“ପ୍ରକୃତିର ନିୟମ ଅନୁସାରେ ସମସ୍ତେ ଚଳିବାକୁ ବାଧ୍ୟ । ପ୍ରକୃତିକୁ କେହି ବାଧା ଦେଇପାରିବେ ନାହିଁ । ପ୍ରାକୃତିକ ନିୟମକୁ କେହି ବଦଳାଇ ପାରିବ ନାହିଁ !!”
ପ୍ରକୃତି ମହାନ୍ ସର୍ବ ଶକ୍ତିମାନ । ସେ ସଂସାରର ଡୋରୀ ହାତରେ ଧରି କୀଟ, ତରୁ, ଜୀବଜନ୍ତୁଙ୍କୁ ନଚାଉଛନ୍ତି । ରାଜାଙ୍କୁ ପ୍ରଜା, ପ୍ରଜାକୁ ରାଜା, ଧନୀକୁ କାଙ୍ଗାଳ, କାଙ୍ଗାଳକୁ ଧନୀ କରୁଛନ୍ତି । କର୍ମ ଉପରେ ଭରସା ରଖିଲେ ସବୁ ସମ୍ଭବ ହୋଇପାରିବ !!”
“ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି । ଯାହା ହୋଇଛି ଭଲ ହୋଇଛି ଏବଂ ଯାହା ଆଗକୁ ହେବ ତାହା ମଧ୍ୟ ଭଲ ହେବ । ସବୁ ସେଇ ନୀୟତିର ଇଚ୍ଛା !!”
“ଯିଏ ଧନ ଲୋଭରେ ପାଗଳ ପ୍ରାୟ । ଖରାପ କାମ କରି ଧନ ଅର୍ଜ୍ଜନ କରେ । ପାପ ଶକ୍ତିରେ ବଳୀୟାନ । ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ ମଧ୍ୟ ସେ ବଡ ଭୀରୁ । ତାକୁ ସର୍ବଦା ମରଣର ଭୟ ଘାରୁଥାଏ !!”
“ଯେଉଁ ପ୍ରାଣୀ ଦାନ ଦିଏ ନାହିଁ, ସାଧୁସଙ୍ଗ କରେ ନାହିଁ, ଗୁରୁଜନଙ୍କୁ ମାନେ ନାହିଁ, ସେ ବଂଚି ଥାଇ କିଛି ଲାଭ ନାହିଁ । ତା ଜୀବନର କିଛି ସାର୍ଥକତା ନଥାଏ । ସେ ଶବ ସହିତ ସମାନ !!”
ଜୀବନରେ କିଛି କଷ୍ଟ ଏମିତି ଥାଏ, ଯାହା ବଞ୍ଚିବାକୁ ଦେଇ ନଥାଏ….
ହେଲେ
କିଛି ଦାୟିତ୍ଵ ଏପରି ମଧ୍ୟ ଥାଏ, ଯାହା ମରିବାକୁ ବି ଦେଇ ନଥାଏ….
ଥରେ ଧନ କହିଲା ମୁ ଚାଲିଗଲେ ପୁଣି ଫେରି ଆସିବି ଠିକ ସେତିକିବେଳେ ଜ୍ଞାନ କହିଲା ମୁ ମଧ୍ୟ ଗଲେ ପୁଣି ଫେରି ଆସିବି କିନ୍ତୁ ବିଶ୍ୱାସ କହିଲା ମୁ ଥରେ ଚାଲିଗଲେ ଆଉ କେବେ ବି ଫେରିବି ନାହିଁl ତେଣୁ କେବେ କାହାର ବିଶ୍ୱାସ ଭାଙ୍ଗନ୍ତୁ ନାହିଁl ସମ୍ପର୍କ ବିଶ୍ୱାସର ଏକ ମାଇଲ ଖୁଣ୍ଟl
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଅଦ୍ୟ ଅପ୍ରେଲ ମାସ ୩୦ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ବୈଶାଖ ମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ଦିବା ଘ ୦୨/୦୫ ଗତେ ଚତୁର୍ଥୀ
ନକ୍ଷତ୍ର- ରୋହିଣୀ ଦିବା ଘ୦୪/୪୭ ଗତେ ମୃର୍ଗଶିରା
ଚନ୍ଦ୍ର – ବୃଷ
ଯୋଗ- ଶୋଭନ
କରଣ – ଗର
ସୌରମାସ- ମେଷ ୧୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୧୯
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୦୫ ଗତେ ନୈରୁତେ
କନ୍ୟା ରାଶିର ଘାତବାର
କର୍କଟ ରାଶିର ଘାତଚନ୍ଦ୍ର
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୨/୨୬ଗତେ ଘ୦୩/୫୨ ମଧ୍ୟେ
ବାରବେଳା- ଦିବା ଘ୧୧/୩୭ଗତେ ଘ୦୧/୨୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୮ ମଧ୍ୟେ ଓ ରାତ୍ରି ଘ୦୬/୫୩ ଗତେ ଘ୦୯/୧୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୩ ଗତେ ଘ୦୬/୦୦ ମଧ୍ୟେ
* ═✧*══•❁❀❁•═════✧
*ଅଦ୍ୟ ପୋଟଳ ଓ ଦିବା ଘ ୦୨/୦୫ ଗତେ ମୂଳା ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════*
ମେଷ
:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
✧═════•❁❀❁•═════
ବୃଷ
:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*
✧═════•❁❀❁•═════
ମିଥୁନ
:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।*
✧═════•❁❀❁•═════
କର୍କଟ
:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*
✧═════•❁❀❁•═════
ସିଂହ
:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
✧═════•❁❀❁•═════
କନ୍ୟା
:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
✧═════•❁❀❁•═════
ତୁଳା
:-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*
✧═════•❁❀❁•═════
ବିଛl
:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*
✧═════•❁❀❁•═════
ଧନୁ
:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
✧═════•❁❀❁•═════
ମକର
:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।
✧═════•❁❀❁•═════
କୁମ୍ଭ
:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
✧═════•❁❀❁•═════
ମୀନ
:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।









