32.1 C
Bhubaneswar
Saturday, February 14, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ପ୍ରତି ସକାଳର ଶୁଭାରମ୍ଭ ହୁଏ*
ଦେଖି ତୁମ ଚକାନୟନ..
ତୁମରି ନାମକୁ ନିତି ଭଜୁଥିବି
ଥିବା ଯାଏଁ ଦେହେ ପରାଣ । “ଜୟ ଜଗନ୍ନାଥ ” ।।
ପ୍ରେମ ହୁଏତ କେବେ ଆଘାତ ପହଞ୍ଚାଇ ପାରେ,କିନ୍ତୁ ବନ୍ଧୁତା ସର୍ବଦା ହିତ ସାଧନ ହିଁ କରିଥାଏ ।*
ପ୍ରଶଂସା କରି ଶିଖିଥିବା ବ୍ୟକ୍ତି ବହୁତ ଭାଗ୍ୟବାନ, କିନ୍ତୁ ଇର୍ଷା ଦ୍ୱାରା ନୁହେଁ ; ଅନ୍ୟ ମାନଙ୍କୁ ଇର୍ଷା କରିବା ଦ୍ୱାରା ନା ସେମାନଙ୍କର ଭାଗ୍ୟ ହ୍ରାସ ହୁଏ ନା ନିଜର ବୃଦ୍ଧି ହୁଏ ।*

ମନ୍ଦଶକ୍ତି ଯେତେ ଶକ୍ତିଶାଳୀ ହେଉନା କାହିଁକି, ତାର ଅନ୍ତିମ ସଂସ୍କାର ଭଲ ଶକ୍ତି ହିଁ କରେ, ସେହିପରି ମଣିଷ ତାର ଗୁଣ ଏବଂ କାର୍ଯ୍ୟ ଦ୍ୱାରା ହିଁ ଆଗକୁ ବଢେ, ଅନୁଗ୍ରହ ଦ୍ୱାରା ନୁହେଁ ।

ପ୍ରେମ କରିବାର ଅଛି ତ ଭଗବାନଙ୍କୁ କରନ୍ତୁ,
ଯାହାଙ୍କ ପାଖରେ ଧୋକା ବୋଲି କିଛି ଶବ୍ଦ ହିଁ ନାହିଁ।
ମଣିଷ ସବୁବେଳେ ଭାବେ କି ସମସ୍ତେ ତାଙ୍କୁ ଗୁରୁତ୍ଵ ଦିଅନ୍ତୁ,କିନ୍ତୁ ନିଜେ କେବେ ଭାବେନି ଯେ ସେ ଅନ୍ୟମାନଙ୍କୁ ତାଙ୍କୁ କେତେ ଗୁରୁତ୍ଵ ଦେଉଛି।*
ଗରିବ ହେଉ ବା ଧନୀ, ଅପମାନର ଯନ୍ତ୍ରଣାଟା ସମସ୍ତଙ୍କୁ ସମାନ ଏଣୁ କାହାକୁ କେବେ ଅପମାନ କରି କଷ୍ଟ ଦିଅନ୍ତୁ ନାହିଁ କି କାହାକୁ ବାଧିଲାଭଳି କଥା କହି ଅପମାନିତ କରନ୍ତୁ ନାହିଁ କାରଣ ଜୀବନରେ ନିଜେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାନ୍ତୁ,ନ ହେଲେ ଆପଣଙ୍କର ବୟସ ଚାଲିଯିବ ରାସ୍ତା ବି ସରିଯିବ,ଆଉ ଭବିଷ୍ୟତ ସେଇଠି ଅଟକି ରହିଯିବ।
ଜଣା ଶୁଣା କିଛି ଲୋକ କେବଳ କାମ ପଡିଲେ ମନେ ପକାନ୍ତି ଓ ତାଙ୍କ କାମରେ ତୁମେ ନିଶ୍ଚିତ ଆସିବ ଭାବିଥାନ୍ତି,ଯଦି ତୁମେ ତାଙ୍କ କାର୍ଯ୍ୟରେ ନଆସିଲ ତେବେ ସେ ତୁମର କୁତ୍ସା ରଟନା କରି ତୁମର ବଦନାମ କରନ୍ତି।
ଦୁଃଖ କଷ୍ଟ କେତେ ଭାଗ୍ୟବାନ ଅଟନ୍ତି, ଯାହାକୁ ପାଇ ଲୋକେ ନିଜ ଆପଣାର ଲୋକଙ୍କୁ ମନେ ପକାନ୍ତି

ଆଉ ଧନ ସମ୍ପତ୍ତି କେତେ ହତଭାଗ୍ୟ ଅଟେ, ଯାହାକୁ ପାଇ ଲୋକେ ନିଜ ଆପଣାର ଲୋକଙ୍କୁ ଭୁଲିଯାଆନ୍ତ

ଅଦ୍ୟ ସେପ୍ଟେମ୍ବର ମାସ ୦୬ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ଦିବା ଘ୦୨/୫୩ ଗତେ ଚତୁର୍ଥୀ
ନକ୍ଷତ୍ର- ହସ୍ତା ଦିବା ଘ୧୦/୦୩ ଗତେ ଚିତ୍ରା
ଚନ୍ଦ୍ର – କନ୍ୟା ରାତ୍ରି ଘ୧୧/୩୬ ଗତେ ତୁଳା
ଯୋଗ- ଶୁକ୍ଲ
କରଣ – ଗର
ସୌରମାସ- ସିଂହ ୨୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୨୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୫୨ ଗତେ ନୈରୁତେ
ତୃତୀୟା ର ଏକୋଦିଷ୍ଟ ଶ୍ରାଦ୍ଧ
ବିଛା ଓ ଧନୁ ରାଶି ର ଘାତବାର
ମୃତେ ପୁଷ୍କର ଦୋଷ ନାସ୍ତି
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୪୧ଗତେ ଘ୧୧/୪୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଘ୧୨/୪୯ ଗତେ ଘ୦୨/୨୫ ମଧ୍ୟେ ଓ ଘ୦୪/୦୦ ଗତେ ଘ୦୫/୩୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୩୮ ଗତେ ଘ ୧୨/୨୭ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପୋଟଳ ଦିବା ଘ୦୨/୫୨ ଗତେ ମୂଳା ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।

✧═════•❁❀❁•═════
ବୃଷ
ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।
✧═════•❁❀❁•═════
ମିଥୁନ
ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।

✧═════•❁❀❁•═════
କର୍କଟ
ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
✧═════•❁❀❁•═════

ସିଂହ
ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।
✧═════•❁❀❁•═════

କନ୍ୟା
ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ।
✧═════•❁❀❁•═════

ତୁଳା
ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
✧═════•❁❀❁•═════

ବିଛା
ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

✧═════•❁❀❁•═════
ଧନୁ
ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
✧═════•❁❀❁•═════

ମକର
ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।
✧═════•❁❀❁•═════

କୁମ୍ଭ
ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।

✧═════•❁❀❁•═════
ମୀନ
ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking