19.1 C
Bhubaneswar
Saturday, November 23, 2024
Homeଓଡିଶାଅନୁ ଚିନ୍ତା

ଅନୁ ଚିନ୍ତା

ବଚନେ ଦରିଦ୍ର ନୋହିବା
କହି ମଧୁର କଥା ,
ଜିଣିବା ସବୁରି ମନକୁ
ହରି ସକଳ ବ୍ଯଥା ।

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖାଲି ମାତ୍ର ଚିତ୍ର ନୁହେଁ ଚରିତ୍ର, ଭବନ ନୁହେଁ ଭାବନା, ଦୃଷ୍ଟି ନୁହେଁ ଦୃଷ୍ଟିକୋଣ ସୁନ୍ଦର ହେବା ଆବଶ୍ୟକ ।

ପ୍ରଦର୍ଶନ କରିବାର ଯଦି ଅଛି ତେବେ ଦୟାଠୁ ଭଲ କିଛି ନାହିଁଁ….।*
କାହାପ୍ରତି ଦୟାର ମନୋଭାବ ରଖିବା ଏକ ମହାନ୍ ଗୁଣ ।

ଡେରିରେ ହେଉ ପଛେ……
ଏତିକି ତ ବୁଝିଗଲି ଆମେ କାହା ପାଇଁ ସେତିକି Important ହେଇ ନଥାଉ ଯେତିକି ଆମେ ଭାବି ଦେଇଥାଉ ।
ସୁନ୍ଦର ମୁହଁଟିଏ କିଛିଦିନ ପାଇଁ ମନେ ରୁହେ।କିନ୍ତୁ ସୁନ୍ଦର ହୃଦୟରଟିଏ ସାରା ଜିବନ ପାଇଁ ମନରେ ସାଇତି ହୋଇ ରହିଯାଏ ।

ମଣିଷର ପ୍ରକୃତି:-
ପ୍ରଶୟ ଦେଲେ- ମୁଣ୍ଡରେ ଚଢ଼େ ଆଦର କଲେ- ଖୋସାମତ ଭାବେ ଉପଦେଶ ଦେଲେ- ମୁହଁ ମୋଡେ ଉପକାର କରିଥିଲେ- ଅସ୍ବୀକାର କରେ।

ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ।

ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ ଯିଏ ଅଜ୍ଞାନୀ ହୋଇଥାଏ ତାକୁବି ବୁଝେଇ ହେବ, କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବା ସମ୍ଭବ ନୁହେଁ। କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ।*

ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି, ଯଦି ‘ମା’ ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ।*

ସତ୍ୟକୁ ଯେତେ ଦବାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ସାମନାକୁ ବାହାରିପଡେ । ସଂସାରରେ ଖୁବ୍ କମ୍ ପ୍ରାଣୀ ଅଛନ୍ତି ଯାହାର ଭିତର ବାହାର ସମାନ ନଚେତ୍ ସବୁ ଅଲଗା ଅଲଗା ।*

ସନ୍ଦେହ ଏକ ଏପରି ରୋଗ ଯାହା ଜଣଙ୍କ ମନରେ ଥରେ ବସିଯାଏ ଆଉ ସାରା ଜୀବନ ମନରୁ ବାହାରି ନଥାଏ। ବେଳେ ବେଳେ ସନ୍ଦେହ ଭଲ ଘରକୁ ବି ଭାଙ୍ଗିକି ଚୁରମାର କରିଦିଏ ।

ଅଦ୍ୟ ନଭେମ୍ବର ମାସ ୦୩ ତାରିଖ ୨୦୨୪ ମସିହା(ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- ଶୁକ୍ଳପକ୍ଷ
ତିଥି- ଦ୍ଵିତୀୟା ରାତ୍ରି ଘ ୦୯/୫୦ ଗତେ ତୃତୀୟା
ନକ୍ଷତ୍ର- ବିଶାଖା ପ୍ରାତଃ ଘ ୦୬/୩୦ ଗତେ ଅନୁରାଧା
ଚନ୍ଦ୍ର – ବିଛା
ଯୋଗ- ସୌଭାଗ୍ୟ
କରଣ – ବାଳବ
ସୌରମାସ- ତୁଳା ୧୮ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୫୬
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୦ ଗତେ ଆଗ୍ନିକୋଣେ
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୦୪ ଗତେ ଘ୧୨/୫୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୪ ଗତେ ଘ ୦୯/୦୭ ମଧ୍ୟେ ଓ ଘ୧୨/୫୬ ଗତେ ଘ୦୩/୩୧ ମଧ୍ୟେ ଓରାତ୍ରି ଘ୦୭/୩୧ ଗତେ ଘ୦୯/୦୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୮ ଗତେ ଘ୦୫/୦୮ ମଧ୍ୟେ

ଅଦ୍ୟ ପାଣିକଖାରୁ ବୋଇତି କଖାରୁ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
✧═════•❁❀❁•═════
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
✧═════•❁❀❁•═════
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════
ମୀନ
: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking