14.1 C
Bhubaneswar
Monday, December 8, 2025
Homeଓଡିଶାଭୁବନେଶ୍ୱରରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ

ଭୁବନେଶ୍ୱରରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ରାଜଧାନୀରେ ଚିନ୍ତା ବଢାଉଛି  ବାୟୁ ପ୍ରଦୂଷଣ । ଲଗାତାର ଏକ ସପ୍ତାହ ହେବ ରାଜଧାନୀ ଭୁବନେଶ୍ୱରରେ  ବାୟୁ ପ୍ରଦୂଷଣର ମାନ ଖରାପ ସ୍ତରରେ ରହିଛି । ନଭେମ୍ବର ମାସରେ ବାୟୁର ଏଭଳି  ମାନ ଖୋଦ ରାଜ୍ୟ ପ୍ରଦୂଷଣ ବୋର୍ଡ ର ଚିନ୍ତା ବଢାଇଛି । ରାଜ୍ୟରେ ବିଶେଷ ଭାବରେ ଶୀତ ଋତୁରେ ଅର୍ଥାତ  ଡିସେମ୍ବର ପରଠାରୁ ଜାନୁଆରୀ   ୧୫ ମଧ୍ୟରେ   ବାୟୁର ମାନ ନିମ୍ନ ସ୍ତରକୁ ଯାଏ ।  ହେଲେ ଚଳିତ ବର୍ଷ ନଭେମ୍ବର ମାସରୁ ହିଁ ବାୟୁର ମାନ ଏଭଳି  ନିମ୍ନ ସ୍ତରକୁ  ଯିବା ନେଇ ଚିନ୍ତା ବଢିଛି ।  ସେଭଳି ଚଳିତ ବର୍ଷ ନଭେମ୍ବର ମାସରେ ଶୀତର ପ୍ରଭାବ ଅଧିକ ଥିବାରୁ ଭୁବନେଶ୍ୱରର ଏକ୍ୟୁଆଇ ମାନ ଖସିଛି ବୋଲି ରାଜ୍ୟ ପ୍ରଦୂଷଣ  ବୋର୍ଡ ପକ୍ଷରୁ କୁହାଯାଇଛି ।  ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ବାଲେଶ୍ୱର, ତାଳଚେର ଏବଂ କଳିଙ୍ଗ ନଗରରେ ମଧ୍ୟ ନଭେମ୍ବର ମାସରେ  ବାୟୁରମାନ ନିମ୍ନ ସ୍ତରରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking