ଶାଶୁ ବୋହୂଙ୍କର ମେଣ୍ଟୁନି ଝଗଡା*
ଅଦାଲତ ହୁଏ ଲୋଡା,
ବିଚରା ସ୍ବାମୀଟି ବସି ଚିନ୍ତାକରେ
ସତରେ ଭାଗ୍ୟଟା ପୋଡା ।
ଟଙ୍କାର ମହତ୍ତ୍ବ ଆଜି ଏତେ ବଢ଼ିଯାଇଛି ଯେ ପାଖରେ ଥିଲେ ପର ବି ଆପଣାର କରିନେଉଛନ୍ତି, ଆଉ ପାଖରେ ନ ଥିଲେ ଆପଣାର ବି ପର କରିଦେଉଛନ୍ତି ।*
କେହି କେବେ ନିଜ ଇଛାରେ ବଦଳି ନଥାଏ, ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ ।*
ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ, ତାକୁ କେହି Change କରି ପାରିବେ ନାହିଁ, Scienceର ଯେତେ Develop ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁ ନାହିଁ ,ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତା’ର ଲୀଳା ଖେଳା କରି ପୁଣି ଫେରିଯିବ ।
. ଆମକୁ ଯାହା ବିଷୟରେ ଜଣା ନାହିଁ ସିଏ ହେଉଛି ଆତ୍ମା ଓ ପରମାତ୍ମା କି ଜ୍ଞାନ,ସେହି କଥା ନିଜେ ପରମାତ୍ମା ହିଁ ଶୁଣାଇ ଲେ ତାକୁ ହିଁ ଜାଣିବା ଜ୍ଞାନ….
ହଁ
ଜ୍ଞାନ ଆଲୋକ ଦ୍ବାରା ହିଁ ମନ ବୁଦ୍ଧି ସଂସ୍କାର ର ପରିବର୍ତ୍ତନ ହୁଏ, ଶାସ୍ତ୍ର ପୁରାଣ ଦ୍ବାରା ନୂହେଁ….
.
ଆମକୁ ଯାହା ବିଷୟରେ ଜଣା ନାହିଁ ସେହି କଥା ଜାଣିବା ହିଁ ଜ୍ଞାନ….
ହଁ
*ଜ୍ଞାନ ଆଲୋଚନା ଦ୍ବାରା ବଢ଼େ, ଯୁକ୍ତି ଦ୍ବାରା ନୂହେଁ….
ଅଦ୍ୟ ଅଗଷ୍ଟ ମାସ ୦୭ ତାରିଖ ୨୦୨୪ ମସିହା(ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ରାତ୍ରି ଘ ୦୯/୫୮ ଗତେ ଚତୁର୍ଥୀ
ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୯/୧୪ ଗତେ ଉତ୍ତରା ଫା
ଚନ୍ଦ୍ର-ସିଂହ ରାତ୍ରି ଘ୦୩/୫୭ ଗତେ କନ୍ୟା
ଯୋଗ- ପରିଘ
କରଣ – ତୈତିଳ
ସୌରମାସ- କର୍କଟ ୨୩ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୫୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୦୪
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୯/୫୯ ଗତେ ନୈରୁତେ
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତାଚନ୍ଦ୍ର
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୭ମଧ୍ୟେ
ବାରବେଳା – ଦିବା ଘ ୧୧/୫୨ଗତେ ଘ୦୧/୨୯ମଧ୍ୟେ
ମୃତେ ରାତ୍ରି ଘ୦୯/୧୪ ଗତେ ଏକପାଦପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୫ ମଧ୍ୟେ ଓରାତ୍ରି ଘ୦୭/୦୨ ଗତେ ଘ୦୯/୨୭ ମଧ୍ୟେ ଓ ଘ୦୨/୧୪ଗତେ ଘ୦୪/୫୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ
*✧═════•❁❀❁•═════✧ମେଷ :
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।*
✧═════•❁❀❁•═════✧
ବୃଷ
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।*
✧═════•❁❀❁•═════✧
ମିଥୁନ :
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।*
✧═════•❁❀❁•═════✧
କର୍କଟ :
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।*
✧═════•❁❀❁•═════✧
ସିଂହ
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।*
✧═════•❁❀❁•═════✧
କନ୍ୟା :
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।*
✧═════•❁❀❁•═════✧
ତୁଳା :
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।*
✧═════•❁❀❁•═════✧
ବିଛା :
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।*
✧═════•❁❀❁•═════✧
ଧନୁ :
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।*
✧═════•❁❀❁•═════✧
ମକର :
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।*
✧═════•❁❀❁•═════✧
କୁମ୍ଭ :
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।*
✧═════•❁❀❁•═════✧
ମୀନ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।