ବେଶି ଡେରି ଯାଏଁ ଶୋଇବାବି ଯଦି
ସ୍ବପ୍ନକୁ ଦେଖିବା ପାଇଁ,
ଜୀବନ ଆମର ଅନ୍ଧାରେ ରହିବ
ଅଳସୁଆ ଯିବା ହୋଇ।
ଜୀବନରେ ତ କଷ୍ଟ ବହୁତ ଅଛି*
କଷ୍ଟକୁ ଡରିଗଲେ ହାରିଯିବ
ସୁଖ ପାଇବା ପାଇଁ ହେଲେ ବାଟରେ ଅନେକ କଣ୍ଟା ମାଡିବାକୁ ହେବ ।
ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ କିନ୍ତୁ ଅଭିନୟ ନୁହେଁ ।
ନିଜ ନଜରରେ ନିଜେ ଠିକ୍ ରହିବା ଦରକାର,,,,,,*
ଏ ଦୁନିଆ ଲୋକ ତ ଭଗବାନଙ୍କ ଉପରେ ବି ଖୁସି ନାହାନ୍ତି ।
ଯାହାକୁ ରଖିବେ ଅନନ୍ତ*
କି କରିପାରେ ବଳବନ୍ତ ।
ଜୀବନରେ କେବେ ଧନ ଦୌଲତକୁ ନେଇ ଅହଙ୍କାର କରନ୍ତୁ ନାହିଁ, କିଏ ଜାଣିଛି କାଲିକି ସେଇ ଧନ ଗୋଟେ ଘାଆକୁ ନିଅଣ୍ଟ ହୋଇପାରେ। ସମୟ କାହାକୁ ରାଜା କରିଦିଏ ତ ଆଉ କାହାକୁ ଭିକାରୀ, ସଂସାରରେ କୈାଣସି ବସ୍ତୁ ସ୍ଥିର ବା ଚଞ୍ଚଳ ହୋଇ ରହେ ନାହିଁ, ପରିବର୍ତ୍ତନ ହିଁ ସଂସାରର ଧର୍ମ।
ଜୀବନରେ ଏତେ ବ୍ୟସ୍ତ ରୁହନ୍ତୁ ଯେପରି ପଶ୍ଚାତାପ,ଡର,ଦୁଃଖ ଆଉ ଘୃଣା ପାଇଁ ସମୟ ମିଳିବ ନାହିଁ .କାହିଁକି ନା ଜୀବନରେ ଖାଲି ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯିଏ କି ସବୁଠାରୁ ଅଧିକ ଦୁଃଖୀ ରହିଥାଏ !!”
ମନେରଖନ୍ତୁ ସମ୍ପର୍କର ସଜ୍ଞା କେବଳ ସେହି ମଣିଷ ବୁଝିଥାଏ ଯିଏ ଚେହେରା ଦେଖି ନୁହେଁ ହୃଦୟ ଦେଖି ସମ୍ପର୍କ ବାନ୍ଧିଥାଏ !!”
ମଣିଷ ବଡ ଅଜବ ପ୍ରାଣୀ, ବୁଡିଗଲେ ପାଣିକୁ ଦୋଷ ଦିଏ, ଝୁଣ୍ଟି ପଡିଲେ ପଥରକୁ ଦୋଷ ଦିଏ, କର୍ମର ଦୋଷ ଭାଗ୍ୟକୁ ଦିଏ, କିନ୍ତୁ କେବେବି ନିଜର ଦୋଷ ଦେଖିପାରେ ନାହିଁ !!”*
ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ, ମନେରଖନ୍ତୁ ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ !!”
ଅଦ୍ୟ ଅଗଷ୍ଟ ମାସ ୨୬ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ ୦୨/୨୮ ଗତେ ନବମୀ
ନକ୍ଷତ୍ର- କୃତ୍ତିକା ଦିବା ଘ୦୪/୪୬ ଗତେ ରୋହିଣୀ
ଚନ୍ଦ୍ର-ବୃଷ
ଯୋଗ- ବ୍ୟାଘାତ
କରଣ – ବାଳବ
ସୌରମାସ- ସିଂହ ୧୧ ଦିନ
ଅଦ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୦୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୧୨
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୨/୨୮ ଗତେ ପୂର୍ବେ
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶି ର ଘାତବାର
ବିଛା ରାଶିର ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୦ମଧ୍ୟେ
ବାରବେଳା – ଦିବା ଘ୦୨/୫୪ ଗତେ ଘ୦୪/୨୮ ମଧ୍ୟେ
ଅଦ୍ୟ ମୃତେ ଦିବା ଘ ୦୪/୪୬ ମଧ୍ୟେ ଏକପାଦ ପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୬ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/୪୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୯ ଗତେ ଘ୦୪/୪୭ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।*
*✧═════•❁❀❁•═════✧ବୃଷ
–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।*
✧═════•❁❀❁•═════✧
ମିଥୁନ
-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।*
✧═════•❁❀❁•═════✧
କର୍କଟ
–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।*
✧═════•❁❀❁•═════✧
ସିଂହ
– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।*
✧═════•❁❀❁•═════✧
କନ୍ୟା
– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।*
✧═════•❁❀❁•═════✧
ତୁଳା
–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।*
✧═════•❁❀❁•═════✧
ବିଛା
–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।*
✧═════•❁❀❁•═════✧
ଧନୁ
– ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।*
✧═════•❁❀❁•═════✧
ମକର
– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।*
✧═════•❁❀❁•═════✧
କୁମ୍ଭ
–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।*
✧═════•❁❀❁•═════✧
ମୀନ
–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।