ଯେମିତି ନିଶ୍ବାସ ବିନା ଜୀବନ ଅସମ୍ଭବ,ସେହିପରି ବିଶ୍ବାସ ବିନା ସମ୍ପର୍କ ତିଷ୍ଠିବା ଅସମ୍ଭବ ।
ଆଳସ୍ଯର ଫଳ କେବଳ ଦୁଃଖ
କଷ୍ଟ କଲେ ମିଳିଥାଏ ନିଶ୍ଚୟ ସୁଖ
କର୍ମ ହିଁ ଭଗବାନ
କର୍ମ ହିଁ ବାସ୍ତବିକ ଧନ ।
ଟିକେ ଟିକେ କଥାରେ ରାଗି ଯାଆନ୍ତି, ରୁଷିଥାନ୍ତି ସେଇମାନେ ଯେଉଁ ମାନେ ସୋଚଟ ଅଟନ୍ତି..,,*
କପଟି ମାନେ ତ ସାମ୍ନାରୁ ହସୁଥାନ୍ତି କିନ୍ତୁ ପଛରୁ ଛୁରୀ ମାରିଥାନ୍ତି…l
ଜୀବନର ପ୍ରତ୍ୟେକ ଟି ମୋଡରେ, ପ୍ରତ୍ୟେକ ପରିସ୍ଥିତିରେ ଆମ ସହ କେହି ନା କେହି ସହଯୋଗ କରିଥାଏ..ହେଲେ ଆମକୁ ପ୍ରେରଣା ଓ ଉତ୍ସାହ ଯୋଗାଇ ଥାଏ ଅନ୍ୟ ଜଣେ କେହି ଯାହାକୁ ଆମେ ଦେଖି ପାରି ନଥାଉ କେବଳ ଅନୁଭବ କରି ପାରୁ.. ସବୁ ଠିକ୍ ଭୂଲ୍ ରେ ବାଟ କଢ଼ାଇ ଦେଇଥାଏ ଆମକୁ ସେ..ଆଉ ସେ ହେଉଛି ଆମ ଅନ୍ତରାତ୍ମା.. ।*
ଆତ୍ମନିର୍ଭରଶୀଳ ହୁଅ, ଯେପରି ଯେ କୌଣସି ପରିସ୍ଥିତି କୁ ଏକାକୀ ସମ୍ମୁଖୀନ କରିପାରିବ..କାରଣ, ମୁଁ ମୁଁ କହି ପରିଚୟ ଦେଉଥିବା ଏହି ଶରୀର ବି ଦିନେ ନ କହି ତୁମକୁ ତାଟି କବାଟ ଦେଇ ତଡ଼ିଦେବ ।
ଯାହାର କିଛି Guarantee ନାହିଁ ତାର ନାମ ହେଉଛି “ଜୀବନ ” ଯାହାର Guarantee ଅଛି ତାର ନାମ ହେଉଛି “ମୃତ୍ୟୁ ”
ନିଜର ଭବିଷ୍ୟତକୁ କେବେ ଭାଗ୍ୟ ଉପରେ ଛାଡ଼ନ୍ତୁ ନାହିଁ….
କାହିଁକି ନା
ଭାଗ୍ୟ ତ ଭଗବାନଙ୍କ ହାତରେ ଥାଏ କିନ୍ତୁ ଭବିଷ୍ୟତ ମଣିଷ ହାତରେ….
କେବେବି ନିଜ ଜୀବନ ବା ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ କାହିଁକି ନା ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି !!”*
“ମନେରଖନ୍ତୁ ଭଗବାନଙ୍କ ଦରବାରରେ ଓକିଲ ର କିଛି ଆବଶ୍ୟକ ନାହିଁ , ନିରବ ରୁହନ୍ତୁ ସତ୍ କର୍ମ କରି ଚାଲନ୍ତୁ କାହିଁକିନା ସେଠି ସମସ୍ତଙ୍କର ହିସାବ ଚାଲିଛି !!”*
“ମନେରଖନ୍ତୁ ଆବଶ୍ୟକତାଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ହିଁ ବିଷ . ଏହା କ୍ଷମତା , ସ୍ବାଭିମାନ , ଧନ , କ୍ଷୁଧା , ଲୋଭ , ଆଳସ୍ୟ , ପ୍ରେମ , ଘୃଣା ବା ଅନ୍ୟ କିଛି ବି ହୋଇପାରେ !!”*
“ପ୍ରକୃତ ବନ୍ଧୁ ସେ ନୁହଁ ଯେ ଆମକୁ ପ୍ରତ୍ୟେକ କଥାରେ ବିନା କାରଣରେ ବିରୋଧ କରୁଥିବ ,ପ୍ରକୃତ ବନ୍ଧୁ ତ ସିଏ ଯିଏ ଆମ ନିରବତା ର ଶବ୍ଦକୁ ଅନୁଭବ କରି ପାରୁଥବ !!”
-ବେଦ ଅନୁସାରେ ଆମେ ସକଳ ପ୍ରକାର ପବିତ୍ର ଶକ୍ତି ହୃଦୟରେ ଧାରଣ କରିବା l ଏହା ବିନା ମନୁଷ୍ୟ ସୁଖ -ଶାନ୍ତି ପ୍ରାପ୍ତ କରେ ନାହିଁ l
ଅଦ୍ୟ ନଭେମ୍ବର ମାସ ୧୫ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଦ୍ଦଶୀ ପ୍ରା ଘ ୦୬/୦୬ ଗତେ ପୂର୍ଣ୍ଣିମା
ନକ୍ଷତ୍ର- ଦ୍ଵିଜା ରାତ୍ରି ଘ ୧୦/୧୮ ଗତେ କୁର୍ତ୍ତିକା
ଚନ୍ଦ୍ର -ମେଷ ରାତ୍ରି ଘ ୦୩/୩୯ ଗତେ ବୃଷ
ଯୋଗ- ବ୍ୟତିପାତ
କରଣ – ବାଣିଜ୍ୟ
ସୌରମାସ- ତୁଳା ୩୦ ଦିନ
ଅଦ୍ୟ ରାସ ପୂର୍ଣ୍ଣିମା
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୦/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୦୦
*✧═════•❁❀
ଯୋଗିନୀ ପଶ୍ଚିମେ ପ୍ରା ଘ ୦୬/୦୬ ଗତେ ବାୟବ୍ୟେ
ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶି ର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୪୫ ଗତେ ଘ୧୧/୩୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୪୯ ମଧ୍ୟେ ଓ ଘ୦୭/୩୬ ଗତେ ଘ ୦୮/୪୪ମଧ୍ୟେ ଓ ଘ୧୨/୨୬ଗତେ ଘ୦୩/୩୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ଆମିଷ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════
ମେଷ
ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*
✧═════•❁❀❁•═════
ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
✧═════•❁❀❁•═════
ମିଥୁନ
-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*
✧═════•❁❀❁•═════
କର୍କଟ
-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*
✧═════•❁❀❁•═════
ସିଂହ
-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।*
✧═════•❁❀❁•═════
କନ୍ୟା
-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*
✧═════•❁❀❁•═════
ତୁଳା
-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍ ଆଦୃତ ହେବେ।*
✧═════•❁❀❁•═════
ବିଛା
-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*
✧═════•❁❀❁•═════
ଧନୁ
-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*
✧═════•❁❀❁•═════
ମକର
-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*
✧═════•❁❀❁•═════
କୁମ୍ଭ
-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*
✧═════•❁❀❁•═════
ମୀନ
-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।