ଆଖିରେ ଟିକେ କିଛି ପଡିଗଲେ ଯେମିତି ଦୁନିଆଟା ଆମକୁ ଅନ୍ଧାର ଭଳି ଦିଶେ ଠିକ୍ ସେମିତି ବାପା,ମାଆଙ୍କ ଆଶୀର୍ବାଦ ବିନା ଆମ ଜୀବନ ବି ଏକ ଅନ୍ଧାକାର ଭଳି..ଖୁସି କିଛି ସମୟ ପାଇଁ ଆସିଥାଏ ଓ ଖୁବ୍ ଶୀଘ୍ର ଚାଲିଯାଏ ଦୁଃଖ ଅଧିକ ସମୟ ପାଇଁ ରହିଥାଏ କିନ୍ତୁ ଯେତିକି ସମୟ ରହିଯାଏ, କିଛି ଭଲ ଶିକ୍ଷାଦେଇଯାଏ..ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ କାହିଁକିନା ଆଜିର ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି ll
ଯେଉଁ ବ୍ୟକ୍ତି ପରିଶ୍ରମ ଦ୍ୱାରା ଧନ ସମ୍ପତ୍ତି ଅର୍ଜନ କରେ ସେହି ବ୍ୟକ୍ତି ହିଁ ଜାଣେ କଷ୍ଟ କଣ! କିନ୍ତୁ ଯେଉଁ ବ୍ୟକ୍ତି ବିନା ପରିଶ୍ରମରେ ସବୁକିଛି ପାଇ ଯାଏ ସେହି ବ୍ୟକ୍ତି ଜାଣେନା ଜୀବନର ବାସ୍ତବତା କଣ ll
ଖୁସି ସେମାନଙ୍କୁ ମିଳି ନଥାଏ ଯେଉଁମାନେ ନିଜ ସର୍ତ୍ତରେ ଜିତିଥାଆନ୍ତି । ଖୁସି ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତକୁ ବଦଳାଇ ଥାଆନ୍ତି ।।
ଅଦ୍ୟ ଜାନୁଆରୀ ମାସ ୧୦ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ଦିବା ଘ ୧୦/୨୪ ଗତେ ଦ୍ଵାଦଶୀ
ନକ୍ଷତ୍ର- କୃତ୍ତିକା ଦିବା ଘ୦୨/୨୫ ଗତେ ରୋହିଣୀ
ଚନ୍ଦ୍ର – ବୃଷ
ଯୋଗ- ଶୁଭ
କରଣ – ବିଷ୍ଟି
ସୌରମାସ- ଧନୁ ୨୬ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୭
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୧୦/୨୩ ଗତେ ନୈରୁତେ ଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୯/୧୨ ଗତେ ଘ୧୧/୫୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୦୪ ଗତେ ଘ୦୮/୫୨ମଧ୍ୟେ ଓ ଘ୦୧/୪୦ଗତେ ଘ୦୩/୧୭ ମଧ୍ୟେ ଓ ଘ୦୪/୫୪ ଗତେ ଘ୦୫/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୧୪ ଗତେ ଘ୧୧/୦୫ ମଧ୍ୟେ*
═✧*══•❁❀❁•═════✧
ଅଦ୍ୟ ଶିମ୍ବ ଦିବା ଘ୧୦/୨୪ ଗତେ ପୋଇ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════
ମେଷ
: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।*
✧═════•❁❀❁•═════
ବୃଷ
: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।*
✧═════•❁❀❁•═════
ମିଥୁନ
: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।*
✧═════•❁❀❁•═════
କର୍କଟ
: ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।*
✧═════•❁❀❁•═════
ସି˚ହ
: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।*
✧═════•❁❀❁•═════
କନ୍ୟା
: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।*
✧═════•❁❀❁•═════
ତୁଳା
: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।*
✧═════•❁❀❁•═════
ବିଛା
: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।*
✧═════•❁❀❁•═════
ଧନୁ
: ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।*
✧═════•❁❀❁•═════
ମକର
: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।*
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।