“ଭାଙ୍ଗି ଯାଇଥିବା “ବିଶ୍ବାସ” ଆଉ ହରେଇ ଥିବା “ସମୟ” କେବେ ବି ଫେରି ଆସେନାହିଁ !!”*
“ମୋତେ ଭଲପାଇ ନ ଥିବାରୁ ମୁଁ ତୁମକୁ ଘୃଣା କରିପାରିବି ନାହିଁ,କିନ୍ତୁ, ମୁଁ ତୁମକୁ ଭଲ ପାଇବା ପାଇଁ ନିଜକୁ ଘୃଣା କରେ !!”*
“ତୁମକୁ ଛାଡିଥିବା ବ୍ୟକ୍ତିଙ୍କୁ ତୁମେ ସବୁବେଳେ ଧରି ପାରିବ ନାହିଁ | ସେମାନଙ୍କୁ କ୍ଷମା କରିବାକୁ ଚେଷ୍ଟା କରନ୍ତୁ, ସେମାନଙ୍କ ପାଇଁ ଶୁଭ କାମନା କରନ୍ତୁ ଏବଂ ଆଗକୁ ବଢନ୍ତୁ !!”*
କେବଳ ପାଖରେ ଥିଲେ ନୁହେଁ, ଜଣେ ଯେତେବେଳେ ଆମ ପାଖରୁ ଦୁରେଇଯାଏ, ତାର ଆବଶ୍ୟକତା ଟା କେତେ ବେଶି ଜଣା ପଡେ !!”*
“କାହାକୁ କଷ୍ଟ ଦେଇ କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜେ କଷ୍ଟ ପାଇ କ୍ଷମା କରିଦେବା ବହୁତ କଠିନ !!”*
ଛୁଆଙ୍କୁ ଖେଳନା ନ ଦେଲେ ସେମାନେ କିଛି ସମୟ ପାଇଁ କାନ୍ଦିବେ ଏବଂ ଚୁପ୍ ହୋଇଯିବେ….
ଯଦି
ଆପଣ ତାଙ୍କୁ ସଂସ୍କାର ନ ଦେବେ ସେମାନେ ସାରା ଜୀବନ ପାଇଁ କାନ୍ଦିବେ
.
ଯେତେଦିନ ପର୍ଯ୍ୟନ୍ତ ପରିବାର, ରାଜ୍ୟ,ଦେଶର ମୂରବୀ ନିଜ ସ୍ବାର୍ଥ ହାସଲ କରିବା ପାଇଁ ସେବକ ହେବାର ଛଳନା କରିଥାନ୍ତି, ସେତେଦିନ ପର୍ଯ୍ୟନ୍ତ ନା ପରିବାର, ରାଜ୍ୟ ନା ଦେଶର ମଙ୍ଗଳ ହେଇପାରିବ।
ଜିଭ ଜନ୍ମ ପୂର୍ବରୁ ଆସିଥାଏ ଆଉ ଶେଷ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଦାନ୍ତ ଜନ୍ମ ପରେ ଆସି ମ୍ରୃତ୍ୟୁ ପୂର୍ବରୁ ଚାଲିଯାଇଥାଏ।ତେଣୁ ଚିର ସ୍ମରଣୀୟ ହୋଇ ରହିବା ପାଇଁ ହେଲେ ଜିଭ ପରି କୋମଳ ହୁଅନ୍ତୁ,ଦାନ୍ତ ପରି କୋଠର ନୁହେଁ।*
*ପକ୍ଷୀମାନେ ବଞ୍ଚିଥିବା ବେଳେ ଜନ୍ଧା, ପିଂପୁଡି ମାନଙ୍କୁ ଖାଇଥାନ୍ତି ।ସେହି ପକ୍ଷୀଟି ମରିଗଲେ ଜନ୍ଦା,ପିଂପୁଡି ମାନେ ତାକୁ ଖାଆନ୍ତି । ସମୟ ଓ ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହେଇପାରେ ତେଣୁ ଆମେ କାହାରିକୁ ଛୋଟ ଭାବିବା ଉଚିତ ନୁହେଁ।
ଏହି ତିନୋଟି ଜିନିଷ ପାଇଁ ମଣିଷ ସବୁବେଳେ ଧୋକା ଖାଇ ଥାଏ।*
ନିଜଠାରୁ ଅଧିକା କାହାକୁ ବିଶ୍ବାସ ଓ ଭରସା କରିବା।*
କାହାକୁ ଅତିଶୀଘ୍ର ଆପଣାର କରିବା।*
କାହାକୁ ନିଜ ଠାରୁ ଅଧିକ ଗୁରୁତ୍ବ ଦେବା।
ଜୟ ଓଁ ଶ୍ରୀ ଶ୍ରୀ ଜଗ୍ନାଥ ପାଦପଦ୍ମ ରେ ଶରଣ
ଅଦ୍ୟ ଅକ୍ଟୋବର ମାସ ୦୯ ତାରିଖ ୨୦୨୪ ମସିହା(ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- ଶୁକ୍ଳପକ୍ଷ
ତିଥି- ଷଷ୍ଠୀ ଦିବା ଘ୧୨/୦୦ ଗତେ ସପ୍ତମୀ
ନକ୍ଷତ୍ର- ମୂଳା
ଚନ୍ଦ୍ର – ଧନୁ
ଯୋଗ- ସୌଭାଗ୍ୟ
କରଣ – ତୈତିଳ
ସୌରମାସ- କନ୍ୟା ୨୪ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୪୬
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ ୧୨/୦୦ ଗତେ ବାୟବ୍ୟେ
ଷଷ୍ଠୀ ର ଏକୋଦିଷ୍ଟ ଓ ସପ୍ତମୀ ର ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା-ଦିବା ଘ୦୮/୪୧ ଗତେ ଘ୧୦/୧୦ ମଧ୍ୟେ
ବାରବେଳା – ଦିବା ଘ୧୧/୨୭ ଗତେ ଘ୦୧/୦୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୨ମଧ୍ୟେ ଓ ଘ୦୭/୨୧ ଗତେ ଘ୦୮/୦୯ ମଧ୍ୟେ ଓ ରାତ୍ରି ଘ୦୬/୧୦ ଗତେ ଘ୦୬/୫୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୨ ଗତେ ଘ୦୭/୨୦ ମଧ୍ୟେ ଓ ଘ୦୧/୪୪ ଗତେ ଘ୦୪/୦୯ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ବ ଦିବା ଘ ୧୨/୦୦ ଗତେ ତାଳ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
✧═════•❁❀❁•═════
ବୃଷ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*
✧═════•❁❀❁•═════
ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।*
✧═════•❁❀❁•═════
କର୍କଟ
ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*
✧═════•❁❀❁•═════
ସିଂହ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
✧═════•❁❀❁•═════
କନ୍ୟା
ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
✧═════•❁❀❁•═════
ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*
✧═════•❁❀❁•═════
ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*
✧═════•❁❀❁•═════
ଧନୁ
ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*
✧═════•❁❀❁•═════
ମକର
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।*
✧═════•❁❀❁•═════
କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।*
✧═════•❁❀❁•═════
ମୀନ
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।










