14.1 C
Bhubaneswar
Thursday, January 15, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସକାଳ ହେଲେ ଫୁଲଟି ଭାବୁଥାଏ, ଆଜି ସିଏ ମନ୍ଦିରକୁ ଯିବନା ମଶାଣିକୁ ଯିବ। ତେଣୁ ନିଜ ଜୀବନକୁ ଠିକ୍ ଭାବରେ ଉପଭୋଗ କର, ଏବଂ ଅନ୍ୟକୁ ବଞ୍ଚିବାକୁ ଦିଅ, ଅନ୍ୟର ଦୁଃଖ ସମୟରେ ତାକୁ ସାହାଯ୍ୟ କର। ଏମିତି ବେଳ ଆସିବ ଆପଣ କରିଥିବା ସେବାକୁ ସମସ୍ତେ ପ୍ରଶଂସା କରିବ ll
ପ୍ରତ୍ୟହ ରାତିରେ ଶଯ୍ୟା ଧରିବା ପୂର୍ବରୁ ଅନ୍ତତଃ ଦିନ ସାରା କଣ କରିଛ ତାର ବିଶ୍ଳେଷଣ ଓ ତର୍ଜ୍ଜମା କର,ନିଜର ଭୁଲ୍ କୁ ଚିହ୍ନଟ କର,ସେ ଭୁଲକୁ ସୁଧାରିବାର ଯୋଜନା, କୌଶଳ ଓ ପ୍ରତିଜ୍ଞା କରି କାମରେ ଲଗାଅ,ଦେଖିବ ଅଳ୍ପ କେଇଦିନ ପରେ ତୁମେ ଜଣେ ଭୁଲ୍ ମଣିଷରୁ ଠିକ୍ ମଣିଷ ନିଶ୍ଚୟ ହୋଇପାରିବ ll

ଯଦି ଭାଗ୍ୟ ତୁମ ସଙ୍ଗ ଦେଉ ନାହିଁ ତେବେ ବୁଝି ନିଅ ଯେ ପରିଶ୍ରମରେ ଅବହେଳା ଅଛି ଏପରି ପରିଶ୍ରମ ଏମିତି କର ଯେମିତି ଭାଗ୍ୟ ତୁମ ସାଥ ଦେବା ପାଇଁ ବାଧ୍ୟ ହେବ ll

ଯଦି ଅନ୍ୟ କାହା ତୁଳନା ଅପେକ୍ଷା ତୁମକୁ ବିଳମ୍ବରେ ସଫଳତା ମିଳେ, ତେବେ ଆଦୌ ମନ ଦୁଃଖ କରନ୍ତୁ ନାହିଁ କାରଣ ଛୋଟ ଘର ଖୁବ୍ ଜଲଦି ତିଆରି ହୋଇଯାଏ, କିନ୍ତୁ ମହଲ ତିଆରି କରିବାକୁ ସମୟ ଲାଗି ଥାଏ
ନୀରବତାର ଅର୍ଥ ହେଉଛି ନିଜ ପରିବାରରୁ ମିଳିଥିବା ” ସଂସ୍କାର ” କିନ୍ତୁ କିଛି ଲୋକ ହସନ୍ତି ଆଉ ଏହାକୁ ଦୁର୍ବଳତା ବୋଲି ଭାବନ୍ତି କାହିଁକି ନା ପ୍ରକୃତରେ ସଂସ୍କାର କଣ ତାହା ସେମାନଙ୍କୁ ହିଁ ଜଣା ନଥାଏ।*

ତୁମେ ତୁମର ଅତୀତକୁ ଯାଇ ଆରମ୍ଭ ହୋଇଥିବା ଭୁଲକୁ ସୁଧାରି ପାରିବନି ସତ,କିନ୍ତୁ ବର୍ତ୍ତମାନରେ ଥାଇ ଭବିଷ୍ୟତର ଦୋଷକୁ ସଜାଡ଼ି ପାରିବ।*

ସଦଗୁଣ ହିଁ ମନୁଷ୍ୟର ସୌନ୍ଦର୍ଯ୍ୟକୁ ଶତଗୁଣ ବୃଦ୍ଧି କରିଥାଏ ।ଜ୍ଞାନୀ ବ୍ୟକ୍ତି କଦାପି ରୂପ ଦେଖି ମୁଗ୍ଧ ହୁଅନ୍ତି ନାହିଁ,ସେମାନେ କାର୍ଯ୍ୟକ୍ରମର ବିଶ୍ଳେଷଣ କରି ବ୍ଯକ୍ତିକୁ ବିଚାର କରନ୍ତି।*

ଯିଏ କନ୍ଦେଇବ ସିଏ ଦିନେ କାନ୍ଦିବ।ଏହା ଅଭିଶାପ ନୁହେଁ ପ୍ରକୃତିର ହିଁ ବିଚାର।ତେଣୁ ବିନା କାରଣରେ କାହାକୁ ଟୋପାଏ ଲୁହ ଦିଅ ନାହିଁ।

ଅଦ୍ୟ ଜାନୁଆରୀ ମାସ ୨୪ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- କୃଷ୍ଣପକ୍ଷ
ତିଥି- ଦଶମୀ ସନ୍ଧ୍ୟା ଘ୦୭/୩୬ ଗତେ ଏକାଦଶୀ
ନକ୍ଷତ୍ର- ଅନୁରାଧା
ଚନ୍ଦ୍ର – ବିଛା
ଯୋଗ- ଗଣ୍ଡ
କରଣ – ବାଣିଜ୍ୟ
ସୌରମାସ- ମକର ୧୧ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୦୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୫୨
*✧═════•❁❀
ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୭/୩୬ ଗତେ ଅଗ୍ନିକୋଣେ
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୯/୧୦ ଗତେ ଘ୧୧/୫୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୦୨ମଧ୍ୟେ ଓ ଘ୦୧/୩୯ ଗତେ ଘ୦୩/୧୫ ମଧ୍ୟେ ଓ ଘ୦୪/୫୦ ଗତେ ଘ୦୫/୩୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୨୦ ଗତେ ଘ୧୨/୦୯ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ କଳମ ଶାଗ ସନ୍ଧ୍ୟା ଘ୦୭/୩୫ ଗତେ ଶିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
✧═════•❁❀❁•═════
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════
ମୀନ
: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking