.1 C
Bhubaneswar
Wednesday, December 10, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ବୁଦ୍ଧିମାନ ବ୍ୟକ୍ତି ସଦା ସଫଳତା ପଛରେ ଦୌଡ଼ିଥାନ୍ତି,କିନ୍ତୁ ସଫଳତା ସଦା ବିବେକବାନ ବ୍ୟକ୍ତି,ପଛରେ ଦୌଡ଼ି ଥାଏ।କାରଣ ସଫଳତା ଜଳ ସଦୃଶ୍ୟ ଅଟେ,ଜଳ କୁ ଧରିବା ପାଇଁ ହାତ ମୁଠା ନୁହଁ ବରଂ ହାତ ଆଞ୍ଜୁଳା ର ଆବଶ୍ୟକ ହୁଏ।କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ନିଜ ବୁଦ୍ଧି କାରଣ ରୁ,ଅଂହାଙ୍କର ରେ ଆସି ସଫଳତାକୁ ନିଜ ହାତ ମୁଠାରେ ରଖିବାକୁ ଚଂହାନ୍ତି,କିନ୍ତୁ ବିବେକୀ ବ୍ୟକ୍ତି, ନିଜ ବିବେକପଣ କାରଣରୁ ସଦା ସମର୍ପଣ ଭାବେ କର୍ମ କରିଚାଲନ୍ତି,ଫଳରେ ଅଳ୍ପ ବୁଦ୍ଧି ରେ ମଧ୍ୟ ଅଧିକ ସଫଳତା ପ୍ରାପ୍ତ କରିଥାନ୍ତି।ଏଣୁ ସଫଳତା ପଛରେ ନପଡ଼ି,ନିଜକୁ ସଫଳତା ର ଯୋଗ୍ୟ ବନାନ୍ତୁ,ଦେଖିବେ ସଫଳତା ଆପଣଙ୍କ ପଛେ ପଡିବ।
ଯେଉଁ ବ୍ୟକ୍ତି ଜୀବନରେ ସଦା ନିଜକୁ ପରଖି ନିଜ ଭୁଲକୁ ସୁଧାରେ ସେ ଜୀବନର ମାର୍ଗରେ ସଦା ସଫଳ ଓ ସମ୍ନାନ ପ୍ରାପ୍ତି କରିଥାଏ।କିନ୍ତୁ ଯେଉଁ ବ୍ୟକ୍ତି ସଦା ପର ଦୋଷ ଓ ପର ଅବଗୁଣ ପଛରେ ପଡନ୍ତି, ସେ ସଦା ଅସଫଳ ଓ ଚିନ୍ତା ରେ ପଡି ,ଦୁଖଃ ଭୋଗ କରନ୍ତି।ଏଣୁ ଜୀବନରେ ଅନ୍ୟର ଭୁଲ ପାଇଁ ସମୟ କୁ ନଷ୍ଟ ନକରି ,ସଦା ନିଜ ପାଇଁ କିଛି ସମୟ ରଖନ୍ତୁ, ଫଳରେ ନିଜ କମଜୋରକୁ ଜାଣି ସୁଧାରି ପାରିବେ
କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ । ଆପଣଙ୍କ ବ୍ୟବହାରରେ ହୁଏତ ସେ ଲଜ୍ଜା ଅନୁଭବ କରିବ, ଆପଣଙ୍କ ଅହିଂସା ହୁଏତ ତାକୁ ସତ୍ୟ ପଥକୁ ଆଣିପାରିବ….

ଅଦ୍ୟ ମଇ ମାସ ୧୬ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ
ନକ୍ଷତ୍ର- ମୂଳା ଦିବା ଘ୦୪/୫୭ ଗତେ ପୂର୍ବାଷାଢ଼ା
ଚନ୍ଦ୍ର- ଧନୁ
ଯୋଗ- ସିଦ୍ଧି
କରଣ – ବବ
ସୌରମାସ- ବୃଷ ୦୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୫୯
*✧═════•❁❀
ଯୋଗିନୀ ନୈରୁତେ
ତୁଳା ଓ କୁମ୍ଭ ଘାତ ଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୨୬ ଗତେ ଘ୧୧/୪୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୩ ଗତେ ଘ୦୧/୪୨ ମଧ୍ୟେ ଓ ରାତ୍ରି ଘ୦୮/୨୨ ଗତେ ଘ୧୨/୪୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୬ ଗତେ ଘ୦୭/୦୦ ମଧ୍ୟେ
* ═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*
✧═════•❁❀❁•═════
ବୃଷ
: ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।*
✧═════•❁❀❁•═════
ମିଥୁନ
: ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*
✧═════•❁❀❁•═════
କର୍କଟ
: କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।*
✧═════•❁❀❁•═════
ସିଂହ
: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*
✧═════•❁❀❁•═════
କନ୍ୟା
: ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*
✧═════•❁❀❁•═════
ତୁଳା
: ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*
✧═════•❁❀❁•═════
ବିଛା
: ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*
✧═════•❁❀❁•═════
ଧନୁ
: ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*
✧═════•❁❀❁•═════
ମକର
: ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*
✧═════•❁❀❁•═════
କୁମ୍ଭ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*
✧═════•❁❀❁•═════
ମୀନ
: ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking