26.1 C
Bhubaneswar
Thursday, September 19, 2024
Homeଓଡିଶା_ଆଜିର ଅନୁଚିନ୍ତା

_ଆଜିର ଅନୁଚିନ୍ତା

ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତନ କରିବାର କ୍ଷମତା ଆମର ଅଛି । କଳ୍ପନା ଏକ ମାଂସପେଶୀ ଭଳି ଅଟେ । ଆମେ ଯେତେ ଏହାକୁ ଅଧିକ ବ୍ୟବହାର କରିବା, ସେ ସେତେ ଅଧିକ ଶକ୍ତିଶାଳୀ ହେବ ।

ଯାହା ପାଖରେ ସମ୍ପର୍କର ଗୁରୁତ୍ୱ ବେଶି, ସେ କେବେବି ରାଗ କରି ବେସି ସମୟ ରହି ପାରେ ନାହିଁ ।

ବିବାହ ରିଙ୍ଗ ଆମ ବିପରୀତ ହାତର ତୃତୀୟ ଆଙ୍ଗୁଠିରେ ପିନ୍ଧାଯାଏ କାରଣ ଏହା ହେଉଛି ଏକମାତ୍ର ଆଙ୍ଗୁଠି ଯାହାର ଶିରା ହୃଦୟ ସହିତ ସିଧାସଳଖ ସଂଯୁକ୍ତ ହୋଇଥାଏ ।
ମୁସ୍କିଲ ରେ ବି ଯାହାର ଗୋଟିଏ ଝଲକ ଦେଖିବାକୁ ମିଳେ ନାହିଁ ସିଏ ହିଁ ଆମ ଜୀବନରେ ଖାସ୍ ବ୍ୟକ୍ତି ହୋଇଥାଏ ।

ହସିବାକୁ ଭୁଲିଯାଇଥିବା ପ୍ରତ୍ୟେକ ମଣିଷର ଭୁଲିପାରୁ ନ ଥିବା ଜଣେ Secret ମଣିଷ ଥାଏ, ଯିଏ କି ସେ ଅତି ନିଜର ହୋଇଥାଏ ।

ସମସ୍ୟା ଏକ ଉପହାର….

ବିନା ସମସ୍ୟାରେ ଆଗକୁ ବଢ଼ିଲେ ନୂତନ ସ୍ୱାଦ ପାଇପାରିବା ନାହିଁ….*

ଅଦ୍ୟ ସେପ୍ଟେମ୍ବର ମାସ ୧୪ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ରାତ୍ରି ଘ୦୮/୫୯ ଗତେ ଦ୍ୱାଦଶୀ
ନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୦୯/୨୭ ଗତେ ଶ୍ରବଣ।
ଚନ୍ଦ୍ର – ମକର
ଯୋଗ- ଶୋଭନ
କରଣ – ବାଣିଜ୍ୟ
ସୌରମାସ- ସିଂହ ୩୦ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୨୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୨୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୫୯ ଗତେ ନୈରୁତେ
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
ଅଦ୍ୟ ମୃତେ ଦ୍ଵିପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୭/୧୧ ମଧ୍ୟେ ଓ ଦିବା ଘ୦୪/୧୪ ଗତେ ଘ୦୫/୪୬ ମଧ୍ୟେ
ବାରବେଳା – ଦିବା ଘ୦୧/୧୨ ଗତେ ଘ୦୨/୪୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୪ ଗତେ ଘ୦୯/୪୦ ମଧ୍ୟେ ଓ ଘ୦୨/୪୪ ଗତେ ଘ୦୩/୧୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୩୪ ଗତେ ଘ୦୩/୨୨ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ :
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।*
✧═════•❁❀❁•═════
ବୃଷ :
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।*
✧═════•❁❀❁•═════
ମିଥୁନ
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।*
✧═════•❁❀❁•═════
କର୍କଟ :
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।*
✧═════•❁❀❁•═════
ସିଂହ :
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।*
✧═════•❁❀❁•═════
କନ୍ୟା :
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।*
✧═════•❁❀❁•═════
ତୁଳା
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।*
✧═════•❁❀❁•═════
ବିଛା
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।*
═════•❁❀❁•═════
ଧନୁ :
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।*
✧═════•❁❀❁•═════
ମକର :
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।*
✧═════•❁❀❁•═════
କୁମ୍ଭ :
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।*
✧═════•❁❀❁•═════
ମୀନ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking