“ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ !!”*
କୌଣସି ବସ୍ତୁ କିମ୍ବା ବ୍ଯକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ ।ଯାହା ଆପଣଙ୍କର ଦୁଃଖର କାରଣ ବନିପାରେ ।
ଏ ସ୍ବାର୍ଥପର ଦୁନିଆରେ ଶତୃ ବନେଇବା କିଛି ଦରକାର ନାହି, କିଛି ଭଲ କାମ କର ଦେଖିବେ ଶତୃ ଆପେ ଆପେ ବନିଯିବେ ।*
ବିଶ୍ବାସ, ଆତ୍ମବିଶ୍ବାସ , ଈଶ୍ବରବିଶ୍ବାସ ଯେତେବେଳେ ମରିଯାଏ, ସେତେବେଳେ ” ଅନ୍ଧବିଶ୍ବାସ ” ଜନ୍ମ ନିଏ ।
ପ୍ରତ୍ୟେକ କଥାକୁ Manage କର Issue ନୁହେଁ ।
ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି, ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର ,ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ, କର୍ମ ଫଳ ତ ସମସ୍ତ ଙ୍କୁ ଭୋଗିବାକୁ ପଡ଼ିବ।ତେଣୁ ନିଜ ହିସାବରେ ନିଜେ ରୁହ।
ସଠିକ୍ ନିଷ୍ପତି ନେବାକୁ ଡରନ୍ତୁ ନାହିଁ….
ବରଂ
ନିଷ୍ପତି ନିଅନ୍ତୁ ଏବଂ ଏହାକୁ ସଠିକ୍ ବୋଲି ପ୍ରମାଣ କରନ୍ତୁ….
ଅଦ୍ଯ ମୀନ ଦି୨୦ନ, ଚୈତ୍ର ଶୁକ୍ଳ ପଞ୍ଚମୀ ଦ୪୫।୨୨ ରାଘ୧୧।୫୨,କୃତ୍ତିକା ଦ୯।୧୧ ଦିଘ୯।୨୩,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୨/୧୯/୩୦ ଇଂଘ ୫/୪୩/୨୮ ଗତେ ଉଦୟ।
କନ୍ୟା ଦ୩/୧୭/୪୦ ଇଂଘ ୫/୫୭/୩୮ ଗତେ ଅସ୍ତ ।
ଯୋଗିନୀ ଦକ୍ଷିଣେ । ରାତ୍ରି ଘ୧୧।୫୨ ଗତେ ପଶ୍ଚିମେ । ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଅଦ୍ୟ ଦିବା ଘ୯।୨୩ ଗତେ ବ୍ରତୋପନୟନ,ବିଦ୍ୟାରମ୍ଭ, କର୍ଣବେଧ, ଅନ୍ନପ୍ରାଶନ୍ନ,ଚୂଡ଼ାକରଣ ଓ ନିସ୍କର୍ମଣ । ଗତ ଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୯।୨୩ ଗତେ ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫା ଚିତ୍ରା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୮ ।୪୫ ଗତେ ଘ୧୦।୧୭ ମଧ୍ୟେ କାଳବେଳା । ଘ୧୧।୪୯ ଗତେ ଘ୧ । ୨୧ ମଧ୍ୟେ ବାରବେଳା । ରାତ୍ରି ଘ୨ ।୪୪ ଗତେ ଘ୪ ।୧୨ ମଧ୍ୟେ କାଳରାତ୍ରି ।ମୃତେ ଦିବା ଘ୯ ।୨୩ ମଧ୍ଯେ ପାଦଦୋଷ । ଫଳଂ ଗୋତ୍ରନାଶ । ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୯।୨୩ ଗତେ ସମ୍ବତ୍ସର ଗଣ୍ଡଦୋଷ । ସ୍ଵର୍ଣ୍ଣ ଓ ପୀତବସ୍ତ୍ର ଦାନ ।ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶ୍ରୀଫଳ (ବେଲ)ଭକ୍ଷଣ ନିଷେଧ ।
(ଅମୃତ)-ଦିବା ଘ୭।୧୭ ମଧ୍ୟେ ଘ୧୨।୫ ଗତେ ଘ୧।୪୧ ମଧ୍ୟେ ରାତ୍ରି ଘ୬।୪୭ ଗତେ ଘ୯।୧୧ ମଧ୍ୟେ ଘ୧।୫୧ ଗତେ ଘ୫।୪୧ ମଧ୍ୟେ । (ମାହେନ୍ଦ୍ର)- ଦିବା ଘ୪।୫୦ ଗତେ ଘ୫।୪୧ ମଧ୍ୟେ ରାତ୍ରି ଘ୯।୧୧ ଗତେ ଘ୧୦।୪୭ ମଧ୍ୟେ
ମେଷ:
ସମୟସୀମା ମଧ୍ୟରେ ଅଫିସ କାର୍ୟ୍ୟ ସମାପ୍ତ କରିବେ। ଉପରସ୍ଥ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ।*
ବୃଷ:
ସାଥୀଙ୍କ କଥାକୁ ଧୈର୍ୟ୍ୟ ଧରି ଶୁଣନ୍ତୁ। ସୁସମ୍ପର୍କ ବଜାୟ ରଖିବା ଲାଗି ତର୍କ କରନ୍ତୁ ନାହିଁ। ବାହାରକୁ ଗଲେ ସାବଧାର ରହନ୍ତୁ।*
ମିଥୁନ:
ନୂଆ କାର୍ୟ୍ୟରେ ରୁଚି ବଢ଼ିବ। ଆପଣଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।*
କର୍କଟ:
ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।*
ସି˚ହ:
ନିତିଦିନିଆ ଅଶାନ୍ତିର ନିବାରଣ ହେବ। କଳାକାର-ସାହିତ୍ୟିକଙ୍କୁ ଚାକିରି ମିଳିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।*
କନ୍ୟା:
ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ। ସ୍ଥଗିତ କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଅର୍ଥ ବିନିଯୋଗ କରିବାକୁ ଯୋଜନା କରିବେ।*
ତୁଳା:
ପୂଜାପାଠରେ ସମୟ ବିତିବ। ଜରୁରୀ କାମ ନେଇ ଯୋଜନା କରିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପରାମର୍ଶ ମିଳିବ।*
ବିଛା
: ସପରିବାର ଭଗବାନଙ୍କ ଆରାଧନା କରିବେ। ଧନସମ୍ପଦ ସମ୍ବନ୍ଧୀୟ କାମ ସ˚ପୂର୍ଣ୍ଣ ହେବ। ଅଫିସରେ ଯୁକ୍ତିତର୍କ ହୋଇପାରେ।*
ଧନୁ:
ସାହି ପଡ଼ିଶା ଆପଣଙ୍କର ବ୍ୟବହାରରେ ଖୁସି ରହିବେ। ଧାର ଦେଇଥିବା ଅର୍ଥ ମିଳିବାର ସମ୍ଭାବନା ଅଛି। ବ୍ୟବସାୟରେ ଆଶାଜନକ ଫଳ ମିଳିବ।*
ମକର:
ଆଶା ଅନୁଯାୟୀ ପରିବାର ଲୋକଙ୍କର ସାହାଯ୍ୟ ମିଳିନପାରେ। ଜରୁରୀ କାମରେ ବାହାରକୁ ଯିବାର ଯୋଜନା ପରିତ୍ୟାଗ କରନ୍ତୁ।*
କୁମ୍ଭ:
ନିଜକୁ ମାର୍ଜିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବେକାରଙ୍କୁ ଉପାର୍ଜନର ସୁଯୋଗ ମିଳିବ।*
ମୀନ:
ନୂଆ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ହେବ। ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଙ୍କୁ ଗୁରୁଜନଙ୍କ ସହଯୋଗ ମିଳିବ।










