26.7 C
Bhubaneswar
Wednesday, March 26, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଆଜିର ଏ ଦୁନିଆରେ ତୁମେ ମିଛକୁ ଯେତେ ଧିରେ କୁହନା କାହିଁକି ସମସ୍ତେ ଶୁଣି ପାରିବେ ।କିନ୍ତୁ ସତକୁ ଯେତେ ଚିଲେଇକି କହିଲେ ବି କେହି ଶୁଣି ପାରିବେ ନାହିଁ ।
ଧୋକା ସମସ୍ତେ ଦେଇ ପାରିବେ କିନ୍ତୁ ଜୀବନ ସାରା ହାତ ଧରି ଚାଲିବାର ଔକାତ ସମସ୍ତଙ୍କର ନଥାଏ ।

କଥା ମଣିଷର ଜ୍ଞାନର ପରିଚୟ ଦିଏ, କାମ ମଣିଷର ଯୋଗ୍ୟତାର ପରିଚୟ, ବ୍ଯବହାର ମଣିଷର ବଂଶର ପରିଚୟ ଦିଏ ।

ଧନ ଜନ ନେଇ ଗର୍ବ କର ନାହିଁ
କିଛି ନୁହେଁ ଚିରସ୍ଥାୟୀ
ଜୀବନ ବି ଏଠି ପାଣିର ଫୋଟକା
ଆଜି ଅଛି କାଲି ନାହିଁ ।

ବନ୍ଧୁର ବନ୍ଧୁତାରେ କିଛି Rule ନଥାଏ, ଆଉ ଏହାକୁ ଶିଖାଇବା ପାଇଁ କୌଣସି School ନଥାଏ ।
ନିଜର କରିବା ପାଇଁ ତ ସମସ୍ତେ ଯୋର ଦେଇ କହିଥାନ୍ତି ହେଲେ ସ୍ବାର୍ଥ ସରିଗଲାପରେ ବାହାନା କରି ଦୂରେଇ ଯାଆନ୍ତି।
ସମ୍ପର୍କ ପାଇଁ ସୁନ୍ଦର ଚେହେରା କି ମନଲୋଭା କଥା ଦରକାର ହୁଏନାହିଁ ବରଂ ଆବଶ୍ୟକ ହୋଇଥାଏ ଏକ ସୁନ୍ଦର ହୃଦୟ,ଅତୁଟ ବିଶ୍ବାସ।*
ସମ୍ପର୍କ ସରିଗଲା ବୋଲି କହିଦେବା ବହୁତ ସହଜ ହୋଇଥାଏ।କିନ୍ତୁ ଜଣକ ସ୍ମୁତି ଲିଭେଇବା ସହଜ ହୋଇନଥାଏ।ସମ୍ପର୍କ ଯେତେ ଖରାପ ହେଉ ଭୁଲ୍ ରେ ବି ଭାଙ୍ଗିବେ ନାହିଁ ! କାରଣ ପାଣି ଯେତେ ବି ଦୂଷିତ ଥାଉ, ଶୋଷ ମେଣ୍ଟେଇ ନ ପାରିଲେ ମଧ୍ୟ ନିଆଁ ତ ଲିଭାଇ ପାରିବ।*
ମଣିଷର ସବୁଠାରୁ ବଡ ଶିକ୍ଷକ ହେଉଛି ପରିସ୍ଥିତି। ଏଥିରୁ ମଣିଷ ଯାହା ଶିକ୍ଷା ପାଏ,ତାକୁ ସେ କେବେ ବି ଭୁଲି ପାରେ ନାହିଁ।
କାହାକୁ କଷ୍ଟଦେଇ କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜେ କଷ୍ଟ ପାଇ କ୍ଷମା କରିଦେବା ବହୁତ କଠିନ।*
ହ୍ରୁଦୟ ସମସ୍ତଙ୍କ ପାଖରେ ଅଛି,ଭାବନା ବି ସମସ୍ତଙ୍କ ପାଖରେ ଅଛି…ବାସ୍ ପରିବର୍ତ୍ତନ ସମୟ ଅନୁସାରେ ହୋଇଯାଏ।
ଫୁଙ୍କ ମାରି ଆମେ ଗୋଟିଏ ଛୋଟ ଦୀପ ଶିଖାକୁ ଲିଭେଇବେ ଦେଇପାରିବା କିନ୍ତୁ ଧୂପ କାଠିକୁ ନୁହେଁ।କାରଣ ଯିଏ ମହକି ଥାଏ ତାକୁ କେହି ଲିଭେଇ ପାରି ନଥାନ୍ତି,ଆଉ ଯିଏ ଜଳି ଥାଏ ସେ ଡେରିରେ ହେଲେ ମଧ୍ଯ ଲିଭି ଯାଇଥାଏ।

ଅଦ୍ୟ ମାର୍ଚ୍ଚ ମାସ ୨୪ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଚୈତ୍ର ମାସ- କୃଷ୍ଣପକ୍ଷ
ତିଥି- ନବମୀ ପ୍ରାତଃ ଘ୦୬/୦୭ ଗତେ ଦଶମୀ
ନକ୍ଷତ୍ର- ଉତ୍ତରାଷାଢ଼ା
ଚନ୍ଦ୍ର – ଧନୁ ଦିବା ଘ୧୧/୨୭ ଗତେ ମକର
ଯୋଗ- ପରିଘ
କରଣ – ଗର
ସୌରମାସ- ମୀନ ୧୧ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୦୫
*✧═════•❁❀
ଯୋଗିନୀ ଉତ୍ତରେ
ସିଂହ ରାଶି ର ଘାତଚନ୍ଦ୍ର
ମିଥୁନ ରାଶର ଘାତବାର
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଅଦ୍ୟ ମୃତେ ଶେଷରାତ୍ରି ଘ୦୫/୩୨ ମଧ୍ୟେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୭/୧୯ ଗତେ ଘ୦୮/୫୦ ମଧ୍ୟେ
ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୨୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୮ ମଧ୍ୟେ ଓ ଘ୧୦/୩୬ ଗତେ ଘ୦୧/୦୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୮ ଗତେ ଘ୦୫/୦୧ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ
✧═════•❁❀❁•═════ ଆଜିର ରାଶିଫଳ
ମେଷ:
ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
✧═════•❁❀❁•═════
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════
ମୀନ
: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking