14.1 C
Bhubaneswar
Monday, January 19, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଝରଣା” ନିଜ ପାଣି ନିଜେ ପିଏ ନାହିଁ, “ବୃକ୍ଷ” ନିଜ ଫଳ ନିଜେ ଖାଇ ନଥାଏ, “ଦୀପ” ନିଜେ ଅନ୍ଧାରରେ ରହି ଦୁନିଆକୁ ଆଲୋକ ଦେଖାଏ, “ଫୁଲ” ନିଜର ମହକରେ ଅନ୍ୟ ମାନଙ୍କୁ ମହକାଉ ଥାଏ କାରଣ ସେମାନେ ଠିକ ବୁଝିଛନ୍ତି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ହିଁ ପ୍ରକୃତ ଜୀବନ କୁହାଯାଏ ।

ପ୍ରକୃତରେ ମଣିଷ ଯେତେ ନୀଚକୁଳରେ ଜନ୍ମହେଲେ ମଧ୍ୟ ସ୍ନେହ,ଶ୍ରଦ୍ଧା ଓ ପ୍ରେମଯୁକ୍ତ ସ୍ୱଚ୍ଛ ଏବଂ ନିର୍ମଳ ହୃଦୟ ଧାରଣ ଦ୍ଵାରା ହିଁ ମହାନ୍ ହୋଇଥାଏ ।*

କାହା ଉପରେ ଅତ୍ୟାଧିକ ଭରଷା କରିବା ମୂର୍ଖାମି, କାରଣ ଅନ୍ଧାରରେ ନିଜ ଛାଇ ବି ସାଥୀରେ ରହେନାହିଁ । ଯଦି ସ୍ୱପ୍ନ ପୁରା ହେଉନାହିଁ ତେବେ ରାସ୍ତା ବଦଳାନ୍ତୁ, ସିଦ୍ଧାନ୍ତ ନୁହେଁ କାରଣ ଗଛ ସର୍ବଦା ପତ୍ର ବଦଳେଇଥାଏ ମୂଳ ନୁହେଁ ।*

ଯେତେବେଳେ ଜୀବନ ନାମକ Screen Low Battery ହେଇଯାଏ, ଆଉ Relative ନାମକ Charger ମିଳେ ନାହିଁ , ସେତେବେଳେ ଯେଉଁ Power Bank କାମରେ ଆସେ ତାହା ହେଉଛି “FRIENDS” ।
ଅହଙ୍କାର ଓ ଅଭିମାନ ଗୋଟିଏ ଗୋଟିଏ ମାନସିକ ରୋଗ….

ଯାହାର ଚିକିତ୍ସା କେବଳ ଭଗବାନ ଓ ସମୟ ହିଁ କରିଥାନ୍ତି….

ଅଦ୍ୟ ନଭେମ୍ବର ମାସ ୧୪ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- ଶୁକ୍ଳପକ୍ଷ
ତିଥି- ତ୍ରୟୋଦଶୀ ଦିବା ଘ ୦୯/୪୩ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ ୧୨/୫୬ ଗତେ ଦ୍ଵିଜା
ଚନ୍ଦ୍ର -ମେଷ
ଯୋଗ- ଅସୃକ
କରଣ – ତୈତିଳ
ସୌରମାସ- ତୁଳା ୨୯ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୫୯/୩୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୧୦
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୯/୪୨ ଗତେ ପଶ୍ଚିମେ
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶି ର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୧୫ ଗତେ ଘ୦୫/୦୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୩୭ ମଧ୍ୟେ ଓ ରାତ୍ରି ଘ୦୫/୫୦ ଗତେ ଘ ୦୯/୦୪ ମଧ୍ୟେ ଓ ରାତ୍ରି ଘ୧୧/୨୬ଗତେ ଘ୦୨/୩୦ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନା
═✧*══•❁❀❁•═════✧
ଅଦ୍ୟ ବାଇଗଣ ଦିବା ଘ୦୯/୪୪ ଗତେ ବିରି ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
✧═════•❁❀❁•═════
ମେଷ
:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।*
✧═════•❁❀❁•═════
ବୃଷ
: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।*
✧═════•❁❀❁•═════
ମିଥୁନ
: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।*
✧═════•❁❀❁•═════
କର୍କଟ
: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।*
✧═════•❁❀❁•═════
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।*
✧═════•❁❀❁•═════
କନ୍ୟା
: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।*
✧═════•❁❀❁•═════
ତୁଳା
: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।*
✧═════•❁❀❁•═════
ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
✧═════•❁❀❁•═════
ଧନୁ
: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।*
✧═════•❁❀❁•═════
ମକର
: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।*
✧═════•❁❀❁•═════
କୁମ୍ଭ
: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।*
✧═════•❁❀❁•═════
ମୀନ
ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking