27.1 C
Bhubaneswar
Saturday, September 28, 2024
Homeଓଡିଶାଆଜିର ସୁବିଚାର .

ଆଜିର ସୁବିଚାର .

ସବୁବେଳେ ଖୁସିରେ ରହିବା,ଆଉ କାହା ମନରେ କଷ୍ଟ ନ ଦେବାକୁ ଚେଷ୍ଟା କରନ୍ତୁ କାହିଁକି ନା ପ୍ରତି ସକାଳର ସୂର୍ଯ୍ୟ ଉଦୟ ପରେ ଗୋଟେ ଦିନ ପରେ ରାତି ଆସି ସରିଯାଏ ନାହିଁ ବରଂ ଆମ ମୂଲ୍ୟବାନ ଜୀବନରୁ ଗୋଟିଏ ସୁନ୍ଦର ଦିନ ପରେ ରାତି ଶେଷ ହେଇଯିବାର ସୁଚୋଇ ଦେଇଥାଏ ଯାହାକି ଖୋଜିଲେ ବି ସେହିଦିନ ପରେରାତି ଆଉ ଫେରି ଆସିପାରେ ନାହିଁ l
ନିଜଠାରୁ ଅଧିକା କାହାକୁ ବିଶ୍ବାସ ଓ ଭରସା କରିବା,କାହାକୁ ଅତିଶୀଘ୍ର ଆପଣାର କରିବା ଏବଂ କାହାକୁ ନିଜ ଠାରୁ ଅଧିକ ଗୁରୁତ୍ବ ଦେବା – ଏହି ତିନୋଟି ଜିନିଷ ପାଇଁ ମଣିଷ ସବୁବେଳେ ଧୋକା ଖାଇ ଥାଏ।

ଆଖିର ଲୁହ ଦୁନିଆରେ ସବୁଠାରୁ ମହଙ୍ଗା ହୋଇଥାଏ….

ଯେଉଁଥିରେ ୧% ପାଣି ୯୯% ଅନୁଭବ ଲୁଚି ରହିଥାଏ….

ଅଦ୍ୟ ସେପ୍ଟେମ୍ବର ମାସ ୨୭ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ଦଶମୀ ଦିବା ଘ୦୧/୩୦ ଗତେ ଏକାଦଶୀ
ନକ୍ଷତ୍ର- ପୁଷ୍ୟା ରାତ୍ରି ଘ୦୨/୧୩ ଗତେ ଅଶ୍ଳେଷା
ଚନ୍ଦ୍ର – କର୍କଟ
ଯୋଗ- ଶିବ
କରଣ – ବିଷ୍ଟି
ସୌରମାସ- କନ୍ୟା ୧୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୨୬
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୦୧/୩୦ ଗତେ ଅଗ୍ନିକୋଣେ
ଦଶମୀ ର ଏକୋଡ଼ିଷ୍ଟ ଶ୍ରାଦ୍ଧ ମହାଳୟା ବିଧିରେ ହେବ
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୩୮ ଗତେ ଘ୧୧/୩୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୩୦ ମଧ୍ୟେ ଓ ଘ୦୭/୧୨ ଗତେ ଘ୦୮/୩୭ ମଧ୍ୟେ ଓ ଘ୧୨/୦୫ ଗତେ ଘ୦୩/୧୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ କଳମଶାଗ ଦିବା ଘ୦୧/୩୦ ଗତେ ଶିମ୍ବ ଭକ୍ଷଣ ନିଷେଧ

*✧═════•❁❀❁•═════
ଆଜିର ରାଶିଫଳ
*✧═════•❁❀❁•═════
ମେଷ
: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।*
*✧═════•❁❀❁•═════
ବୃଷ
: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।*
✧═════•❁❀❁•═════
ମିଥୁନ
: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।*
*✧═════•❁❀❁•═════
କର୍କଟ
: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।*
*✧═════•❁❀❁•═════
ସି˚ହ
ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।*
*✧═════•❁❀❁•═════
କନ୍ୟା
: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।*
*✧═════•❁❀❁•═════
ତୁଳା
: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।*
*✧═════•❁❀❁•═════
ବିଛା
: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।*
*✧═════•❁❀❁•═════
ଧନୁ
: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।*
✧═════•❁❀❁•═════
ମକର
ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।*
*✧═════•❁❀❁•═════
କୁମ୍ଭ
: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।*
*✧═════•❁❀❁•═════
ମୀନ
:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking