14.1 C
Bhubaneswar
Sunday, December 14, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଟିକେ ତଳକୁ ପଡି ଦେଖ କେହି ଜଣେ ବି ତୁମ ପାଖକୁ ଆସିବେ ନାହିଁ କିନ୍ତୁ ଟିକେ ଉପରକୁ ଉଠି ଦେଖ ସମସ୍ତେ ଆସି ଯିବେ ତୁମକୁ ତଳକୁ ଖସାଇବା ପାଇଁ । ନିଜକୁ ତୁଚ୍ଛ ମନେକର ନାହିଁ । ଆଜି ଯିଏ ଆମର ନିନ୍ଦା କରୁଛି କାଲି କି ଆମର ସିଏ ସ୍ତୁତି କରିବ । ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ, ସେ ତାର ସେହିଭଳି ଫଳ ପାଇଥାଏ ।।

ଜଣେ ବ୍ୟକ୍ତି ଯେତେବି ଶକ୍ତିଶାଳୀ ହେଇଥାଉନା କାହିଁକି ସେ ମୃତ୍ୟୁକୁ ସେତେ ଅଧିକ ଭୟକରେ. ଜଣେ ବ୍ୟକ୍ତି ଯେତେ ଧନୀ ହେଇଥାଉନା କାହିଁକି ସେ ଚୋରିକୁ ସେତେ ଅଧିକ ଭୟ କରେ. ଜଣେ ବ୍ୟକ୍ତି ଯେତେ ଜ୍ଞାନୀ ହୋଇଥାଏ ସେ ନିଜର ଭୁଲପାଇଁ ଓ ସେହି ଭୁଲ ପାଇଁ ହେଉଥିବା ଅନ୍ୟର କ୍ଷତିପାଇଁ ସେତିକି ଡରେ . ତେଣୁ ଜଣେ ଜ୍ଞାନୀ ବ୍ୟକ୍ତି ସଦା ସର୍ବଦା ନିଜପାଇଁ ଯେତିକି ନ ବଞ୍ଚେ, ନିଜପାଇଁ ନ ଭାବେ ଅନ୍ୟପାଇଁ ତା ଠାରୁ ଅଧିକ ବଞ୍ଚେ ଓ ଭାବେ. ଅପରପକ୍ଷରେ ଜଣେ ଅଜ୍ଞାନ ଓ ମୂର୍ଖ ଲୋକ କେବଳ ତା ନିଜ ପାଇଁହିଁ ବଞ୍ଚିଥାଏ. ତେଣୁ ଯଦି ଆପଣଙ୍କ ଆଖପାଖରେ ଜ୍ଞାନୀବ୍ୟକ୍ତିଟିଏ ପାଉଛନ୍ତି ତାଙ୍କୁ ସଂମ୍ମାନ ଦେବା ଉଚିତ ଯାହା ଫଳରେ ସେ ଉତ୍ସାହରେ ସମାଜର ଉତ୍ତରତ୍ୱର ଉନ୍ନତି ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ll

ସୁଖ ଏବଂ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ.. ଗର୍ବ କରନ୍ତୁ ନାହିଁ ଯେତେବେଳେ ସୁଖ ଆପଣଙ୍କ ପାଖରେ ଆସିଥାଏ ଆଉ ଦୁଃଖ ସମୟରେ ଟିକେ ଅପେକ୍ଷା କରନ୍ତୁ, ସୁଖ ନିହାତି ଭାବରେ ଆସିବ l
ପୋଖରୀ କୂଅ ଠାରୁ ଯଥେଷ୍ଟ ଅଧିକ ବଡ଼ ତଥାପି ଲୋକେ କୂଅରୁ ହିଁ ପାଣି ପିଅନ୍ତି, କାରଣ କୂଅର ପାଣି ପୋଖରୀ ପାଣି ଠାରୁ ବିଶୁଦ୍ଧ…. ଠିକ୍ ସେହିପରି ମଣିଷ ଧନରେ ବଡ଼ ହେବା କିଛି ବଡ଼ କଥା ନୁହେଁ, ତା’ର ବିଚାରରେ ଶୁଦ୍ଧତା ଥିବା ଦରକାର , ତା’ହେଲେ ଯାଇ ସେ ମହାନ୍ ହୋଇ ପାରିବ….

ଅଦ୍ୟ ଫେବୃଆରୀ ମାସ ୨୭ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଦ୍ଦଶୀ ଦିବା ଘ୦୯/୧୯ ଗତେ ଅମାବାସ୍ୟା
ନକ୍ଷତ୍ର- ଧନିଷ୍ଟା ଦିବା ଘ୦୪/୩୮ ଗତେ ଶତଭିଶା
ଚନ୍ଦ୍ର – କୁମ୍ଭ
ଯୋଗ- ଶିବ
କରଣ – ଶଙ୍କୁନି
ସୌରମାସ- କୁମ୍ଭ ୧୬ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୪୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୨
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୯/୧୯ ଗତେ ଐଶାନ୍ୟେ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ଅମାବାସ୍ୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶି ର ଘାତବାର
ଅଦ୍ୟ ପୁଷ୍କର ଦୋଷ ନାସ୍ତି
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୫ଗତେ ଘ୦୫/୫୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୧/୦୨ ଗତେ ଘ୦୨/୫୪ ମଧ୍ୟେ ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୪୭ମଧ୍ୟେ ଓ ଘ୧୦/୫୮ ଗତେ ଘ୧୨/୨୫ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବିରି ଦିବା ଘ ୦୯/୧୯ ଗତେ ଆମିଷ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*
✧═════•❁❀❁•═════
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ
: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।*
✧═════•❁❀❁•═════
କର୍କଟ
: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
✧═════•❁❀❁•═════
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।*
✧═════•❁❀❁•═════
କନ୍ୟା
: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।*
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।*
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।*
✧═════•❁❀❁•═════
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।*
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking