ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ, ଯେତେବେଳେ ତା’ର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ଯବହାର କରିଥାଏ ।* ଏକଦମ୍ ଫ୍ରୀ ରେ ଯାହା ମିଳେ ତା ନାଁ ହେଲା ” କଷ୍ଟ “।
କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରୀବ ଭାବନ୍ତୁ ନାହିଁ କାରଣ ମଶାଣି ସମସ୍ତଙ୍କପାଇଁ ଗୋଟିଏ ପ୍ରକାର ହୋଇଥାଏ ।
ଅବସ୍ଥା ତ ସମସ୍ତେ ପଚାରିଥାଆନ୍ତି, କିନ୍ତୁ ବ୍ଯବସ୍ତା କେବଳ ମାଆ ବାପା ହିଁ କରିଥାଆନ୍ତି ।*
ରୂପ ଠାରୁ ଚରିତ୍ର ବଡ, ପ୍ରେମ ଠାରୁ ତ୍ଯାଗ ବଡ, ଧନ ଠାରୁ ମାନବିକତା ବଡ ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ।*
Life ରେ କେବେ ବି କାହାର ଭରଷା ସହିତ ଖେଳନି , କ୍ଷମା ତ ମିଳିବ but ପୁଣି ଭରଷାମିଳିବନି ।
ମଣିଷ ଅନେକ କିଛି କରିବାକୁ ଭାବେ।ଏହି ଭାବିବା ସମୟକୁ ଭାବନାରେ ବିନିଯୋଗ କରିବା ଛାଡ଼ି, ସେତିକି ସମୟରେ କିଛି କାର୍ଯ୍ୟ କରିପାରିଲେ ଜୀବନ ସରସ ସୁନ୍ଦର ହୋଇଯାଏ। ଏହି କଥାକୁ ବୁଝିଲା ବେଳକୁ ସମୟ ସବୁ ଭାବନାରେ ହିଁ ସରିଯାଏ। ଏଣୁ ବେଳ ଥାଉ ଥାଉ ବୁଝିଯିବା ବହୁତ ଭଲ।
ଯେକୌଣସି ମୁହୁର୍ତ୍ତରେ ସମୟ ଏବଂ ପରିସ୍ଥିତି ବଦଳିପାରେ,ତେଣୁ କାହାକୁ ‘ଅପମାନିତ’ କରନ୍ତୁ ନାହିଁ କିମ୍ବା କାହାକୁ ‘ଦୁର୍ବଳ’ ଭାବନ୍ତୁ ନାହିଁ ଆପଣ ଶକ୍ତିଶାଳୀ ହୋଇପାରିବେ କିନ୍ତୁ‘ସମୟ ସବୁଠାରୁ ଶକ୍ତିଶାଳୀ… !! “ଆପଣ ଯାହା କରନ୍ତି ତାହା ସମଗ୍ର ବିଶ୍ବକୁ ପ୍ରଭାବିତ କରେ ଏବଂ ସମଗ୍ର ବିଶ୍ବ ଯଦି କିଛି କରେ ତାହା ଆପଣଙ୍କୁ ପ୍ରଭାବିତ କରିବ!!
ଆପଣଙ୍କର ମାନବ ଜନ୍ମକୁ ସାର୍ଥକ କରିବା ପାଇଁ ଈଶ୍ଵର ଆପଣଙ୍କୁ ଗୋଟିଏ ସ୍ଥାନରେ ଅବସ୍ଥାପିତ କରିଛନ୍ତି।ସେହି ପଦବୀର ମର୍ଯ୍ୟାଦା ରକ୍ଷାକରି ଆପଣ ଈଶ୍ଵରଙ୍କଠାରେ ନିଜକୁ ସମର୍ପିତ କରିଦିଅନ୍ତୁ।କାହାରି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ କିମ୍ବା କାହାକୁ ଭୟ ନକରି ପରମାତ୍ମାଙ୍କ ଶ୍ରୀମତକୁ ମାନି ଚତୁରତାରସହ ନିଜର ଅନ୍ତର୍ ଆତ୍ମାରୁ ଜନ୍ମିତ କାର୍ଯ୍ୟକୁ ସମାପ୍ତ କରନ୍ତୁ,ନିଶ୍ଚିତ ସଫଳ ହେବେ।*
ଏବେ ଠାରୁ ଆମେ ଏକ ସକାରାତ୍ମକ ଚିନ୍ତକ ହେବା ଏବଂ ପ୍ରତ୍ୟେକ ପରିସ୍ଥିତିକୁ ସର୍ବଦା ଭଲ ବୋଲି ମାନି ତାହା ସ୍ବିକାର କରିବା|
ଅଦ୍ୟ ଡିସେମ୍ବର ମାସ ୨୦ ତାରିଖ ୨୦୨୪ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ଦିବା ଘ ୧୪୬ ଗତେ ଷଷ୍ଠୀ
ନକ୍ଷତ୍ର- ମଘା ରାତ୍ରି ଘ୦୪/୨୪ ଗତେ ପୂର୍ବା ଫା
ଚନ୍ଦ୍ର – ସିଂହ
ଯୋଗ- ବିସ୍କୁମ୍ଭ
କରଣ – ତୈତିଳ
ସୌରମାସ- ଧନୁ ୦୫ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୪୦
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୧୦/୪୬ ଗତେ ପଶ୍ଚିମେ
ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ
କର୍କଟ ରାଶି ର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୯/୦୩ ଗତେ ଘ୧୦/୪୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୧୦/୪୮ ଗତେ ଘ୧୨/୪୫ମଧ୍ୟେ ଓ ଘ୦୩/୫୮ ଗତେ ଘ୦୪/୪୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ବେଲ ଦିବା ଘ୧୦/୪୬ ଗତେ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════
ମେଷ
: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
✧═════•❁❀❁•═════
ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
✧═════•❁❀❁•═════
ମିଥୁନ
: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
✧═════•❁❀❁•═════
କର୍କଟ
: ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
✧═════•❁❀❁•═════
ସିଂହ
ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।*
✧═════•❁❀❁•═════
କନ୍ୟା
: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*
✧═════•❁❀❁•═════
ତୁଳା
: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
✧═════•❁❀❁•═════
ବିଛା
: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
✧═════•❁❀❁•═════
ଧନୁ
: ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
✧═════•❁❀❁•═════
ମକର
: ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
✧═════•❁❀❁•═════
କୁମ୍ଭ
ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
✧═════•❁❀❁•═════
ମୀନ
: ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।