20.1 C
Bhubaneswar
Thursday, January 16, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଲକ୍ଷ୍ଯ ସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି ନିଜର ଇଛା ଶକ୍ତି ଆତ୍ମ ବିଶ୍ଵାସ ଯଦି ଥିବ ସେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିନ୍ତ ପହଞ୍ଚି ପାରିବ ଏଥିରେ ସନ୍ଦେହ ନାହିଁ ।
ଖୁସିରେ ରଖିବାକୁ ହେଲେ ଯେଉଁଟା ଆତ୍ମା କହୁଛି ସେଇଟା କର —-*
ଦୁନିଆର କଥାକୁ ଭୟ କର ନାହିଁ, କାହିଁକି ନା ଦୁନିଆ କେବଳ କହିଥାଏ କେବେ କିଛି ଦେଇ ନ ଥାଏ —-!

ଅସ୍ତ ତ ଦିନେ ହବାକୁ ପଡ଼ିବ, ସେ ସୂର୍ଯ୍ୟ ହେଉ ବା ମଣିଷ କିନ୍ତୁ ସାହାସ ଓ ଧର୍ଯ୍ୟ ସୂର୍ଯ୍ୟ ଠାରୁ ଶିଖିବା ଉଚିତ ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ୱାସର ସହିତ ଉଦୟ ହୋଇଥାଏ ।

ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଆମେ ସକାରାତ୍ମକ ଚିନ୍ତା କରିବା ଉଚିତ ଏବଂ ଆମର ସକରାତ୍ମକ ଚିନ୍ତାଧାରା ଆମର ସମସ୍ତ ସମସ୍ୟାର ସମାଧାନ କରିଥାଏ |*

ସର୍ବଦା ଖୁସି ହୁଅ |

କଷ୍ଟ ସମୟରେ ଯେଉଁ ଲୋକ*
ସବୁଠାରୁ ପ୍ରଥମେ ମନରେ ଆସେ
ସେ ହିଁ ଜୀବନର ସବୁଠାରୁ
ମୂଲ୍ୟବାନ ଲୋକ ହେଇଥାଏ ।

କିଛିଲୋକ ନୂଆ ଜିନିଷ ପାଇଲାମାତ୍ରେ ପୁରୁଣାକୁ
ଭୁଲିଯାନ୍ତି, କିନ୍ତୁ କିଛି ଲୋକ ନୂଆ ପାଇଲା ପରେ ବି
ସେଇ ପୁରୁଣା ଜିନିଷକୁ ଖୋଜିହୁଅନ୍ତି ।

CARE କରିବା ଶିଖ ସମ୍ପର୍କଟି ଖୁବ୍ ସୁନ୍ଦର ହୋଇଯିବ ।
ସମ୍ପର୍କ ସେହିଠାରେ ଯେଉଁଥିରେ କମ୍ ଶବ୍ଦ ଏବଂ ଅଧିକ ବୁଝାମଣା ଅଛି….

ଯେଉଁଥିରେ କମ୍ ବିବାଦ ଏବଂ ଅଧିକ ପ୍ରେମ ଅଛି….
ଯେଉଁଥିରେ କମ୍ ସନ୍ଦେହ ଏବଂ ଅଧିକ ବିଶ୍ୱାସ ଅଛି….
ଏବଂ
ଯେଉଁଥିରେ ଧର୍ମ କମ୍ ଓ କର୍ମ ଅଧିକ ଅଛି….
ଅନ୍ୟକୁ ସାହାଯ୍ୟ କଲାବେଳେ ମନରେ ଯେମିତି ଭାବନା ଆସୁଛି ଯେ ମୁଁ ସାହାଯ୍ୟ କରିଛି ମୋତେ ବି କିଏ ସାହାଯ୍ୟ କରିବ,ସେହିପରି ଅନ୍ୟକୁ ଅନୁକରଣ ଚିନ୍ତା କଲାବେଳେ ବି ଭାବନ୍ତୁ କି ମୁଁ ସେହିଭଳି କରିଛି ମାନେ ମୋତେ ବି କିଏ ଅନୁକରଣ କରିବ।
ବେଳ ଥାଉ ଉପାୟ ନକଲେ,ଜୀବନଟା ଶୂନ୍ଯ ମରୁଭୂମି ପାଲଟି ଯାଏ,କାରଣ ସୁଯୋଗ ଜୀବନରେ ଥରେ ହିଁ ଆସିଥାଏ।ଯେଉଁଟା କରି ପାରୁନାହାଁନ୍ତି,ସେହି କଥା କାହାକୁ ଜଣାନ୍ତୁ ନାହିଁ,କାହିଁକିନା ମିଛ ସନ୍ଦେଶ, କାହା ମନରୁ କିଛିଦିନ ପାଇଁ ଖୁସି ଛଡେଇ ନିଏ ଏଣୁ ଶୁଣେଇବା ପୂର୍ବରୁ ଥରୁଟିଏ ଚିନ୍ତା କରିବା ଉଚିତ୍, କାହିଁକିନା କହିଥିବା କଥା କେବଳ ଆପଣଙ୍କ ମନ୍ ବୁଝିଯାଏ,କିନ୍ତୁ ତାଙ୍କୁ ଯେଉଁ ଆଘାତ ଲାଗେ,ସେ ଭୁଲି ପାରେ ନାହିଁ।
ଶୁଖି ଯାଇଥିବା ବୃକ୍ଷ କାହାକୁ ଛାଇ ନ ଦେଇ ପାରେ କିନ୍ତୁ ତା ଡାଳରେ ପକ୍ଷୀକୁ ତ ଆଶ୍ରୟ ଦେଇପାରେ…ଠିକ୍ ସେହିଭଳି ଆପଣ କାହା ଜୀବନର ଲକ୍ଷ୍ୟ ପୁରଣ କରି ନ ପାରନ୍ତି କିନ୍ତୁ ତାକୁ ପ୍ରେରଣା ତ ହେଇପାରିବେ…….

ଅଦ୍ୟ ଡିସେମ୍ବର ମାସ ୧୬ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ପ୍ରତିପଦ ଦିବା ଘ ୧୨/୨୦ ଗତେ ଦ୍ଵିତୀୟା
ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୧/୪୫ ଗତେ ପୁନର୍ବସୁ
ଚନ୍ଦ୍ର – ମିଥୁନ
ଯୋଗ- ଶୁକ୍ଳ
କରଣ – କୌଳବ
ସୌରମାସ- ଧନୁ ୦୧ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୦୩
*✧═════•❁❀
ଯୋଗିନୀ ପୂର୍ବେ ଦିବା ଘ୧୨/୨୦ ଗତେ ଉତ୍ତରେ
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶି ର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୦ ଗତେ ଘ୦୯/୦୧ ମଧ୍ୟେ
ବାରବେଳା – ଦିବା ଘ୦୨/୨୭ ଗତେ ଘ୦୩/୪୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୩୯ ମଧ୍ୟେ ଓ ଘ୦୯/୩୧ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୦୭/୩୩ ଗତେ ଘ୧୦/୪୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପାଣିକଖାରୁ ଦିବା ଘ୧୨/୨୦ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ*
═════•❁❀❁•═════
ମେଷ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
✧═════•❁❀❁•═════

ବୃଷ
ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*
✧═════•❁❀❁•═════
ମିଥୁନ
ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

✧═════•❁❀❁•═════l
କର୍କଟ
ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*
✧═════•❁❀❁•═════
ସିଂହ
ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*
✧═════•❁❀❁•═════

କନ୍ୟା
ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।*

✧═════•❁❀❁•═════
ତୁଳା
ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*
═════•❁❀❁•═════

ବିଛା
ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*
✧═════•❁❀❁•═════

ଧନୁ
ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*
✧═════•❁❀❁•═════

ମକର
ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
✧═════•❁❀❁•═════

କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।*

✧═════•❁❀❁•═════

ମୀନ
ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking