ଆଜି ଠାରୁ ଭଲ ଆଉ କିଛି ନୁହେଁ କାରଣ କାଲି କେବେ ଆସେ ନାହିଁ ଏବଂ ଆଜି କେବେ ଯାଏ ନାହିଁ ।*
ଅନ୍ୟକୁ ଦେଖି ହସିବା ବଦଳରେ ନିଜକୁ ନିଜେ ଦେଖି ହସିବା ଉଚିତ୍ —-
ସବୁବେଳେ ଅନ୍ୟର ଭୁଲ୍ କୁ ଦେଖିବା ବଦଳରେ ବେଳେ ବେଳେ ନିଜର ଭୁଲ୍ କୁ ବି ଦେଖିବା ଉଚିତ୍ ।।
ଧନ ଜନ ନେଇ ଗର୍ବ କର ନାହିଁ*
କିଛି ନୁହେଁ ଚିରସ୍ଥାୟୀ
ଜୀବନ ବି ଏଠି ପାଣିର ଫୋଟକା
ଆଜି ଅଛି କାଲି ନାହିଁ !!
ଦୁନିଆରେ ଚାରୋଟି ସ୍ଥାନ କେବେ ପୂରଣ ହୋଇ ନ ଥାଏ —।।*
ପ୍ରଥମ – ସମୁଦ୍ର
ଦ୍ୱିତୀୟ – ମଶାଣି
ତୃତୀୟ – ଶୋଷର କଳସ
ଚତୁର୍ଥ – ମଣିଷର ମନ
ଜୀବନରେ ଗୋଟିଏ ଜିନିଷ କେବେ Delete ହୁଏନାହିଁ , ଆଉ ସେଇଟା ହେଉଛି ସ୍ମୃତି ।
ଅଦ୍ଯ ମେଷ ଦି୭ନ, ବୈଶାଖ କୃଷ୍ଣ ସପ୍ତମୀ ଦ୩୪।୪୨ ରାଘ୭।୨୨,ପୂର୍ବାଷାଢା ଦ୧୮।୧୪ ଦିଘ୧୨।୪୭,ଧନୁ ଚନ୍ଦ୍ର ଦ୩୩।୫୬ ରାଘ୭।୩।
ଭାରତୀୟ ସାଧାରଣ ସମୟ ଅନୁସାରେ (I,S.T.)
ମେଷ ଦ୦/୪୫/୫ ଇଂଘ ୫/୨୮/୪୩ ଗତେ ଉଦୟ।
ତୁଳା ଦ୦/୫୬/୮ ଇଂଘ ୬/୨/୨୧ ଗତେ ଅସ୍ତ ।
ଯୋଗିନୀ ବାୟବ୍ୟେ । ରାତ୍ରି ଘ୭ ।୨୨ ଗତେ ଐଶାନ୍ୟେ । ଦିବା ଘ୭ ।୯ ଗତେ ଯାତ୍ରା ଶୁଭ ଓ ଦେବତା ଗଠନ, ନୌକା ଗଠନ ଓ ଚାଳନ, ବାଣିଜ୍ୟ କରଣ, ହଳ ପ୍ରବାହ ଓ ବୀଜ ବପନ, ଔଷଧିକରଣ ଓ ଭକ୍ଷଣ,ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୪୭ ଗତେ ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ବିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢା ଏ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି । ରାତ୍ରି ଘ୭।୩ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୭ ଗତେ ଘ୧।୧୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୦ ଗତେ ଘ୨।୩୫ ମଧ୍ୟେ କାଳରାତ୍ରି ।ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି, ପଶୁହାନି । ଭୂମି, ଅନ୍ନଦାନ । ଦିବା ଘ୧୨।୪୭ ଗତେ ତ୍ରିପାଦ ଦୋଷ । ଫଳଂ ସଂପଦହାନି, ଭୂମି, ଅନ୍ନ, ତିଳକାଞ୍ଚନ ଦାନ । ରାତ୍ରି ଘ୭।୨୨ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି, ସନ୍ତାନହାନି, ଭୂମି, ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୧୨।୪୭ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା, ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ରାତ୍ରି ଘ୭।୨୨ ଗତେ ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ । ରାତ୍ରି ଘ୭।୩ ଗତେ ଶରଣ ପଞ୍ଚକ ଦୋଷ । ତୃଣକାଷ୍ଠ(ସୁଖିଲା କାଠ) ଛେଦନ ନିଷେଧ ।
*(ଅମୃତ)-ଦିବା ଘ୬।୧୬ ଗତେ ଘ୯।୨୮ ମଧ୍ୟେ ରାତ୍ରି ଘ୭।୩୮ ଗତେ ଘ୯ ।୧୪ ମଧ୍ୟେ।(ମାହେନ୍ଦ୍ର)– ଦିବା ଘ୬।୧୬ ମଧ୍ୟେ ଘ୧୨।୪୦ ଗତେ ଘ୧।୨୮ ମଧ୍ୟେ ରାତ୍ରି ଘ୬।୫୦ ଗତେ ଘ୭ ।୩୮ ମଧ୍ୟେ ଘ୧୨ ।୨୬ ଗତେ ଘ୩।୩୮ ମଧେ
ମେଷ: କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ କୌଶଳ ପ୍ରୟୋଗ କରିବେ। ବେପାରରେ ଯଥେଷ୍ଟ ଲାଭ ହେବ। ସାରାଦିନ ଖୁସିରେ ରହିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ବୃଷ: ନୂଆ ଯାନ କିଣିବାର ଯୋଗ ଅଛି। ଘରକୁ ଲୋକମାନଙ୍କର ଯିବାଆସିବା ଲାଗି ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।
ମିଥୁନ: ବ୍ୟବସାୟରେ ଲାଭ ବଢ଼ିବ। ଖେଳାଳିଙ୍କୁ ପରିଶ୍ରମର ଭଲ ଫଳ ମିଳିବ। ନବବିବାହିତ ବୁଲି ଯିବାର ଯୋଜନା କରିବେ। ଏକାଗ୍ର ଚିତ୍ତରେ କାମ କଲେ ସଫଳତା ପାଇବେ।
କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ଜମାପୁଞ୍ଜି ବଢ଼ିବ। ଚାକିରିଆଙ୍କୁ କର୍ତ୍ତୃପକ୍ଷଙ୍କ ପ୍ରୋତ୍ସାହନ ମିଳିବ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।
ସିଂହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ବନ୍ଧୁ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଭୂସଂପତ୍ତି କିଣିବାର ଯୋଗ ରହିଛି।
କନ୍ୟା: ଭାବିଥିବା କାମ ମନ ମୁତାବକ ପୂରା ହେବ। ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା: ବ୍ୟବସାୟରେ ଭାଗୀଦାରଙ୍କ ସହ ମିଶି କାମ କରିବେ। ଅଫିସରେ ଅନ୍ୟ ଦିନ ତୁଳନାରେ ଅଧିକ ଭଲ କାମ ହେବ। ପରିଜନଙ୍କ ସହ ମନୋରଂଜନରେ ସମୟ ଅତିବାହିତ କରିବେ।
ବିଛା: କୌଣସି ମନ୍ଦିର ବା ଧର୍ମାନୁଷ୍ଠାନରେ ଲୋକଙ୍କ ସେବା କରିବା ପାଇଁ ମନରେ ସ୍ଥିର କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଯଥେଷ୍ଟ ପ୍ରଭାବିତ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଦିଗୁଣା ଲାଭ ହେବ। ଚାକିରିଆଙ୍କୁ ପଦୋନ୍ନତି ସହ ଅତିରିକ୍ତ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ମକର: ସମାଜରେ ପ୍ରସିଦ୍ଧି ବଢ଼ିବ। ଲୋକେ ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରେମୀଯୁଗଳଙ୍କ ପରସ୍ପର ପ୍ରତି ଭରସା ବଢ଼ିବ।
କୁମ୍ଭ: ପରିବାରରେ ସାମଞ୍ଜସ୍ୟ ବଜାୟ ରହିବ। କୌଣସି ନିଷ୍ପତ୍ତି ନେବା ସମୟରେ ପରିବାରର ମତ ନିଅନ୍ତୁ। ଚାକିରି ବୃତ୍ତିରେ ମନ ମୁତାବକ ଫଳ ପାଇବେ। ଚକ୍ଷୁରେ ସମସ୍ୟା ଦେଖା ଦେଇପାରେ।
ମୀନ:
ପାରିବାରିକ ଖୁସି ବଢ଼ିବ। କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଶିକ୍ଷାର୍ଥୀ ପାଠପଢ଼ା ନେଇ ଗମ୍ଭୀରତାର ସହ ଚିନ୍ତା କରିବେ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ।