18.1 C
Bhubaneswar
Thursday, January 23, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ମହୁମାଛି ଜାଣେ ସେ କେବେ ସଞ୍ଚୟ କରୁଥିବା ମହୁ ଖାଇପାରିବ ନାହିଁ ତା ପରିଶ୍ରମର ଫଳକୁ ଅନ୍ୟମାନେ ଉପଭୋଗ କରିବେ ତଥାପି ସେ ତା କର୍ମରେ କେବେ ଅଵହେଳା କରେନାହିଁ ପରୋପକାର ହିଁ ଶ୍ରେଷ୍ଟ ଧର୍ମ ll

ନିଜ ଜ୍ଞାନ,ମାନ, ସମ୍ମାନଙ୍କୁ ଅଜ୍ଞାନ ଅବିବେକୀ କି ଅସାମାଜିକଙ୍କ ହୁଙ୍କାରରେ ଫିଙ୍ଗିଦିଅ ନାହିଁ,ସମୟ ଆସିଲେ ସେମାନେ ବଦଳି ଯିବେ ହେଲେ ତୁମେ ଯେଉଁ ଅମୁଲ୍ୟ,ଦୁର୍ଲଭ ସମ୍ପଦ ହରାଇବ,ତାର ଭରଣା କେବେ ବି ହୋଇପାରିବ ନାହିଁ ll

ସନ୍ଦେହ ଓ ଅବିଶ୍ବାସ ମଣିଷକୁ ସବୁ ସମ୍ପର୍କରୁ ଦୁରକୁ ନେଇ ଯାଏ,ତେଣୁ ସତ୍ୟତା ନ ଜାଣି ହଠାତ୍ କି ସନ୍ଦେହ କି ଅବିଶ୍ବାସ କରିବା ଠିକ୍ ନୁହେଁ ll

କଷ୍ଟ ମଣିଷକୁ ପରିବର୍ତ୍ତନ କରେ , କଷ୍ଟ ମଣିଷକୁ ଶକ୍ତିଶାଳୀ କରେ , ପ୍ରତିଟି କଷ୍ଟର ଅଭିଜ୍ଞତା ହିଁ ଆମ ପାଇଁ ଏକ ନୂତନ ଶିକ୍ଷା ।
ବଦଳି ଗଲାଣି ମାନଚିତ୍ର ଆଜି
ନାହିଁ ଆଉ ପୂର୍ବ ଜ୍ଯୋତି,
ଗୁରୁ ଗୁରୁଜନ ହେଲେଣି ସମାନ
ମନରେ ନାହିଁ ଭକତି ।

ତୁମେ କୌଣସି କାର୍ଯ୍ୟ କରିବାକୁ ମନସ୍ଥ କଲେ ତାହା ତୁମେ କରିପାରିବ କିନ୍ତୁ ଯଦି ପ୍ରଥମରୁ ଭାବିବ ଯେ ମୁଁ ଏହି କାମ କରିପାରିବି ନାହିଁ ତେବେ ତୁମେ ଅସଫଳ ହୋଇଯିବ , ଏଣୁ ଆତ୍ମ ବିଶ୍ଵାସ ସହିତ କାର୍ଯ୍ୟାରମ୍ଭ କର।

ମନୁଷ୍ୟ ସେତେବେଳ ହଜେ ନାହିଁ ଯେତେବେଳେ ସେ ଭିଡ ମଧ୍ୟରେ ଥାଏ, ମନୁଷ୍ୟ ସେତେବେଳେ ହଜିଥାଏ ଯେତେବେଳେ ସେ ଏକା ହୋଇଯାଇ ଥାଏ ।

ସମସ୍ତ ଜୀବର ଜନ୍ମ ଏବଂ ମୃତ୍ୟୁର Time ପୂର୍ବରୁ Fixed ହୋଇଥାଏ ତେଣୁ ଏହି ସ୍ବଳ୍ପ ଜୀବନ କାଳ ମଧ୍ୟରେ କେବଳ ଧର୍ମ ସମ୍ମତ ସର୍ବ ହିତକାରକ କାର୍ଯ୍ୟ କରିଯିବା ହିଁ ବୁଦ୍ଧିମାନର କାମ ।

ଅଦ୍ୟ ଡିସେମ୍ବର ମାସ ୧୭ ତାରିଖ ୨୦୨୪ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ଦ୍ଵିତୀୟା ଦିବା ଘ ୧୦/୫୦ ଗତେ ତୃତୀୟା
ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୨୦ ଗତେ ପୂଷ୍ୟା
ଚନ୍ଦ୍ର – ମିଥୁନ ରାତ୍ରି ଘ୦୭/୨୫ ଗତେ କର୍କଟ
ଯୋଗ- ବ୍ରହ୍ମ
କରଣ – ଗର
ସୌରମାସ- ଧନୁ ୦୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୨୩
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୦୭/୫୧ ଗତେ ଅଗ୍ନିକୋଣ
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶି ର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୦୫ ଗତେ ଘ୦୨/୨୭ ମଧ୍ୟେ
ବାରବେଳା – ଦିବା ଘ୦୭/୪୦ ଗତେ ଘ୦୯/୦୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୦୭/୩୩ ଗତେ ଘ୦୮/୦୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୦୫/୨୩ ଗତେ ଘ୦୭/୩୧ ମଧ୍ୟେ*
═✧*══•❁❀❁•═════✧
ଅଦ୍ୟ ବୋଇତିକଖାରୁ ଦିବା ଘ୧୦/୫୧ ଗତେ ପୋଟଳ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
✧═════•❁❀❁•═════
ବୃଷ
: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
✧═════•❁❀❁•═════
ମିଥୁନ
: ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
✧═════•❁❀❁•═════
କର୍କଟ
: ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════
ସିଂହ
: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
✧═════•❁❀❁•═════
କନ୍ୟା
: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
✧═════•❁❀❁•═════
ତୁଳା
: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
✧═════•❁❀❁•═════
ବିଛା
: ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
✧═════•❁❀❁•═════
ଧନୁ
: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
✧═════•❁❀❁•═════
ମକର
ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
✧═════•❁❀❁•═════
କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
✧═════•❁❀❁•═════
ମୀନ
: ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking