16.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କେବି ବି ଭାବ ନାହିଁ ଯେ ମୋର କିଛି ନାହିଁ, କେବି ବି ଭାବ ନାହିଁ ଯେ ମୋର ସବୁ କିଛି ଅଛି । କିନ୍ତୁ ସବୁବେଳେ ଏଇ କଥା ମନେରଖିବାକୁ ପଡେକି ମୋ ପାଖରେ କିଛି ଅଛି ଆଉ ମୁଁ ପରିଶ୍ରମ କରି କିଛି ବି କରପାରିବି ।।

ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି !!
ସୁଖ ଏବଂ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ.. ଗର୍ବ କରନ୍ତୁ ନାହିଁ ଯେତେବେଳେ ସୁଖ ଆପଣଙ୍କ ପାଖରେ ଆସିଥାଏ ଆଉ ଦୁଃଖ ସମୟରେ ଟିକେ ଅପେକ୍ଷା କରନ୍ତୁ, ସୁଖ ନିହାତି ଭାବରେ ଆସିବ..

ନିଜେ ନିଜକୁ ଭଗବାନ ଭାବନ୍ତୁ ନାହିଁ। କାହିଁକି ନା’ ଆମ ଅଦୃଶ୍ୟରେ ଆମକୁ ଭଗବାନ ଦେଖୁଛନ୍ତି। ନିଜ ଆଦର୍ଶ ଓ ବିଚାର ଧାରାକୁ ନିଜେ ଆଗକୁ ନେଇ ପାରିବ। ନିଜର ନିଷ୍ଠା ନିଷ୍ପତ୍ତି ଓ କର୍ତ୍ତବ୍ୟକୁ କେବେ ହେଳା କରନାହିଁ। ନହେଲେ ଏ ଦୁନିଆଁ ଚକ୍ଷୁରେ ଛୋଟ ହୋଇଯିବ।

ଖରାପ ଲୋକଙ୍କ ପାଇଁ ବେଳେବେଳେ ଖରାପ ହେବାରେ କିଛି ଅସୁବିଧା ନ ଥାଏ….

କାରଣ

କିଛି ଲୋକଙ୍କୁ କେବଳ ତାଙ୍କରି ଭାଷାରେ ଜବାବ ଦେଲେ ଯାଇ ବୁଝି ଥାଆନ୍ତି….

ଏଠି ସମସ୍ୟା ଅନେକ କିନ୍ତୁ ସମାଧାନ କରୁଥିବା ଲୋକ କମ୍….
ତେଣୁ
ସମସ୍ୟାକୁ ସବୁବେଳେ ନିଜେ ସମାଧାନ କରି ନିଜେ ସମାଧାନର ମାଧ୍ୟମ ହୁଅନ୍ତୁ….
ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କୌଣସି ପ୍ରମାଣପତ୍ରର ଆବ୍ୟଶ୍ୟକତା ପଡିନଥାଏ….

କେବଳ ନିରନ୍ତର ପ୍ରଚେଷ୍ଟା ହିଁ ଏକମାତ୍ର ମାଧ୍ୟମ ହୋଇଥାଏ….

ଅଦ୍ୟ ଫେବୃଆରୀ ମାସ ୨୫ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- କୃଷ୍ଣପକ୍ଷ
ତିଥି- ଦ୍ୱାଦଶୀ ଦିବା ଘ୦୧/୧୫ ଗତେ ତ୍ରୟୋଦଶୀ
ନକ୍ଷତ୍ର- ଉତ୍ତରାଷାଢ଼। ରାତ୍ରି ଘ୦୭/୩୨ ଗତେ ଶ୍ରାବଣ।
ଚନ୍ଦ୍ର – ମକର
ଯୋଗ- ବ୍ୟତିପାତ୍
କରଣ – ତୈତିଳ
ସୌରମାସ- କୁମ୍ଭ ୧୪ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୫୨
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୧/୧୫ ଗତେ ଦକ୍ଷିଣେ
ସିଂହ ରାଶିର ଘାତଚନ୍ଦ୍ର
ଦ୍ୱାଦଶୀ ର ଏକୋଦିଷ୍ଟ ଓ ତ୍ରୟୋଦଶୀ ର ପାର୍ବଣ ଶ୍ରାଦ୍ଧ
ମକର ରାଶି ର ଘାତବାର
ଅଦ୍ୟ ମୃତେ ଦିବା ଘ୦୨/୧୦ ଗତେ ତ୍ରିପାଦ ଓ ଦିବା ତ୍ରି ଘ୦୧/୧୫ ଗତେ ଦ୍ଵି ପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୧/୩୧ ଗତେ ଘ୦୨/୫୮ମଧ୍ୟେ
ବାରବେଳା – ଦିବା ଘ୦୭/୩୫ଗତେ ଘ୦୯/୦୨ମଧ୍ୟେ
══•❁❀❁•═
*ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୦୩ ଗତେ ଘ୧୦/୫୯ ମଧ୍ୟେ ଓ ଘ୦୩/୪୬ ଗତେ ଘ୦୫/୨୩
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଇ ଦିବା ଘ୦୧/୧୫ ଗତେ ବାଇଗଣ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ :
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।*
✧═════•❁❀❁•═════
ବୃଷ :
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।*
✧═════•❁❀❁•═════
ମିଥୁନ :
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।*
✧═════•❁❀❁•═════
କର୍କଟ :
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।*
✧═════•❁❀❁•═════
ସିଂହ :
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।*
✧═════•❁❀❁•═════
କନ୍ୟା :
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।*
✧═════•❁❀❁•═════
ତୁଳା :
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।*
✧═════•❁❀❁•═════
ବିଛା :
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।*
✧═════•❁❀❁•═════
ଧନୁ :
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।*
✧═════•❁❀❁•═════
ମକର :
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।*
✧═════•❁❀❁•═════
କୁମ୍ଭ :
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।*
✧═════•❁❀❁•═════
ମୀନ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking