21.1 C
Bhubaneswar
Thursday, December 18, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଅହଙ୍କାର ଏକ ଏଭଳି ବିଧ୍ୱଂସୀ ଶବ୍ଦ ଯାହାକି ଦୁନିଆଁ/ସଂସାର/ଜଗତର ସମ୍ପର୍କ ପରି ମହାନତାକୁ ଅନାୟାସରେ ଧ୍ୱଂସ କରି ନଷ୍ଟ ଭ୍ରଷ୍ଟ କରିଦିଏ ।*

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପ୍ରତିଭା ଥାଏ, କିନ୍ତୁ ସେମାନେ ଅନ୍ୟମାନଙ୍କ ପରି ହେବାକୁ ଯାଇ ପ୍ରାୟତଃ ଏହାକୁ ନଷ୍ଟ କରନ୍ତି ।*

ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ ଏହା ପାହାଡରୁ ବାହାରିବା ପରେ କାହାରିକୁ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ?

ଗରିବ ହେବା କୌଣସି ପାପ ନୁହେଁ ଧନୀ ହେବା କୌଣସି ଅର୍ଶିଵାଦ ନୁହେଁ ,ଯଦି ତୁମେ ଯେଉଁ ପରିସ୍ଥିତିରେ ଅଛ,ସେହି ପରିସ୍ଥିତିରେ ଅଛ ସେହିପରିସ୍ଥିତିରେ ସନ୍ତୁଷ୍ଟ ରହି ସମସ୍ତଙ୍କୁ ଖୁସି କରିପାରୁଛ ତାହାହେଲେ ବୁଝିଯାଅ ଯେ ତୁମେ ମଣିଷ ଜନ୍ମର ସର୍ଥକତା ପ୍ରତିପାଦନ କରିଛ l

କାହା କାହା ମୁହଁରୁ Sorry ଶବ୍ଦଟା ବଡ ନାଟକୀୟ ମନେ ହୁଏ, କାରଣ ସେମାନେ Sorry କହିବା ପରେ ବି ସେହି ଭୁଲ ବାରମ୍ବାର କରନ୍ତି ।
. ଜୀବନରେ ଚଲା ପଥରେ କିଛି ଲୋକ ବହୁତ କଷ୍ଟ ଦେବେ, କିଛି ଲୋକ ବେଇମାନି କରିବେ, କିଛି ଲୋକ ବିଶ୍ୱାଘାତକତା କରିବେ, ଭଲପାଇବା ନାଁ ରେ ଅଭିନୟ କରିବେ । ବନ୍ଧୁତାର ସୁଯୋଗ ନେଇ ଆପଣଙ୍କୁ ବ୍ୟବହାର କରିବେ….
ତେଣୁ
ଜୀବନରେ ସବୁକିଛିକୁ ଇଗନୋର କରି ଆଗେଇ ଚାଲନ୍ତୁ, ଦେଖିବେ ଆପଣଙ୍କ ପଛରେ ସମସ୍ତେ ପଡ଼ିରହିବେ….

ଅଦ୍ଯ କନ୍ୟା ଦି୯ନ, ଆଶ୍ଵିନ କୃଷ୍ଣ ସପ୍ତମୀ ଦ୧୭।୪୦ ଦିଘ୧୨।୪୪,ମୃଗଶିରା ଦ୪୨।୩୦ ରାଘ ୧୦।୪୦,ବୃଷ ଚନ୍ଦ୍ର ଦ୧୨ ।୪୧ ଦିଘ ୧୦।୪୪।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କନ୍ୟା ଦ୧/୨୨/୨୦ ଇଂଘ ୫/୩୯/୪୭ ଗତେ ଉଦୟ।
ମୀନ ଦ୧/୦/୪୦ ଇଂଘ ୫/୩୮/୨୦ ଗତେ ଅସ୍ତ ।
ଯୋଗିନୀ ବାୟବ୍ୟେ । ଦିବା ଘ୧୨।୪୪ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୦।୪୦ ଗତେ ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୪୪ ଗତେ ମିଥୁନ କର୍କଟ ସିଂହ ଧନୁ ମକର ମୀନ ମେଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତ *ଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୧।୫ ଗତେ ଘ୨।୩୫ ମଧ୍ୟେ କାଳବେଳା । ଦିବା ଘ୭ ।୧୧ ଗତେ ଘ୮ ।୪୧ ମଧ୍ୟେ ବାରବେଳା । ରାତ୍ରି ଘ୭।୫ ଗତେ ଘ୮।୩୫ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି, ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ ୧୨ ।୪୪ ଗତେ ପାଦଦୋଷ । ଫଳଂ କୃଷିହାନି, ଭୂମିଦାନ ।ପ୍ରଥମ ରଜୋଦର୍ଶନେ ରାତ୍ରି ଘ୧୦।୪୦ ଗତେ ପାଞ୍ଚମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୁଳଟା | ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ । ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ତାଳ ଦିବା ଘ୧୨।୪୪ ଗତେ ନାରିକେଳ(ନଡ଼ିଆ) ଭକ୍ଷଣ ନିଷେଧ
*(ଅମୃତ) – ଦିବା ଘ୬।୨୮ ମଧ୍ଯେ ଘ୭।୧୬ ଗତେ ଘ୧୧।୧୬ ମଧ୍ୟେ ରାତ୍ରି ଘ୭।୫୮ ଗତେ ଘ୮।୪୬ ମଧ୍ୟେ ଘ୯।୩୪ ଗତେ ଘ୧୧।୪୮ ମଧ୍ୟେ ଘ୧।୩୪ ଗତେ ଘ୩।୧୦ ମଧ୍ୟେ ଘ୪।୪୬ ଗତେ ଘ୫।୪୦ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୭।୫୮ ମନ୍ଧେ
ରାଶି ଫଳ
ମେଷ:
ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ।*

ବୃଷ:
ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ଖୁସି ଲାଗି ଧ୍ୟାନ ଦେବାକୁ ହେବ। ଛାତ୍ରଙ୍କ ସମ୍ମୁଖରେ ସଂଶୟର ସ୍ଥିତି ରହିବ।*

ମିଥୁନ:
ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କିତ କୌଣସି ଭଲ ଖବର ପାଇପାରନ୍ତି।*

କର୍କଟ:
ବ୍ୟବସାୟରେ ଭଲ ଡିଲ୍ ହେବାର ସମ୍ଭାବନା ଅଛି। ବ୍ୟାଙ୍କରେ ଅର୍ଥ କାରବାର ସାବଧାନତାର ସହ କରିବା ଦରକାର। ଛାତ୍ରଙ୍କ ଲାଗି ଦିନଟି ଭଲ।*

ସିଂହ:
ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବିବାହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ।*

କନ୍ୟା:
ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟାଙ୍କ ବାଲାନ୍‍ସ ବୃଦ୍ଧି ହେବ। ଛାତ୍ର ନିଜର ମୁରବିଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ।*
ତୁଳା:
ପୂର୍ବ କଥା ମନେ ପଡ଼ିବା ଯୋଗୁଁ ମନ ପ୍ରଫୁଲ୍ଲିତ ହୋଇଯିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।*

ବିଛା:
ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କର ଅଧୁରା କାମରେ କେହି ସାହାଯ୍ୟ କରିବେ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ।*

ଧନୁ:
କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ କୌଣସି ବନ୍ଧୁ ଆସିବା ହେତୁ ମନ ପ୍ରସନ୍ନ ରହିବ। ଅଫିସରେ ନୂଆ ପ୍ରକଳ୍ପରେ କାମ କରିପାରନ୍ତି।*

ମକର:
କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ଧ୍ୟା ସମୟ ଆନନ୍ଦଭରା ରହିବ।*

କୁମ୍ଭ:
ମସ୍ତିଷ୍କରେ ଘୂରିବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଚାକିରୀଜୀବୀଙ୍କୁ ଭଲ ସୁଯୋଗ ମିଳିପାରେ।*

ମୀନ:
ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking