ଏ ସଂସାରରେ ସବୁଠାରୁ ବଡ ସମ୍ପତ୍ତି ହେଉଛି ମଣିଷର ନିଜ ବୁଦ୍ଧି..ସବୁଠାରୁ ଭଲ ଅସ୍ତ୍ର ହେଉଛି ଧୈର୍ଯ୍ଯ, ସବୁଠାରୁ ଭଲ ସୂରକ୍ଷା ହେଉଛି ବିଶ୍ବାସ ଏବଂ ସବୁଠାରୁ ଭଲ ଔଷଧ ହେଉଛି ହସ ଓ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏ ସବୁ ନିଶୁଳ୍କରେ ହିଁ ମିଳିଥାଏ ll
ପୋଲ ଓ କାନ୍ଥ ଉଭୟଙ୍କ ନିର୍ମାଣରେ ଗୋଟିଏ ପ୍ରକାର ସମାଗ୍ରୀ ଲାଗିଥାଏ ଯାହାକି ପୋଲ ଲୋକଙ୍କୁ ଯୋଡିବାରେ କାମ କରୁଥାଏ ଓ କାନ୍ଥ ଲୋକଙ୍କୁ ଅଲଗା କରିବାରେ କାମ କରୁଥାଏ.. ମନୁଷ୍ୟକୁ ଭଗବାନ ଗୋଟିଏ ପ୍ରକାର ବନେଇଛନ୍ତି କିଏ କେମିତି ବ୍ୟବହାର କରୁଥାଏ ଏହା ତାହାରି ସଂସ୍କାର ଉପରେ ନିର୍ଭର କରିଥାଏ ll
ମନ ମାରି ବସି ରୁହନା,ଦୁଶ୍ଚିନ୍ତା ମାଡି ବସିବ, ସର୍ବଦା କିଛି ନା କିଛି କର୍ମରେ ନିଜକୁ ନିୟୋଜିତ କରି ରଖ ଅନ୍ୟ ସମୟରେ ହସ ଖୁସି କର, ଆବଶ୍ୟକ ବିଶ୍ରାମ ନିଅ ଏବଂ ପ୍ରତ୍ୟେକ ଦିନ ସୁ-ନିଦ୍ରା ଯାଅ, ତେବେ ମନରେ ବେକାର ଭାବ କେବେ ବି ଆସିବ ନାହିଁ, ହଜାରେ ଦୁଶ୍ଚିନ୍ତାକୁ ଏଡାଇ ହୋଇପାରିବ ll
ଜିଭରେ ହାଡ଼ ନଥାଏ କିନ୍ତୁ ତାହା ଏତେ ଶକ୍ତିଶାଳୀ ହୋଇଥାଏ ଯେ ଆତ୍ମାକୁ ଆଘାତ କରିପାରେ । ତେଣୁ ନିଜ ବାଣୀରେ ସଂଯମତା ରକ୍ଷା କରନ୍ତୁ ଅସ୍ଥାୟୀ ଜୀବନରେ ଚିରସ୍ଥାୟୀ ହେଉଛି ମଣିଷର ସୁନ୍ଦର “ବ୍ୟବହାର” ଯାହା ମୃତ୍ୟୁ ପରେ ବି ସମସ୍ତଙ୍କ ପାଖରେ ସ୍ମୃତି ହୋଇ ରହିଥାଏ….
ଅଦ୍ୟ ଡିସେମ୍ବର ମାସ ୦୬ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାର୍ଗଶୀର ମାସ- ଶୁକ୍ଳପକ୍ଷ
ତିଥି- ପଞ୍ଚମୀ ଦିବା ଘ ୧୨/୧୦ ଗତେ ଷଷ୍ଠୀ
ନକ୍ଷତ୍ର- ଶ୍ରବଣା ସନ୍ଧ୍ୟା ଘ୦୫/୫୯ ଗତେ ଧନିଷ୍ଟା
ଚନ୍ଦ୍ର – ମକର
ଯୋଗ- ଧ୍ରୁବ
କରଣ – ବାଳବ
ସୌରମାସ- ବିଛା ୨୧ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୦
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ ୧୨/୧୦ ଗତେ ପଶ୍ଚିମେ
ପଞ୍ଚମୀ ଏକୋଦିଷ୍ଟ ଓ ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୫୫ ଗତେ ଘ୧୨/୩୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୦୦ ମଧ୍ୟେ ଓ ଘ୦୭/୫୦ ଗତେ ଘ୦୮/୫୪ ମଧ୍ୟେ ଓ ଘ୧୨/୩୯ ଗତେ ଘ୦୩/୫୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ବେଲ ଦିବା ଘ ୧୨/୧୦ ଗତେ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════
ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।*
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*
✧═════•❁❀❁•═════
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
✧═════•❁❀❁•═════
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
✧═════•❁❀❁•═════
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
✧═════•❁❀❁•═════
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।*
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* ।
✧═════•❁❀❁•═════
କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।*
✧═════•❁❀❁•═════
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।