39.4 C
Bhubaneswar
Thursday, March 27, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯାହାର ବାପା ନାହିଁ ତାହାର ଅଧା ଦୁନିଆ ନାହିଁ !
ଯାହାର ମାଆ ନାହିଁ ତାହାର ପୁରା ପୃଥିବୀଟା ନାହିଁ ।
ଏ ଦୁନିଆରେ ନିଜ ସ୍ବାର୍ଥ ବିନା କେହି କାହାକୁ ପଚାରନ୍ତି ନାହିଁ ।

ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ ।

ସଫା ହୃଦୟ ଥିବା ଲୋକ
ସବୁବେଳେ ମାନସିକ ଯନ୍ତ୍ରଣା
ପାଏ,କାରଣ ଅନେକ ସମୟରେ
ଲୋକମାନେ ତାକୁ ବୁଝି ପାରନ୍ତି
ନାହିଁ କିମ୍ବା ବୁଝିକି ବି ଜାଣିଶୁଣି
କଷ୍ଟ ଦିଅନ୍ତି।

Helmet ଲଗାନ୍ତୁ —
Seat Belt ପିନ୍ଧନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ, କାହିଁକି ନା ଲୋକେ VDO ବନେଇବେ ପଛେ କିନ୍ତୁ Hospital ନେଇକି କେହି ଯିବେ ନାହିଁ ।
ଯେପରି ଛୋଟ ଛିଦ୍ରଟିଏ ବିରାଟ ବନ୍ଧକୁ ଭାଙ୍ଗି ବନ୍ୟା ପ୍ଲାବିତ କରି ଧ୍ବସ୍ତ ବିଧ୍ବସ୍ତ କରିଦିଏ….

ଠିକ୍ ସେହିପରି

ସାମାନ୍ୟ ମିଛଟିଏ ଅନେକ ଆଶା ଆକାଂକ୍ଷାକୁ ମଧ୍ଯ ଭାଙ୍ଗି ଚୁରମାର କରିଦିଏ….
ଆଖୁ ଅତ୍ୟନ୍ତ ମିଠା କିନ୍ତୁ ଫଳ ଫଳି ନଥାଏ।ଚନ୍ଦନ ଅତ୍ୟନ୍ତ ସୁଗନ୍ଧିତ କିନ୍ତୁ ଫୁଲ କେବେ ଫୁଟି ନଥାଏ ପଳାଶ ବହୁତ ସୁନ୍ଦର କିନ୍ତୁ ବାସ୍ନା ହୀନ ଠିକ୍ ସେହି ପରି ସମସ୍ତେ ସବୁ ଗୁଣର ଅଧିକାରୀ ହୋଇ ପାରି ନଥାନ୍ତି ତେଣୁ ନିଜର ତୁଳନା ଅନ୍ୟ କାହା ସହିତ କରନ୍ତୁ ନାହିଁ।

ଅଦ୍ୟ ମାର୍ଚ୍ଚ ମାସ ୨୧ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଚୈତ୍ର ମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ ରାତ୍ରି ଘ୦୪/୪୮ ଗତେ ଅଷ୍ଟମୀ
ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୨/୪୭ ଗତେ ମୂଳା
ଚନ୍ଦ୍ର – ଧନୁ
ଯୋଗ- ଅଶ୍ରୁକ୍
କରଣ – ବିଷ୍ଟି
ସୌରମାସ- ମୀନ ୦୮ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୦୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୦୫
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ୦୪/୪୯ ଗତେ ଐଶାନ୍ୟେ
ବିଛା,ଧନୁ ଓ ମୀନ ରାଶି ର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଅଦ୍ୟ ମୃତେ ରାତ୍ରି ଘ୦୪/୪୮ ମଧ୍ୟେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୫୦ ଗତେ ଘ୧୧/୫୧ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୮ ମଧ୍ୟେ ଓ ଘ୦୮/୧୫ ଗତେ ଘ୦୮/୪୯ ମଧ୍ୟେ ଓ ଘ୦୧/୦୩ ଗତେ ଘ୦୨/୪୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୫ ଗତେ ଘ୧୧/୪୨ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*
✧═════•❁❀❁•═════
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ
: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।*
✧═════•❁❀❁•═════
କର୍କଟ
: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
✧═════•❁❀❁•═════
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।*
✧═════•❁❀❁•═════
କନ୍ୟା
: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।*
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।*
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।*
✧═════•❁❀❁•═════
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।*
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking