ଭୁବନେଶ୍ୱର: ପୀଡିତା ଦିଲ୍ଲୀ ସ୍ଥାନାନ୍ତର ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଉଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩/୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ବି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଛି ।










