33.1 C
Bhubaneswar
Wednesday, April 16, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସଫଳ ହେବାକୁ ହେଲେ ପ୍ରଥମେ ନିଜ କାମକୁ ଭଲ ପାଇବାକୁ ହେବ ।
ବଦଳୁଥିବା ସମୟ ଏବଂ ବଦଳୁଥିବା ଲୋକ, କେବେ କାହାର ହୋଇ ନ ଥାଆନ୍ତି ।

ଏଇ ଦୁନିଆରେ ଗୋଟିଏ ହାତରେ ତାଳି ବାଜେନା, ଦୁଇଟି ହାତର ଆବଶ୍ୟକ ହୋଇଥାଏ ।ତୁମେ ନିଜେ ନିର୍ଦୋଷ ହୋଇ ଅନ୍ୟକୁ ଦୋଷୀ କରନା ।ହୁଏତ ତୁମେ ଏ ଦୁନିଆ ଦାଣ୍ଡରେ ଦୋଷ ମୁକ୍ତ ହୋଇପାର କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ ।

ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ
ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ ଆଉ ଯେତେବେଳେ ଏଇ ତିନୋଟି ଯାକ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ ।

ପିତାମାତାଙ୍କ Medicine Slip ପ୍ରାୟତଃ ହଜିଯାଏ,କିନ୍ତୁ ଲୋକମାନେ Agreement paper କୁ ବହୁତ ଭଲରେ ରଖନ୍ତି !!

ଏକତା ଦେଖନ୍ତୁ କୁଆ ମାନଙ୍କ ଭିତରେ….

ଶୃଙ୍ଖଳା ଦେଖନ୍ତୁ ପିମ୍ପୁଡ଼ିମାନଙ୍କ ଭିତରେ….

ବିଶ୍ଵସ୍ତତା ଦେଖନ୍ତୁ କୁକୁର ମାନଙ୍କ ଭିତରେ….

ପରିଶ୍ରମ ଦେଖନ୍ତୁ ଘୋଡ଼ା ମାନଙ୍କ ଭିତରେ….

ସାମ୍ୟତା ଦେଖନ୍ତୁ ମହୁମାଛି ମାନଙ୍କ ଭିତରେ….
ଆଉ

ହିଂସା, କ୍ରୋଧ, ଲୋଭ, ନିଷ୍ଟୁରତା, ଅହଙ୍କାର ଦେଖନ୍ତୁ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ଭିତରେ….

ଅଦ୍ୟ ଅପ୍ରେଲ ମାସ ୧୨ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଚୈତ୍ର ମାସ- ଶୁକ୍ଳପକ୍ଷ
ତିଥି- ପୂର୍ଣ୍ଣିମା
ନକ୍ଷତ୍ର- ହସ୍ତା ରାତ୍ରି ଘ୦୬/୪୨ ଗତେ ଚିତ୍ରା
ଚନ୍ଦ୍ର – କନ୍ୟା
ଯୋଗ- ବ୍ୟାଘାତ
କରଣ – ବିଷ୍ଟି
ସୌରମାସ- ମୀନ ୩୦ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୨୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୯
*✧═════•❁❀
ଯୋଗିନୀ ବାୟବ୍ୟେ
ବୃଷ ରାଶିର ଘାତ ଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଅଦ୍ୟ ମୃତେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୭ ମଧ୍ୟେ ଓ ଦିବା ଘ୦୪/୨୯ ଗତେ ସନ୍ଧ୍ୟା ଘ୦୬/୦୩ ମଧ୍ୟେ
ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୨ ଗତେ ଘ୧୨/୪୪ ମଧ୍ୟେ ଓ ରାତ୍ରି ଘ୦୮/୨୬ ଗତେ ଘ୧୦/୫୧ ମଧ୍ୟେ ଓ ଘ୧୨/୨୬ ଗତେ ଘ୦୨/୦୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ═✧══•❁❀❁•═════✧
ଅଦ୍ୟ ଆମିଷ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*
✧═════•❁❀❁•═════
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ
: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।*
✧═════•❁❀❁•═════
କର୍କଟ
: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
✧═════•❁❀❁•═════
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।*
✧═════•❁❀❁•═════
କନ୍ୟା
ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।*
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।*
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।*
✧═════•❁❀❁•═════
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।*
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking