27.1 C
Bhubaneswar
Wednesday, March 25, 2026
Homeଓଡିଶାଆଜିର ଅନୁଚିନ୍ତl

ଆଜିର ଅନୁଚିନ୍ତl

ସ୍ବାର୍ଥରେ ପାଗଳ ଏ ସାରା ଦୁନିଆ
ଜଗି ରଖି ପାଦ ଥୁଅ,
ସ୍ବାର୍ଥ ସରିଗଲେ ତଣ୍ଟି କାଟିନେବେ
ମୁଖା ପିନ୍ଧା ସବୁ ମୁହଁ ।
ସବୁବେଳେ ଜଣେ ତୃତୀୟ ବ୍ଯକ୍ତି ପାଇଁ ଦୁଇ ଜଣଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କଟି ଭାଙ୍ଗି ଥାଏ ।

ଯେତେବେଳେ ତୁମେ ଝୁଣ୍ଟିବା ପରେ ମଧ୍ୟ ପଡ଼ିବ ନାହିଁ, ତେବେ ବୁଝିବଯେ ଉପରବାଲାଙ୍କ ହାତ ଆମ ମୁଣ୍ଡ ଉପରେ ଅଛି ।

ମଣିଷ ଚାହିଁଲେ ଯଦି ସବୁକିଛି ପାଇଯାଆନ୍ତା ତା ହେଲେ ଅପେକ୍ଷାର କଣ ମୂଲ୍ୟ ଥାନ୍ତା ?
ମଣିଷ ଚାହିଁଲେ ଯଦି ସବୁକିଛି ଭୁଲି ପାରନ୍ତା ତା ହେଲେ ସ୍ମୃତିର କଣ ମୂଲ୍ୟ ଥାନ୍ତା ?

ଧୀରେ କୁହନ୍ତୁ : ଶାନ୍ତି ମିଳିବ
ଅହଂଭାବ ଛାଡନ୍ତୁ : ସମ୍ମାନ ମିଳିବ
ଭକ୍ତି କରନ୍ତୁ : ମୁକ୍ତି ମିଳିବ
ସଠିକ୍ ବିଚାର କରନ୍ତୁ : ଉଚ୍ଚ ଆସନ ମିଳିବ
ସେବା କରନ୍ତୁ : ଯଶ ମିଳିବ .
ଯେପର୍ଯ୍ୟନ୍ତ ଆପଣ ଉପଯୋଗୀ, ଆପଣଙ୍କ ପଛରେ ଲୋକ ପଡ଼ିବେ ଆପଣଙ୍କୁ ପଚାରିବେ….

ଯେଉଁ ଦିନ ଆପଣଙ୍କ ପାଖରେ ଥିବା କାମ ସରିଯିବ ତାପରେ ଆପଣଙ୍କୁ କେହି ପଚରିବେନି….

ଓଁ ଶ୍ରୀ ଶ୍ରୀ ସତ୍ୟ ସନାତନ ପରମ ବ୍ରହ୍ମ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

ଅଦ୍ୟ ଅଗଷ୍ଟ ମାସ ୧୭ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଦ୍ଵାଦଶୀ ଦିବା ଘ ୦୮/୨୬ ଗତେ ତ୍ରୟୋଦଶୀ
ନକ୍ଷତ୍ର- ପୂର୍ବାଷାଢ଼ା ଦିବା ଘ ୧୨/୪୪ ଗତେ ଉତ୍ତରାଷାଢ଼ା
ଚନ୍ଦ୍ର-ଧନୁ
ଯୋଗ- ପ୍ରୀତି
କରଣ – ବାଳବ
ସୌରମାସ- ସିଂହ ୦୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୩୪
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ ୦୮/୨୬ ଗତେ ଦକ୍ଷିଣେ
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର
ସିଂହ ରାଶିର ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୭ ମଧ୍ୟେ*ଦିବା ଘ୦୪/୩୨ ଗତେ ଘ୦୬/୦୯ ମଧ୍ୟେ
ବାରବେଳା – ଦିବା ଘ୦୧/୨୧ ଗତେ ଘ୦୨/୫୭ ମଧ୍ୟେ
ଅଦ୍ୟ ମୃତେ ଦ୍ଵିପାଦଦୋଷ ଓ ଦିବା ଘ ୦୮/୨୫ ଗତେ ଏକ ପାଦ ପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୨ ଗତେ ଘ୧୨/୪୪ ମଧ୍ୟେ ରାତ୍ରି ଘ୦୮/୩୧ ଗତେ ଘ୧୦/୫୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଇ ଦିବା ଘ୦୮/୨୬ ଗତେ ବାଇଗଣ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ

ମେଷ
: ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
✧═════•❁❀❁•═════✧
ବୃଷ
ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
✧═════•❁❀❁•═════✧
ମିଥୁନ
: ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
✧═════•❁❀❁•═════✧
କର୍କଟ
: ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════✧
ସିଂହ
ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
✧═════•❁❀❁•═════✧
କନ୍ୟା
ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
✧═════•❁❀❁•═════✧
ତୁଳା
ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
✧═════•❁❀❁•═════✧
ବିଛା
: ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
✧═════•❁❀❁•═════✧
ଧନୁ
ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
✧═════•❁❀❁•═════✧
ମକର
ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
✧═════•❁❀❁•═════✧
ତ୍କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
✧═════•❁❀❁•═════✧
ମୀନ
: ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking