36.1 C
Bhubaneswar
Friday, March 27, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜନ୍ମ ଦେଇଛନ୍ତି କର୍ମ ଦେଖୁଛନ୍ତି
ଧରିଛନ୍ତି ସମସ୍ତଙ୍କ ଭାଗ୍ଯ ଡୋରି,
ସାରା ସଂସାରରେ ଯେତେ ବି ଅଛନ୍ତି
କେହି ନୁହେଁ ତାଙ୍କପରି।
ଜୀବନରେ ଲକ୍ଷ୍ୟସ୍ଥିର କରିବା ବଡ଼ କଥା ନୁହେଁ, ବଡ଼ କଥା ହେଲା ସେ ଲକ୍ଷ୍ୟର ପ୍ରାପ୍ତି ପାଇଁ ନିଜ ଉପରେ ଆସୁଥିବା ବାଧାବିଘ୍ନର ସମ୍ମୁଖିନ ହୋଇ ଲକ୍ଷ୍ୟ ପଥରୁ ବିଚ୍ୟୁତ ନ ହେବା।
“ଯେଉଁମାନେ ଅପେକ୍ଷା କରନ୍ତି ସେମାନେ କେବଳ ସେତିକି ପାଆନ୍ତି,ଯେତିକି ଚେଷ୍ଟାକାରୀ ଛାଡ଼ି ଦେଇଥାନ୍ତି”
“ଲୋକମାନେ ପ୍ରଶଂସା କରନ୍ତୁ କି ନାହିଁ,ଭଲ କାମ ଜାରି ରଖନ୍ତୁ,ଯେମିତି ଦୁନିଆର ଅଧାରୁ ଅଧିକ ଲୋକ ଶୋଇଥାନ୍ତି,ତଥାପି ସୂର୍ଯ୍ୟ ଉଦୟ ହୁଅନ୍ତି।”

ସକାରାତ୍ମକ ଚିନ୍ତାଧାରାର ଅର୍ଥ ଏହା ନୁହେଁ ଯେ ଆମେ ପ୍ରତ୍ୟେକ ଥର ଏଇ ଆଶା ରଖିବା କି ସବୁ କିଛି ଭଲ ହେଇଯାଉ ପରନ୍ତୁ ଏହାର ବାସ୍ତବିକ୍ ଅର୍ଥ ଏହା ଅଟେ ଯେ ,ଆମକୁ ସ୍ବିକାର କରିବାକୁ ହେବ ଯାହା ସବୁ ଘଟୁଛି ତାହା ସବୁଠାରୁ ଭଲ.|
ଆଜିଠାରୁ ଆମେ,ଏକ ସକାରାତ୍ମକ ଚିନ୍ତକ ହେବା ଏବଂ ପ୍ରତ୍ୟେକ ପରିସ୍ଥିତିକୁ ସର୍ବଦା ଭଲ ବୋଲି ମାନି ତାହା ସ୍ବିକାର କରିବା||*

ଜୀବନର ସବୁଠାରୁ ବଡ ସଫଳତା (ଉପଲବ୍ଧି) ହେଉଛି ନିଜ କାର୍ଯ୍ୟରେ ଦକ୍ଷତା ହାସଲ କରିବା”
କାହାର ବାହ୍ୟ ଗୁଣ ଦେଖି କେବଳ ତାଙ୍କ ପଛରେ ଦୌଡ଼ିବା ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ|
କୁହାଯାଏ ଯେ କାହାର ଅଭାବ ଦେଖିବା ପରେ ତାଙ୍କୁ ଉନ୍ନତି ପାଇଁ ମାର୍ଗଦର୍ଶନ କରିବାର ଭାବନା ରଖିବାକୁ ପ୍ରକୃତ ସ୍ନେହ କହିଥାନ୍ତି||
ମନେରଖନ୍ତୁ,ଯଦି ଆପଣ କ୍ରମାଗତ ଭାବରେ କଠିନ ପରିଶ୍ରମ କରିବାକୁ ଲକ୍ଷ୍ୟ ସ୍ଥିର କରନ୍ତି, ତେବେ ଗନ୍ତବ୍ୟସ୍ଥଳ ନିଶ୍ଚିତ ଭାବରେ ତୁମ ପାଇଁ ଅପେକ୍ଷା କରିଥାଏ|||

ନିଜର ଦୁଃଖ ପାଇଁ କେବେ ବି ସଂସାରକୁ ଦୋଷ ଦିଅନ୍ତୁ ନାହିଁ, ନିଜର ମନକୁ ବୁଝାନ୍ତୁ….

କାହିଁକି ନା ଆପଣଙ୍କ ମନର ପରିବର୍ତ୍ତନ ହିଁ ଆପଣଙ୍କ ଦୁଃଖର ଅନ୍ତ କରି ପାରିବ….
ଜୟ ଶ୍ରୀଶ୍ରୀ ଜଗନ୍ନାଥ ଶରଣ

ଅଦ୍ୟ ଡିସେମ୍ବର ମାସ ୧୪ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାର୍ଗଶୀର ମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଦ୍ଦଶୀ ଦିବା ଘ ୦୪/୪୪ ଗତେ ପୂର୍ଣ୍ଣିମା
ନକ୍ଷତ୍ର- ରୋହିଣୀ ରାତ୍ରି ଘ୦୪/୧୯ ଗତେ ମୄର୍ଗଶିରା
ଚନ୍ଦ୍ର – ବୃଷ
ଯୋଗ- ସାଧ୍ୟ
କରଣ – ବାଣିଜ୍ୟ
ସୌରମାସ- ବିଛା ୨୯ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୧୩
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୪/୪୪ ଗତେ ବାୟବ୍ୟେ
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ରାଶି ର ଘାତ ଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୦ ମଧ୍ୟେ ଓ ଦିବା ଘ୦୩/୪୪ଗତେ ଘ୦୫/୦୬ ମଧ୍ୟେ
ବାରବେଳା – ଦିବା ଘ୦୧/୦୨ ଗତେ ଘ୦୨/୦୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୪ ଗତେ ଘ୧୦/୧୮ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୧/୦୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୫ ଗତେ ଘ୦୨/୩୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବିରି ଦିବା ଘ୦୪/୪୪ ଗତେ ଆମିଷଭକ୍ଷଣ ନିଷେଧ
═✧══•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
═════•❁❀❁•═════
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════
ମୀନ
ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking