ଦରକାରଠାରୁ ଯାହା ଅଧିକ ମିଳିଲେ ତାକୁ ଭାଗ୍ୟ କୁହନ୍ତି ,
ଭାଗ୍ୟଦେଇଥିବା ସବୁ କିଛି ଥାଇ ଯିଏ କାନ୍ଦୁଥାଇ ତାକୁ ଦୁଃଭାଗ୍ୟ କହନ୍ତି ,ଆଉ ଜୀବନରେ ଅଳ୍ପ ପାଇ ଯିଏ ଖୁସୀ ହୁଏ ତାକୁ ଭାଗ୍ୟବାନ କହନ୍ତି ll
ନିଦା ବାଉଁଶରେ ବଂଶୀ ତିଆରି କରିବା ସମ୍ଭବ ନୁହେଁ। ଫମ୍ପା ବାଉଁଶରେ ରନ୍ଧ୍ର କରି ବଜାଇଲେ କି ସୁନ୍ଦର ମଧୁର ସ୍ବର ନିର୍ଗତ ହୁଏ। ଠିକ୍ ସେହିପରି ମନୁଷ୍ଯ କେତୋଟି ଅବିଗୁଣ ରହିତ ହେଲେ, ସେ ବଂଶୀ ପରି ମିଠା କଥା କୁହେ, ତାର ମିଠା ବ୍ଯବହାର ହିଁ ମୋହନ ବଂଶୀ ପରି ମନ ମୋହି ନିଏ। କାମ, କ୍ରୋଧ, ଲୋଭ, ଇର୍ଷା ପରି ଷଢ ରିପୁ ଯଦି ଏ ଶରୀର ଭିତରୁ ମନ ଭିତରୁ ବାହାର କରି ଦେବ, ସେତ ଫମ୍ପା ବାଉଁଶରୁ ମୋହନ ବେଶୀରେ ରୂପାନ୍ତରିତ ହୋଇଯିବ ନା’, ଏଣୁ ବାଉଁଶରୁ ବଂଶୀ ହୋଇ ଯିବାର ପ୍ରକ୍ରିୟାହିଁ ମାନବରୁ ଅତି ମାନବ ସ୍ତରରେ ପହଞ୍ଚିବାର ଉପଲକ୍ଷ ନିଶ୍ଚୟ।
ଜୀବନର ଚଲାବାଟରେ କୌଣସି ବିକଟ ପରିସ୍ଥିତିରେ ଯଦି ଆପଣ ଦୃଢ଼ ସଂକଳ୍ପର ସହ କାମ କରୁଛନ୍ତି ତ ସଫଳତା ଆପଣଙ୍କ ପଛରେ ପଡ଼ିଯିବ । କଠିନ ସମୟରେ ବି ନିଜର ଲକ୍ଷ୍ୟରୁ ଓହରି ଯାଆନ୍ତୁ ନାହିଁ, ବିପଦକୁ ବିଜ୍ଞାପନରେ ବଦଳାନ୍ତୁ ।।
*
“ଯିଏ ତୁମ ପାଖକୁ ଆସି ଅନ୍ୟର ନିନ୍ଦା କରେ ସେ ତୁମ ନାଁ ରେ ବି ଅନ୍ୟ କାହା ପାଖରେ ନିନ୍ଦା କରେ ଏପରି ଲୋକଙ୍କଠୁ ଯେତେ ଦୂରତ୍ୱ ବଜାୟ ରଖିବେ ସେତେ ଭଲରେ ରହିବେ!!”*
“ଏହା ସତ୍ୟ ଯେ ଯେପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ ସେପର୍ଯ୍ୟନ୍ତ ଲୋକେ ଆପଣଙ୍କୁ ଚିହ୍ନୁଥୁବେ,କାହିଁକିନା ସମସ୍ତେ ଜାଣିଛନ୍ତି ଦୀପ ଜଳିଲା ପରେ ଦିଆସିଲି କାଠିର ଅବସ୍ଥା ….. !!”_
“ଲୋକମାନେ ତୁମର ଭୁଲ୍ କୁ ସବୁବେଳେ ମନେ ରଖନ୍ତି କିନ୍ତୁ,ତୁମେ ସେମାନଙ୍କ ପାଇଁ କରିଥିବା ଭଲ କାମ କେବେ ମନେ ରଖନ୍ତି ନାହିଁ ଓଲଟା ବିରୋଧରେ ପଛରେ ଗପିବେ ଚିନ୍ତା କରନା ଉପରବାଲା ତୁମ ସହିତ ସର୍ବଦା,ସତ୍ୟ ସହିତ ନିଶ୍ଚୟ!!”*
“ଜୀବନରେ ଗୋଟିଏ କଥା ସବୁବେଳେ ମନେରଖି ଥିବେ ଯେଉଁମାନେ ଆମକୁ ଗୁରୁତ୍ବ ଦିଅନ୍ତି ନାହିଁ ସେମାନଙ୍କ ପାଖେ ଛିଡ଼ା ହେବା ଅପେକ୍ଷା ଏକାକୀ ଛିଡା ହେବା ଶତ ଗୁଣ ଭଲ !!”
“କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ,କାହିଁକିନା ଭବିଷ୍ୟତରେ ଯାହା ଆପଣଙ୍କର ଦୁଃଖର କାରଣ ହୋଇପାରେ। କିନ୍ତୁ ଏକ ଭଗବାନ ଙ୍କ ସହିତ ମୋହ ରଖିଲେ ତୁମେ ସଦା ସର୍ବଦା ସୁଖୀ ହୋଇ ରହିବ !!”
ଅଦ୍ୟ ଜାନୁଆରୀ ମାସ ୧୯ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ଦିବା ଘ୦୭/୨୭ ଗତେ ଷଷ୍ଠୀ
ନକ୍ଷତ୍ର- ଉତ୍ତରା ଫା ସନ୍ଧ୍ୟା ଘ୦୬/୦୫ ଗତେ ହସ୍ତା
ଚନ୍ଦ୍ର -କନ୍ୟା
ଯୋଗ- ଅତିଗଣ୍ଡ
କରଣ – ତୈତିଳ
ସୌରମାସ- ମକର ୦୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୦୭
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୭/୨୭ ଗତେ ପଶ୍ଚିମେ
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶି ର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୧୦/୩୨ଗତେ ଘ୦୧/୦୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୧ଗତେ ଘ୧୦/୨୮ ମଧ୍ୟେ ଓ ରାତ୍ରି ଘ୦୭/୦୬ ଗତେ ଘ୦୮/୪୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୦୬ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୨୮ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ :
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।*
✧═════•❁❀❁•═════
ବୃଷ :
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।*
✧═════•❁❀❁•═════
ମିଥୁନ :
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।*
✧═════•❁❀❁•═════
କର୍କଟ :
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।*
✧═════•❁❀❁•═════
ସିଂହ :
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।*
✧═════•❁❀❁•═════
କନ୍ୟା :
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।*
✧═════•❁❀❁•═════
ତୁଳା :
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।*
✧═════•❁❀❁•═════
ବିଛା :
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।*
✧═════•❁❀❁•═════
ଧନୁ :
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।*
✧═════•❁❀❁•═════
ମକର :
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।*
✧═════•❁❀❁•═════
କୁମ୍ଭ :
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।*
✧═════•❁❀❁•═════
ମୀନ
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।