“ଆମେ ଜାଣି କି ହେଉ ବା ଅଜଣା ରେ ହେଉ ଯଦି କାହା ମନରେ ଦୁଃଖ ଦେଇଛୁ ତାହା ହେଲେ sorry କହି ଦେଲେ …. ଆମେ ଛୋଟ ହେଇ ଯିବାନି ବରଂ ତା ଆଖି ରେ ଆମର ବ୍ୟକ୍ତିତ୍ବ ଆହୁରି ବଢ଼ି ଯିବ !!”*
ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ , ପୁସ୍ତକ ଯେତେବି ପୁରୁଣା ହେଉ ହେଲେ ତାର ଶବ୍ଦ ବଦଳି ନ ଥାଏ , ସେହିପରି ସମ୍ପର୍କ ମଧ୍ୟ ବଦଳି ନଥାଏ !!”*
“ମଣିଷ ଘର ବଦଳାଇ ଥାଏ ବସ୍ତ୍ର ବଦଳାଇ ଥାଏ ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ … !!”*
ଜା”ସହୁଥିବା ଲୋକକେବେ ବି ବୋକା ହୋଇନଥାନ୍ତି … କାରଣ ତାଙ୍କ ଝିଭ ଉପରେ ସସ୍ମାରର ଲଗାମ ଲାଗିଥାଏ ନହେଲେ ଯିଏ ଶୁଣି ପାରେ ସିଏ ମଧ୍ୟ ଶୁଣାଇ ପାରେ …..!!”*
“କିଏ କଣ କରୁଛି ? କେମିତି କରୁଛି ? କଣ ପାଇଁ କରୁଛି ? କାହିଁକି କରୁଛି ? ଏସବୁଠୁ ଆପଣ ଯେତେ ଦୂରରେ ରହିବେ , ସେତେ ଖୁସିରେ ରହିବେ !!”
“ସବୁବେଳେ (୦)ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ, କାରଣ (୦)ଶୂନ ର ମୂଲ୍ୟ ତ ନଥାଏ ହେଲେ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ବଢ଼ାଇ ଦେଇଥାଏ !!”
“ଗଛକୁ ଭରଷା କଲେ ଫଳ ଖାଇବାକୁ ମିଳେ , ଗାଇକୁ ଭରଷା କଳେ କ୍ଷୀର ଖାଇବାକୁ ମିଳେ , ମଣିଷକୁ ଭରଷା କଳେ ଧୋକା ଖାଇବାକୁ ମିଳେ …. !
. .
ପାଦରେ କଣ୍ଟା ଏବଂ ସମ୍ପର୍କରେ ଶଙ୍କା, ଯଦି ଥରେ ପଶିଯାଏନା ସମ୍ପୂର୍ଣ୍ଣ ନ ବାହାରିବା ପଯ୍ୟନ୍ତ ଜନ୍ତଣା ହୋଇଥାଏ….*
ଓଁ ଶ୍ରୀଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ଅଦ୍ୟ ଅଗଷ୍ଟ ମାସ ୦୮ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଥୀ ରାତ୍ରି ଘ ୧୨/୩୦ ଗତେ ପଞ୍ଚମୀ
ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୧୨/୧୪ ଗତେ ହସ୍ତା
ଚନ୍ଦ୍ର-କନ୍ୟା
ଯୋଗ- ଶିବ
କରଣ – ବାଣିଜ୍ୟ
ସୌରମାସ- କର୍କଟ ୨୪ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୦୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୪
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ ୧୨/୩୦ଗତେ ଦକ୍ଷିଣେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତାଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୩/୧୫ ଗତେ ଘ୦୬/୧୪ ମଧ୍ୟେ
ମୃତେ ରାତ୍ରି ଘ୧୨/୧୪ ଗତେ ଏକପାଦପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୧/୨୫ ଗତେ ଘ୦୩/୧୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୦୫ ମଧ୍ୟେ ଓ ଘ୧୦/୧୭ଗତେ ଘ୧୨/୪୧ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।*
✧═════•❁❀❁•═════✧
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════✧
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*
✧═════•❁❀❁•═════✧
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
✧═════•❁❀❁•═════✧
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════✧
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
✧═════•❁❀❁•═════✧
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
✧═════•❁❀❁•═════✧
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।*
✧═════•❁❀❁•═════✧
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════✧
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* ।
✧═════•❁❀❁•═════✧
କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।*
✧═════•❁❀❁•═════✧
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।









