23.4 C
Bhubaneswar
Sunday, December 22, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଅନ୍ଧକାର ସହିତ ଲଢେଇ କରି ନୂହେଁ ବରଂ ଆଲୋକ ପ୍ରଜ୍ଵଳନ କରି ଅନ୍ଧକାରକୁ ଦୂର କରିହେବ..ରୋଗ ଶୋକ କୁ ଦୂର କରିବାକୁ ହେଲେ ଆତ୍ମ ସଂଯମ, ପବିତ୍ରତା, ସତ ଚିନ୍ତା,ଜୀବେ ଦୟା ସର୍ବୋପରି ସାତ୍ୱିକ ଜୀବନ ଯାପନ ଆବଶ୍ୟକ.. ଏହା ହିଁ ଆମ ମହାନ ସଂସ୍କୃତି ଆମକୁ ଶିକ୍ଷା ଦିଏ..
ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି।
ପ୍ରଥମେ ଦୁନିଆକୁ କିଏ ଆସିଲା ନାରୀ ନା ପୁରୁଷ ସେ କଥା ଆଜି ବି କେହି ଜାଣନ୍ତି ନାହିଁ ଏକ ମାତ୍ର ସାକ୍ଷୀ ଭଗବାନ..ପ୍ରତି ଭୁଲ୍ ର ରାସ୍ତା ଅଛି ବନ୍ଧୁ ବିପଦ ଆସିଲେ ଆମକୁ ଉଦ୍ଧାର କରିବେ ଭଗବାନ..ଜାଗା ଅଛି ମାନେ ନିଶ୍ଚିତ ରାସ୍ତା ଥିବ.. ।

ଆତ୍ମବିଶ୍ୱାସ,ଈଶ୍ୱରଙ୍କ ଉପରେ ଭରସା ଓ ଶୃଙ୍ଖଳିତ କାର୍ଯ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତାର ସ୍ବାଦ ଚଖାଇପାରିବ ଏଥିରେ କୌଣସି ସନ୍ଦେହ ନାହିଁ.. ।

ରଙ୍ଗ ଦେଖି କାହାର ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରିବା ଅନୁଚିତ୍, ରଙ୍ଗ ଆଖିରେ ଭ୍ରମ ସୃଷ୍ଟି କରିଥାଏ ଯେମିତି ନିଆଁ, ନିଆଁ ର ରଙ୍ଗ ଖୁବ୍ ସୁନ୍ଦର କିନ୍ତୁ ଏହା ତା ଠୁ ଅଧିକ ଭୟଙ୍କର ମଧ୍ଯ । ଗୁଣ ହିଁ ବ୍ୟକ୍ତିର ବ୍ୟକ୍ତିତ୍ଵକୁ ପରିପ୍ରକାଶ କରିଥାଏ ।ରଙ୍ଗକୁ ପରିବର୍ତ୍ତନ କରାଯାଇ ନପାରେ କିନ୍ତୁ ଗୁଣକୁ ନିଜ ଆୟତରେ ରଖା ଯାଇପାରେ।

ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି*।
DIGITAL ହିଂସା କଣ ?

ତୁମକୁ friend list ରଖିବେ ତୁମର ସବୁ post ଦେଖିବେ କିନ୍ତୁ କିଛି React କରିବେନାହିଁ ।
ଜୀବନରେ ସବୁ ଶିକ୍ଷା ମଣିଷ ବହିରୁ ପାଇପାରି ନଥାଏ….

ଯଦି ବି ବହିରୁ କିଛି ଶିକ୍ଷା ପାଇଥାଏ ତାହା ସେ ସମୟର ସୁଅରେ ଭୁଲିଯାଏ….

କିନ୍ତୁ ଯେଉଁ ଶିକ୍ଷା ମଣିଷ ଖରାପ ସମୟରୁ ପାଇଥାଏ ତାହା ମଣିଷର ମାନସ ପଟରେ ଆଜୀବନ ରହିଥାଏ….

ଅଦ୍ୟ ଡିସେମ୍ବର ମାସ ୨୨ ତାରିଖ ୨୦୨୪ ମସିହା (ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ ଦିବା ଘ ୦୨/୨୩ ଗତେ ଅଷ୍ଟମୀ
ନକ୍ଷତ୍ର- ପୂର୍ବା ଫା ଦିବା ଘ ୦୬/୪୯ ଗତେ ଉତ୍ତର ଫା
ଚନ୍ଦ୍ର – ସିଂହ ଦିବା ଘ ୦୧/୩୧ ଗତେ କନ୍ୟା
ଯୋଗ- ଆୟୁଷ୍ମ।ନ୍
କରଣ – ବବ
ସୌରମାସ- ଧନୁ ୦୭ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୨୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୫୦
*✧═════•❁❀
ଯୋଗିନୀ ବାୟବ୍ୟେ ଦିବା ଘ୦୨/୨୩ ଗତେ ଐଶାନ୍ୟେ
ସପ୍ତମୀ ର ଏକୋଦିଷ୍ଟ ଶ୍ରାଦ୍ଧ
ବୃଷ ରାଶି ର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୨୫ ଗତେ ଘ୦୧/୦୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୦ ଗତେ ଘ୦୯/୩୩ମଧ୍ୟେ ଓ ଘ୦୧/୦୯ ଗତେ ଘ୦୩/୫୯ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ୦୯/୧୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୪୬ ଗତେ ଘ୦୯/୧୩ ମଧ୍ୟେ*
═✧*══•❁❀❁•═════✧
ଅଦ୍ୟ ତାଳ ଦିବା ଘ୦୨/୨୪ ଗତେ ନଡ଼ିଆ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ |*
✧═════•❁❀❁•═════
ବୃଷ
ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।*
✧═════•❁❀❁•═════
ମିଥୁନ
ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ | କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।*
✧═════•❁❀❁•═════
କର୍କଟ
ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ | ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ |*
✧═════•❁❀❁•═════
ସିଂହ
ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ | ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ |*
✧═════•❁❀❁•═════
କନ୍ୟା
ଆଜି ଶତ୍ରୁ ପରାଜୟ ହୋଇପାରେ | ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ | ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।*
✧═════•❁❀❁•═════
ତୁଳା
ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ | ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।*
✧═════•❁❀❁•═════
ବିଛା
ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ | କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ | ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ | ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।*
✧═════•❁❀❁•═════
ଧନୁ
ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ | ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ | ବ୍ୟାପାରରେ ଦିନଟି ମଧ୍ୟମ ରହିବ | ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।*
✧═════•❁❀❁•═════
ମକର
ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ | ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ | ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ | ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ |*

✧═════•❁❀❁•═════
କୁମ୍ଭ
ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ | କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ | ଗୁରୁଜନଙ୍କ ଆଶୀର୍ବାଦ ମିଳିବ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ନିବେଶ ଶୁଭ ରହିବ | ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ |*
✧═════•❁❀❁•═════
ମୀନ
ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ | ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବ୍ୟାପାରରେ ବାଧା ଆସିପାରେ | ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking