“ସମ୍ପର୍କ ” ଦଶ ବର୍ଷର ହେଉ ବା ଦଶ ଦିନରେ ହେଉ, ବିଶ୍ବାସ ନ ରହିଲେ ସେ ସମ୍ପର୍କର କିଛି ମୂଲ୍ୟ ନାହିଁ ।
ଅର୍ଥ ” ଆଉ ” ସ୍ବାର୍ଥ ” ମଣିଷକୁ ଅମଣିଷ କରିଦିଏ ।
ସମ୍ପର୍କ କେବେ ବି ଦୂରତ୍ବରେ ଶେଷ ହୁଏ ନା —- ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର, ଅସମ୍ମାନ, ସ୍ୱାର୍ଥପରତା ଏବଂ ବିଶ୍ବାସ ଘାତକ ଦ୍ଵାରା ।
କାହାର ରାଣ ଖାଇ ମିଛ କଥା କହିଲେ କେହି ମରି ଯାଏ ନାହିଁ, କେବଳ ବିଶ୍ବାସ ମରିଯାଏ ।
ଜୀବନ ହେଉଛି ଏକ Difficult exam, ଏହି exam ରେ ସେହିମାନେ fail ହୋଇଯାଆନ୍ତି, ଯେଉଁ ମାନେ ଅନ୍ୟକୁ copy କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତି ନାହିଁ ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା question paper , ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନ୍ତୁ ନାହିଁ ।କାରଣ ଭଗବାନ ସମସ୍ତଙ୍କୁ ସମାନ କରି ନାହାଁନ୍ତି ।ତେଣୁ ନିଜ ହିସାବରେ ନିଜେ ରୁହନ୍ତୃ
*ଭୁଲ୍ ବାଛିବା ଏକ ଭଲ ଗୁଣ କିନ୍ତୁ ତାହା ଅନ୍ୟର ଭୁଲ୍ ନ ବାଛିବା ଉଚିତ୍, କାରଣ ମଣିଷ ଯେତିକି ଭୁଲ୍ ଅନ୍ୟ ଠାରେ ଦେଖିଥାଏ ତା’ର ଦୁଇ ଗୁଣ ଭୁଲ୍ ନିଜେ କରି ଥାଏ ମାତ୍ର ଆତ୍ମ ସମୀକ୍ଷାର ଅଭାବରୁ ତା’ର ଭୁଲ୍ ତା’କୁ ଅଗୋଚର ଥାଏ।ପଛରେ ବଦନାମ କରି ସାମ୍ନାରେ ଆସି ଆନ୍ତରିକତା ଦେଖାଇବା ଲୋକମାନଙ୍କ ଠାରୁ ସର୍ବଦା ଦୁରେଇ ରହିବା ଉଚିତ୍,କାହିଁକି ନା ଏମାନେ ଶତ୍ରୁଠାରୁ ବି ଅଧିକ ଭୟଙ୍କର ହୋଇଥାନ୍ତି!!
ସମ୍ପର୍କର ପଶା ଖେଳରେ ମଣିଷ ବେଳେବେଳେ ହାରିଯାଏ, ଏଥିପାଇଁ ନୁହେଁ ତାକୁ ଖେଳର ନିୟମ ଜଣା ନଥାଏ….
ବରଂ ଏଥିପାଇଁ ଯେ ଖେଳ ପଛର ଛଳନା ତାକୁ ଜଣା ନଥାଏ…
ଅଦ୍ୟ ନଭେମ୍ବର ମାସ ୨୫ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାର୍ଗଶୀର ମାସ- କୃଷ୍ଣପକ୍ଷ
ତିଥି- ଦଶମୀ ରାତ୍ରି ଘ ୧୨/୪୩ଗତେ ଏକାଦଶୀ
ନକ୍ଷତ୍ର- ଉତ୍ତର ଫା ରାତ୍ରି ଘ ୦୧/୫୩ ଗତେ ହସ୍ତା
ଚନ୍ଦ୍ର – କନ୍ୟା
ଯୋଗ- ବିସ୍କୁମ୍ଭ
କରଣ – କୌଳଵ
ସୌରମାସ- ବିଛା ୧୦ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୫/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ ୧୨/୪୩ ଗତେ ଅଗ୍ନିକୋଣେ
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୨୭ ଗତେ ଘ୦୮/୫୦ ମଧ୍ୟେ
ବାରବେଳା – ଦିବା ଘ୦୨/୧୮ ଗତେ ଘ୦୩/୪୧ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୨୬ ମଧ୍ୟେ ଓ ଘ୦୯/୧୯ ଗତେ ଘ୧୧/୪୪ ମଧ୍ୟେ ଓ ରାତ୍ରି ଘ୦୭/୨୫ ଗତେ ଘ୧୦/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ କଳମ ଶାଗ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
✧═════•❁❀❁•═════
ବୃଷ
ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
✧═════•❁❀❁•═════
ମିଥୁନ
ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
✧═════•❁❀❁•═════
କର୍କଟ
ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
✧═════•❁❀❁•═════
ସିଂହ
ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
✧═════•❁❀❁•═════
କନ୍ୟା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
✧═════•❁❀❁•═════
ତୁଳା
ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
✧═════•❁❀❁•═════
ବିଛା
ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
✧═════•❁❀❁•═════
ଧନୁ
ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
✧═════•❁❀❁•═════
ମକର
ଆଜି ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
✧═════•❁❀❁•═════
କୁମ୍ଭ
ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
✧═════•❁❀❁•═════
ମୀନ
ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ