ରୂପ ଠାରୁ ଚରିତ୍ର ବଡ, ପ୍ରେମ ଠାରୁ ତ୍ଯାଗ ବଡ ଓ ଧନ ଠାରୁ ମାନବିକତା ବଡ ।ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ।
ଏଇତ ଆମ ସମାଜର ଚିନ୍ତାଧାରା
ଝିଅ ଖୁସିରେ ରହିଲେ,
ଜ୍ୱାଇଁ ବହୁତ ବଢିଆ..
ବୋହୂ ଖୁସିରେ ରହିଲେ,
ପୁଅ ମାଇପ ବୁଦ୍ଧିଆ..
ଝିଅର ଝିଅ ହେଲେ ଲକ୍ଷ୍ମୀ ଆସିଛି..
ବୋହୂର ଝିଅ ହେଲେ ମହାଭାରତ..।
ଜୀବନ ଗୋଟିଏ ନୋଟବୁକ୍ ଭଳି*
ଯାହାର ଦୁଇଟି ପୃଷ୍ଠା ଭଗବାନଙ୍କ ଦ୍ୱାରା ପୂର୍ବରୁ ଲେଖା ଅଛି.. ପ୍ରଥମଟି ହେଲା ଜନ୍ମ ଆଉ ଶେଷଟି ହେଲା ମୃତ୍ୟୁ।
ମଝି ପୃଷ୍ଠା ଗୁଡିକ ସମ୍ପୂର୍ଣ୍ଣ ଫାଙ୍କା ଅଛି,
ଏହା ଆପଣଙ୍କ ଉପରେ ନିର୍ଭର କରେ…
ଆପଣ ସେଠାରେ ସୁଖ ଲେଖିବେ ନା ଦୁଃଖ ।
ଶବ୍ଦର ଶକ୍ତିକୁ ଅବମାନନା କରନ୍ତୁ ନାହିଁ । ଏକ ଛୋଟ “ହଁ” ଏବଂ ଏକ ଛୋଟ “ନା” ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ ।
ଆଜିକାଲିର ମଣିଷ…
ତା ଜୀବନରେ ବହୁତ warning ପାଇଥାଏ
ହେଲେ ସବୁଠୁ ଅଧିକ ଗୁରୁତ୍ୱ..
ନିଜ mobile ର low battery warning କୁ ଦେଇଥାଏ । _.
ଆପଣଙ୍କୁ ଭଲ ପାଉଥିବା ମଣିଷକୁ ଟିକେ ସମୟ ଦେବାକୁ ଚେଷ୍ଟା କରନ୍ତୁ….
କାହିଁକିନା
ସମସ୍ତେ ହାତୀ, ଘୋଡ଼ା ଖୋଜନ୍ତିନି, କିଛି ଲୋକ ଆପଣଙ୍କଠୁ ଟିକେ ସମୟ ଓ ଭଲ ପାଇବା ଚାହିଁଥାଆନ୍ତି….
ଅଦ୍ୟ ଜୁଲାଇ ମାସ ୨୯ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ନବମୀ ସନ୍ଧ୍ୟା ଘ ୦୬/୧୨ ଗତେ ଦଶମୀ
ନକ୍ଷତ୍ର- ଦ୍ଵିଜା ଦିବା ଘ୧୧/୪୮ ଗତେ କୃତ୍ତିକା
ଚନ୍ଦ୍ର- ମେଷ ସନ୍ଧ୍ୟା ଘ ୦୫/୪୦ ଗତେ ବୃଷ
ଯୋଗ- ଗଣ୍ଡ
କରଣ – ତୈତିଳ
ସୌରମାସ- କର୍କଟ ୧୪ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୫୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୨୪
*✧═════•❁❀
ଯୋଗିନୀ ପୂର୍ବେ ସନ୍ଧ୍ୟା ଘ ୦୬/୧୨ ଗତେ ଉତ୍ତରେ
ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ରାଶି ର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା – ଦିବା ଘ୦୭/୦୨ ଗତେ ଘ୦୮/୪୦ ମଧ୍ୟେ
ବାରବେଳା – ଦିବା ଘ୦୩/୦୫ଗତେ ଘ୦୪/୪୧ ମଧ୍ୟେ
ମୃତେ ଦିବା ଘ ୧୧/୪୮ ଗତେ ଏକପାଦପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା୦୭/୦୧ ମଧ୍ୟେ ଓ ଘ ୧୦/୧୩ ଗତେ ଘ୧୨/୩୫ମଧ୍ୟେ ଓ ରାତ୍ରି ଘ୦୭/୦୭ଗତେ ଘ୦୯/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ଲାଉ ସନ୍ଧ୍ୟା ଘ ୦୬/୧୨ ଗତେ କଳମଶାଗ ଭକ୍ଷଣ ନିଷେଧ*
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।*
✧═════•❁❀❁•═════✧
ବୃଷ
ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ।*
✧═════•❁❀❁•═════✧
ମିଥୁନ
ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।*
✧═════•❁❀❁•═════✧
କର୍କଟ
ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।*
✧═════•❁❀❁•═════✧
ସିଂହ
ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ*
✧═════•❁❀❁•═════✧
କନ୍ୟା
ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।*
✧═════•❁❀❁•═════✧
ତୁଳା
ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।*
✧═════•❁❀❁•═════✧
ବିଛା
ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।*
✧═════•❁❀❁•═════✧
ଧନୁ
ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।*
✧═════•❁❀❁•═════✧
ମକର
ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।*
✧═════•❁❀❁•═════✧
କୁମ୍ଭ
ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।*
✧═════•❁❀❁•═════✧
ମୀନ
:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।