ଜିଭରେ ହାଡ଼ ନଥାଏ କିନ୍ତୁ ତାହା ଏତେ ଶକ୍ତିଶାଳୀ ହୋଇଥାଏ ଯେ ଆତ୍ମାକୁ ଆଘାତ କରିପାରେ । ତେଣୁ ନିଜ ବାଣୀରେ ସଂଯମତା ରକ୍ଷା କରନ୍ତୁ ।
ଜଣେ ଅନଭିଜ୍ଞ ଓ ଅହଙ୍କାରୀ ବ୍ୟକ୍ତି ଶୃଙ୍ଖଳା, ସଂସ୍କାର,ସଭ୍ୟ,ଶିଷ୍ଚାଚାର ବିହୀନ ଯୋଗୁଁ ସଫଳତାର ମୂଳ ପାହାଚ ଚଢ଼ିବା ତ ଦୂରର କଥା ତା ପାଖ ବି ମାଡି ପାରେନା ll
ଅସହାୟକୁ ଜଣେ ସବୁବେଳେ ଯେ ସାହାଯ୍ଯ କରିପାରିବ ଏହାର କିଛି ମାନେ ନ ଥାଏ.. କିନ୍ତୁ ଜଣେ ଚାହିଁଲେ ସବୁବେଳେ ଜଣଙ୍କର ଦୁଃଖକୁ ଦୂର ଦୂର କରିବା ପାଇଁ ଇଶ୍ୱରଙ୍କ ପାଖେ ପ୍ରାର୍ଥନା କରି ପାରିବ.. କାହିଁକିନା ପ୍ରାର୍ଥନାରେ ଯେଉଁ ଶକ୍ତି ଥାଏ ସେ ଶକ୍ତି ଦୁନିଆର କୌଣସି ଟଙ୍କା ପଇସା ପାଖେ ନଥାଏ, ଶାସ୍ତ୍ର କୁହେ ହୃଦୟରୁ କରାଯାଇଥିବା କୌଣସି କାର୍ଯ୍ୟ କେବେ ବୃଥା ଯାଇନଥାଏ l
ମୁଁ କିଏ ? ଆମେ କେଉଁଠାରୁ ଆସିଛେ ? ଆମ ଜୀବନର ଅର୍ଥ ଉଦ୍ଦେଶ୍ୟ କଣ ? ପୃଥିବୀ ପୃଷ୍ଠରେ ଆମର କର୍ଭବ୍ୟ କଣ ? ଏହି ପ୍ରଶ୍ନ ନିଜକୁ ପଚାରି ତାର ଉତ୍ତର ସଂପର୍କରେ ଚିନ୍ତା କରିବା ହେଲା ସଦ୍ ବିଚାର।ଏହି “ସଦ୍-ବିଚାର ସାଧନାର ପ୍ରବେଶ ଦ୍ବାର କିନ୍ତୁ ସାଧକ ଜୀବନରେ ଯଦି “ସଂଯମତା” ନାହିଁ,ତେବେ ତାର ମନ ଭୋଗ ବିଳାସ ଦ୍ବାରା ଆକୃଷ୍ଟ ହୋଇଯିବ ଓ ସେ ସଦ୍ ବିଚାର କରିପାରିବ ନାହିଁ।କଳୁଷିତ ମନ ଉପରେ ସଦ୍ ପ୍ରଭାବ ଚିରସ୍ଥାୟୀ ହୋଇ ପାରିବ ନାହିଁ। ପୁଣି ବିବେକ ଶକ୍ତି ଥିଲେ ମଧ୍ୟ ଦୃଢ଼-ସତ୍-ସଂକଳ୍ପ ନେଇ ସାଧନାମୟ ସଦାଚାରୀ ଜୀବନ ଯାପନ ନକଲେ ସାଧକ ଆତ୍ମା ଓ ପରମାତ୍ମା ଜ୍ଞାନ କୁ ଜାଣି ପାରିବେ ନାହିଁ।ଯେପରି ଯୋଦ୍ଧା ଯୁଦ୍ଧର ଆରମ୍ଭ,ମଧ୍ୟ ଓ ଶେଷ ପର୍ଯ୍ୟନ୍ତ ପାଖରେ ତାର ଅସ୍ତ୍ର ଶସ୍ତ୍ରକୁ ଅତି ଜାଗ୍ରତରେ ରଖିଥାଏ,ଠିକ୍ ସେପରି ସାଧକ ମୁକ୍ତି ଜୀବନ ମୁକ୍ତି ପାଇଁ ପରମାତ୍ମା ଙ୍କୁ ସବୁ ବେଳେ ମନେ ପକାଇଲେ ଏହି ସଦ୍ ଗୁଣ ରୂପୀ ଅସ୍ତ୍ରକୁ ପାଖରେ ରଖି,ଆବଶ୍ୟକତା ଅନୁସାରେ ପ୍ରୟୋଗ କରି ପାରିବ। ବୁଦ୍ଧଦେବ,ମହାତ୍ମା ଯୀଶୁଖ୍ରୀଷ୍ଟ,ନଚିକେତାଙ୍କ ଭଳି ମହାପୁରୁଷ ମାନେ ମଧ୍ୟ ଆତ୍ମଜ୍ଞାନ ଲାଭକରି ମୁକ୍ତି ପାଇବା ପର୍ଯ୍ୟନ୍ତ ଏହି ସାଥୀ ମାନଙ୍କୁ କଦାପି ଭୁଲଯାଇ ନଥିଲେ ଏପରି ସ୍ଥଳେ ତୁମ-ମୋ କଥା କ’ଣ ବା କହିବା ? ଏହା ଉପରେ ଗଭୀର ମନନ କରିବା ଦ୍ବାରା ତୁମର ଆଧ୍ୟାତ୍ମିକ ଜୀବନ ଉତ୍କୃଷ୍ଟ ଓ ଉନ୍ନତତର ହେବ ଯଦି ଏହି ସାଥୀ ମାନଙ୍କୁ ଭୁଲିଯାଅ,ତେବେ ତୁମ୍ଭମାନଙ୍କର ଦଶା କ’ଣ ଯେ ହେବ ତାହା କେବଳ ଭଗବାନ ହିଁ ଜାଣନ୍ତି।ଆଧ୍ୟାତ୍ମିକ ଜୀବନର ଏହି ମୂଳ ସତ୍ୟ ଗୁଡ଼ିକୁ ଭୁଲିଯାଇ ଆମେ ଦୁଃଖ-ଯନ୍ତ୍ରଣାରେ ଛଟପଟ ହେଉଛୁ ତେଣୁ ବାରମ୍ବାର ଏହି ସାଥୀମାନଙ୍କୁ ସ୍ମରଣ କର।ଏହାର ଆବଶ୍ୟକତା ଉପରେ ଗଭୀର ମନନକର।ଚତୁର ହୁଅ। ପୂର୍ଣ୍ଣତା ପ୍ରାପ୍ତ କର ଏବଂ ବନ୍ଧନ ମୁକ୍ତ ହୋଇ ଆନନ୍ଦରେ ନାଚିଉଠ ମୋତେ ଭଗବାନ ମିଳି ଛନ୍ତି ଓ ସମସ୍ତେ ଭଗବାନ ଙ୍କୁ ଭକ୍ତି ରେ ଖଜୁଛନ୍ତି।
ସର୍ବଦା ନିଜ କର୍ମ ଉପରେ ବିଶ୍ବାସ ରଖନ୍ତୁ,ଲୋକଙ୍କ କଥାରେ କ’ଣ ଅଛି ସେମାନେ ଗୋଟିଏ ମୂହୁର୍ତ୍ତରେ ପ୍ରଶଂସାରେ ପୋତି ଦେଉଥିବା ବେଳେ ଆଉ ଗୋଟିଏ ମୂହୁର୍ତ୍ତରେ ନିନ୍ଦାରେ ଭସେଇ ଦେବେ।
ଅଦ୍ୟ ଫେବୃଆରୀ ମାସ ୦୧ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ଦିବା ଘ ୧୧/୫୪ ଗତେ ଚତୁର୍ଥୀ
ନକ୍ଷତ୍ର- ପୂର୍ବ ଭାଦ୍ର ରାତ୍ରି ଘ ୦୩/୧୮ ଗତେ ଉତ୍ତରାଭାଦ୍ର
ଚନ୍ଦ୍ର – କୁମ୍ଭ ରାତ୍ରି ଘ ୦୯/୪୫ ଗତେ ମୀନ
ଯୋଗ- ପରିଘ
କରଣ – ଗର
ସୌରମାସ- ମକର ୧୯ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୪୨
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୫୪ ଗତେ ନୈରୁତେ
ତୃତୀୟା ର ଏକୋଦିଷ୍ଟ ଓ ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୫ ମଧ୍ୟେ ଓ ଦିବା ଘ୦୪/୧୫ ଗତେ ଘ୦୫/୪୦ମଧ୍ୟେ
ବାରବେଳା – ଦିବା ଘ୦୧/୨୬ ଗତେ ଘ୦୨/୫୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୦/୨୪ ଗତେ ଘ୦୧/୩୭ ମଧ୍ୟେ ଓ ରାତ୍ରି ଘ୦୮/୦୦ ଗତେ ଘ୧୦/୨୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନା
═✧*══•❁❀❁•═════✧
ଅଦ୍ୟ ପୋଟଳ ଦିବା ଘ୧୧/୫୪ ଗତେ ମୂଳା ଭକ୍ଷଣ ନିଷେଧ
═✧══•❁❀❁•═════✧
ରାଶି ଫଳ
ମେଷ
: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
✧═════•❁❀❁•═════
ବୃଷ
: କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
✧═════•❁❀❁•═════
ମିଥୁନ
ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*✧═════•❁❀❁•═════
କର୍କଟ
: ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
✧═════•❁❀❁•═════
ସିଂହ
ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
✧═════•❁❀❁•═════
କନ୍ୟା
: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
✧═════•❁❀❁•═════
ତୁଳା
: ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
✧═════•❁❀❁•═════
ବିଛା
: ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
✧═════•❁❀❁•═════
ଧନୁ
: ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
✧═════•❁❀❁•═════
ମକର
:ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
✧═════•❁❀❁•═════
କୁମ୍ଭ
: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
✧═════•❁❀❁•═════
ମୀନ
: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।










