26.1 C
Bhubaneswar
Thursday, September 19, 2024
Homeଓଡିଶାଆଜିର ଅନୁଚିନ୍ତା _

ଆଜିର ଅନୁଚିନ୍ତା _

“ତୀର୍ଥ” ନିନ୍ଦା କଲେ, ବଢ଼ଇ ଦୁଷ୍କୃତ୍ୟ*
“ପୁତ୍ର”ନିନ୍ଦା ନର୍କେ ଗତି,
“ଜଳ”ନିନ୍ଦା କଲେ, ନ ପାଏ ସଲୀଳ
“ଅକ୍ଷର”ରେ ମୂର୍ଖ ମତି ।

କଥାରେ ଅଛି ——–*
ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି…….
ହେଲେ ଆଜିକା ଦିନରେ ଲୋକ ପଥର ତ ଦୂରର କଥା ପତର ପଡ଼ିଲେ କାମୁଡି ପକାଉଛନ୍ତି ।

ନିଜ ଛାଇ ବି ବେଳ ପଡ଼ିଲେ ନିଜକୁ ଡରାଇ ଥାଏ । ପଶୁ ବି ବେଳେ ବେଳେ ମାନବିକତା ଦେଖାଇ ଥାଏ । ଏଠି କାହାକୁ ବିଶ୍ୱାସ କରିବା ? ବର୍ଷ ବର୍ଷ ଧରି ବିଶ୍ୱାସ କରିଥିବା ଲୋକଟି ଅସମୟରେ ହିଁ ଧୋକା ଦେଇଥାଏ ଆଉ କେବେ ଭାବି ନଥିବା ତୁମ ଶତ୍ରୁ ବି ବିପଦ ବେଳେ ସାହା ହୋଇଥାଏ ।

ସମୟ ସହ Life ରେ ବହୁତ କିଛି ହଜିଯିବ, କିଛି ନୂଆ ବି ମିଳିବ ଆଉ ପ୍ରତିଟି Moment ରେ Life ଆମକୁ କିଛି ନୂଆ ବି ନିଶ୍ଚିନ୍ତ ଶିଖେଇବ ।

ବୟସ ଏବଂ ଜୀବନ ମଧ୍ୟରେ ପାର୍ଥକ୍ୟ କ’ଣ ଜାଣନ୍ତି କି…..?
ପ୍ରିୟଜନଙ୍କ ବିନା ବିତାଇଥିବା ସମୟ ହେଉଛି ‘ବୟସ’ ଏବଂ ପ୍ରିୟଜନଙ୍କ ସହ ବିତେଇଥିବା ସମୟ ହେଉଛି ‘ଜୀବନ।
ଜଣେ କେବଳ ଖାଲି ଶିକ୍ଷିତ ହୋଇଗଲେ ସେ ଦୁନିଆଁରେ ସଫଳତା ପାଇନଥାଏ କାରଣ ଜୀବନରେ ଶିକ୍ଷା ସହିତ ସଂସ୍କାରର ବହୁତ ଗୁରୁତ୍ବପୁର୍ଣ ଭୂମିକା ରହିଥାଏ ସେହିପରି ଅଶୁଦ୍ଧ ଭାଷା ବହୁତ କଷ୍ଟ ଲାଗେ ଏବଂ କହିବା ଲୋକ ଜାଣି ପାରି ନଥାଏ। ଯେତେବେଳେ ସେହି ଅଶୁଦ୍ଧ ଭାଷା ନିଜେ କାହାଠାରୁ ଶୁଣେ,ଭାଷାର କଷ୍ଟକୁ ଠିକ୍ ରୂପେ ବୁଝି ପାରିଥାଏ।
ମଣିଷ ସେତେବେଳେ ଅଧିକ ହାରିଯାଏ ଯେତେବେଳେ ସେ ନିଜେ ବୁଝିପାରେ ଯେ,ଯାହାକୁ ସେ ନିଜର ଭାବୁଛି ତା ପାଇଁ ସିଏ କିଛି ବି ନୁହେଁ….

ଏ ପୃଥିବୀରେ ପଶୁ ପକ୍ଷୀ କପଟ ଆଚରଣ କରନ୍ତି ନାହିଁ, କେବଳ ମଣିଷ ହିଁ କରେ….

ଆମେ କିଛି ନ ଆଣି ସବୁକିଛି ପାଇଁ ଯୁଦ୍ଧ କରୁ, ଏବଂ ଶେଷରେ ଆମେ ସବୁକିଛି ନନେଇ ଖାଲି ହାତରେ ଫେରିଯାଉ….
ଜୟ ରାଧା କୃଷ୍ଣ ହରେ ମୁରlରେ

ଅଦ୍ୟ ସେପ୍ଟେମ୍ବର ମାସ ୧୧ ତାରିଖ ୨୦୨୪ ମସିହା(ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ସନ୍ଧ୍ୟା ଘ୧୧/୪୩ ଗତେ ନବମୀ
ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୯/୫୬ ଗତେ ମୂଳା
ଚନ୍ଦ୍ର -ବିଛା ରାତ୍ରି ଘ୦୯/୫୬ ଗତେ ଧନୁ
ଯୋଗ- ପ୍ରୀତି
କରଣ – ବିଷ୍ଟି
ସୌରମାସ- ସିଂହ ୨୭ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୦
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୪୨ ଗତେ ପୂର୍ବେ
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୧୨ମଧ୍ୟେ
ବାରବେଳା – ଦିବା ଘ୧୧/୪୨ ଗତେ ଘ୦୧/୧୪ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ମଧ୍ୟେ ଓ ରାତ୍ରି ଘ୦୬/୩୫ ଗତେ ଘ୦୮/୫୮ ମଧ୍ୟେ ଓ ଘ୦୧/୪୬ ଗତେ ଘ୦୪/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଡିବା ଘ୦୪/୦୨ ଗତେ ଘ୦୫/୩୯ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
═✧══•❁❀❁•═════
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ବୃଷ:
ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।*
✧═════•❁❀❁•═════
ମିଥୁନ:
ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════
କର୍କଟ: ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
✧═════•❁❀❁•═════
ସି˚ହ: ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
✧═════•❁❀❁•═════
କନ୍ୟା:
ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ତୁଳା:
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
✧═════•❁❀❁•═════
ବିଛା:
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।*
✧═════•❁❀❁•═════
ଧନୁ:
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।*
✧═════•❁❀❁•═════
ମକର:
ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════
କୁମ୍ଭ:
ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।*
✧═════•❁❀❁•═════
ମୀନ:
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking