ପ୍ରତି ପାଦେ ଏବେ ମୃତ୍ୟୁ ବିଭିଷିକା
ତାଣ୍ଡବ କରୁଛି ଦେଖ
ଆସିଯିବ କେବେ ଜାବୁଡି ଧରିବ
ମେଣ୍ଟାଅ ହେ ଆତ୍ମା ଭୋକ ।
ଆପଣ ପିନ୍ଧିଥିବା ସର୍ବୋତ୍ତମ ପୋଷାକ ହେଉଛି ଆତ୍ମସମ୍ମାନ ଅନ୍ୟ କାହା ପାଇଁ ଏହାକୁ ହରାନ୍ତୁ ନାହିଁ ।
ସବୁ ଅପରାଧର କ୍ଷମା ଅଛି*
କିନ୍ତୁ ବିଶ୍ବାସ ଘାତକତାର କୌଣସି କ୍ଷମା ନାହିଁ ।
ଶିକ୍ଷା ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ ।
ଜଣେ ଶିକ୍ଷିତ ବ୍ଯକ୍ତିଙ୍କୁ ସବୁଠାରେ ସମ୍ମାନ ଦିଆଯାଏ ।
ଶିକ୍ଷା ସୌନ୍ଦର୍ଯ୍ୟକୁ ସର୍ବଦା ପରାସ୍ତ କରେ ।
ଅମୃତ ବିନୟ ବଚନ*
କହି ତୋଷିବ ପ୍ରାଣୀ ମନ ।
ଦୁନିଆରେ ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ କିଏ ଏଠି ଟଙ୍କାର ପାହାଡ଼ ଉପରେ ବସିଛି ତ କିଏ ଏଠି ଦିନ ରାତି ଖଟିକିବି ନିଜର ଏବଂ ପରିବାରର ଅଭାବ ପୂରଣ କରିପାରୁନି।ସତରେ ଆଜି ପଇସାର ମୂଲ୍ୟ ଆଗରେ ସବୁ କିଛି ତୁଚ୍ଛ ହେଇଯାଇଛି।
ଉଛୁଳୁ ଥିବା ନଦୀ,ଶାସନ କର୍ତ୍ତାଙ୍କ ଆଦର,ବ୍ୟବସାୟୀର ସ୍ନେହ….. ଏମାନଙ୍କୁ କେବେ ବିଶ୍ବାସ କରିବ ନାହିଁଁ।*
ମଣିଷ ସଂସାର ରୁ ଚାଲିଯିବା ପରେ ସମାଜ ତା ନାମକୁ ଭୁଲିଯାଇପାରେ କିନ୍ତୁ ତା କର୍ମ କୁ ଭୁଲେ ନାହିଁ,ଜୀବନରେ ସବୁବେଳେ ଏମିତି କର୍ମ କରନ୍ତୁ,ଆପଣ ଜୀବିତ ଅବସ୍ଥାରେ ସମସ୍ତେ ଭଲ ପାଇବେ,ଆପଣ ସଂସାର ରୁ ଚାଲିଯିବା ପରେ ମଧ୍ୟ୍ୟ ମନେ ରଖିବେ।
ନିଜ ଉପରେ ସବୁ ବେଳେ ଭରସା ରଖି ଥିବେ….
କାରଣ
ଏତେ ବାଟ ଆସିଛେ ମାନେ ନିଶ୍ଚିତ ଆଗକୁ ଯାଇପାରିବା, ସଫଳତା ନିଶ୍ଚିତ ଭାବରେ ପାଇବା ..
ଜୟ ଓଁ କୃଷ୍ଣlୟ ଗୋବିନ୍ଦlୟ ନମ ନମଃ
ଅଦ୍ୟ ଅଗଷ୍ଟ ମାସ ୨୯ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ରାତ୍ରି ଘ ୦୧/୪୮ ଗତେ ଦ୍ୱାଦଶୀ
ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୫/୩୩ ଗତେ ପୁନର୍ବସୁ
ଚନ୍ଦ୍ର- ମିଥୁନ
ଯୋଗ- ଅସୃକ
କରଣ – ବବ
ସୌରମାସ- ସିଂହ ୧୪ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୫୨
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୧/୪୮ ଗତେ ନୈରୁତେ
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶି ର ଘାତବାର
କନ୍ୟା ରାଶିର ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୨ ଗତେ ଘ୦୫/୫୮ ମଧ୍ୟେ
ମୃତେ ଦିବା ଘ୦୫/୩୩ ଗତେ ଏକ ପାଦ ଓ ରାତ୍ରି ଘ ୦୧/୪୮ ଗତେ ଦ୍ଵିପାଦ ପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୧୦ ଗତେ ଘ୦୩/୩୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୧ ମଧ୍ୟେ ଓ ଘ୧୦/୨୩ ଗତେ ଘ୧୨/୪୭ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।*
✧═════•❁❀❁•═════✧
ବୃଷ
ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।*
✧═════•❁❀❁•═════✧
ମିଥୁନ
: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।*
✧═════•❁❀❁•═════✧
କର୍କଟ
: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।*
✧═════•❁❀❁•═════✧
ସିଂହ
ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।*
✧═════•❁❀❁•═════✧
କନ୍ୟା
: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।*
✧═════•❁❀❁•═════✧
ତୁଳା
: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।*
✧═════•❁❀❁•═════✧
ବିଛା
: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।*
✧═════•❁❀❁•═════✧
ଧନୁ
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।*
✧═════•❁❀❁•═════✧
ମକର
: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।*
✧═════•❁❀❁•═════✧
କୁମ୍ଭ
: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।*
✧═════•❁❀❁•═════✧
ମୀନ
ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।










