25.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଅନ୍ୟକୁ ବୁଝିବା ବୁଦ୍ଧିମାନ ଅଟେ ନିଜକୁ ବୁଝିବା ପ୍ରକୃତ ଜ୍ଞାନ ଅଟେ ,
ଅନ୍ୟକୁ କାବୁ କରିବା ବଳ ଅଟେ ନିଜକୁ କାବୁ କରିବା ଆତ୍ମସଂଯମ ଅଟେ ,
ଯିଏ ସଂସାରକୁ ବଦଳେଇବାକୁ ଚେଷ୍ଟାକରିଛି ସେ ଜାରି ଯାଇଛି କିନ୍ତୁ ଯିଏ ନିଜକୁ ବଦଳେଇ ଦେଇଛି ସେ ଜିତି ଯାଇଛି ll
ଏ ଜୀବନର ନିୟମ ବି ବଡ ଅଜବ ଗୋଟିଏ ଆଡୁ କହେ ଅପେକ୍ଷାର ଫଳ ମିଠା ହୋଇଥାଏ ତ ଅନ୍ୟ ଆଡୁ କହେ ସମୟ କାହାକୁ ଅପେକ୍ଷା କରେ ନାହିଁ ,କିନ୍ତୁ ଉଭୟ ସତ୍ୟ ଓ ନିଷ୍ଠାର ସହିତ କାର୍ଯ୍ୟ କରିଚାଲ ଆଜି ନ ହେଲେ କାଲି ନିଶ୍ଚୟ ସଫଳତା ପ୍ରାପ୍ତ ହୁଏ ଅନ୍ୟ ପକ୍ଷରେ ଖାଲି ଭାଗ୍ୟ ଭରଷାରେ ବସି ରହିଲେ ଜୀବନର ବହୁମୂଲ୍ୟ ସମୟକୁ ହରାଇବା ସାର ହୋଇଥାଏ ll

ଜୀବନରେ ନିଜେ ଲକ୍ଷ୍ୟକୁ ସେଇମାନ ହିଁ ହାସଲ କରଥାନ୍ତି ଯିଏ ପ୍ରତି ମୂହୁର୍ତ୍ତରେ ହେଉଥିବା ଭୂଲକୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି ll

ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧିକ ପସନ୍ଦ କରିଥାଏ….
କିନ୍ତୁ
କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକିନା ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣିଥାଏ….
ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ଯକ… ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ହେଲା ବୁଝିବା ଶକ୍ତି ଏବଂ ନିଜକୁ ଆତ୍ମା ଭାବି ପରମାତ୍ମା ଙ୍କୁ ମନେ ପକାଇବା। ଏହାକୁ ଯିଏ ପାଇଛି ସେ ସୁଖ ଶାନ୍ତି ରେ ରହିଛି….

ଅଦ୍ୟ ଫେବୃଆରୀ ମାସ ୧୭ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ରାତ୍ର ଘ୦୪/୫୮ ଗତେ ଷଷ୍ଠୀ
ନକ୍ଷତ୍ର- ଚିତ୍ରା
ଚନ୍ଦ୍ର – କନ୍ୟା ରାତ୍ର ଘ୦୬/୩୯ ଗତେ ତୁଳା
ଯୋଗ- ଶୂଳ
କରଣ – କୌଳବ
ସୌରମାସ- କୁମ୍ଭ ୦୬ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୩୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୯
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୪/୫୮ ଗତେ ପଶ୍ଚିମେ
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୪ମଧ୍ୟେ
ବାରବେଳା – ଦିବା ଘ୧୨/୦୦ ଗତେ ଘ୦୧/୨୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୧ ମଧ୍ୟେ ଓ ଘ୦୧/୨୮ଗତେ ଘ ୦୨/୧୭ ମଧ୍ୟ ଓ ରାତ୍ରି ଘ୦୬/୩୪ ଗତେ ଘ ୦୮/୫୫ମଧ୍ୟ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୫୨ ଗତେ ଘ୦୫/୩୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବେଲ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।

✧═════•❁❀❁•═════
ବୃଷ
ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।
✧═════•❁❀❁•═════
ମିଥୁନ
ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।

✧═════•❁❀❁•═════
କର୍କଟ
ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
✧═════•❁❀❁•═════

ସିଂହ
ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।
✧═════•❁❀❁•═════

କନ୍ୟା
ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ।
✧═════•❁❀❁•═════

ତୁଳା
ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
✧═════•❁❀❁•═════

ବିଛା
ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

✧═════•❁❀❁•═════
ଧନୁ
ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
✧═════•❁❀❁•═════

ମକର
ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।
✧═════•❁❀❁•═════

କୁମ୍ଭ
ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।

✧═════•❁❀❁•═════
ମୀନ
ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking