ତାଳଚେର: ଦିଲ୍ଲୀକୁ ପଛରେ ପକାଇ ବାୟୁ ପ୍ରଦୂଷଣରେ ଟପିଲା ତାଳଚେର। ଏହାକୁ ନେଇ ଗତକାଲିର ସରକାରୀ ହିସାବ ମୁତାବକ ଏକ୍ୟୁଆଇରେ ତାଳଚେରରେ ସକାଳ ସମୟରେ ୩୫୫ ଯାହାକି ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଯାହା ଫଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଭାରିଯାନ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଚିକିତ୍ସାଳୟ ଓ ବେସରକାରୀ ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଦୂଷଣ ବାୟୁ ସହ ବ୍ୟବହାର କରୁଥିବା ପାନୀୟଜଳ ଯାହା ଫଳରେ ବିଭିନ୍ନ ରୋଗାକ୍ରାନ୍ତ ହେଉଛନ୍ତି ଅଞ୍ଚଳବାସୀ। ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇ ପାରିବ। କିନ୍ତୁ କୋଇଲା ଖଣି ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନଥିବାରୁ ଆଜି ଏପରି ସମସ୍ୟା ଉପୁଜିଛି। ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ବିଏନ୍ଏସ୍ଏସ୍ ଆକ୍ଟ ଲାଗୁ କରାଯାଇଛି। ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଇଏ ଧର୍ମକୁ ଆଖିଠାର ନୁହେଁ ତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଦୈନିକ ହଜାର ହଜାର ଭାରୀଯାନ ଯଥା- କୋଇଲା ଓ ପାଉଁଶ ଟ୍ରକ୍ ଅହରହ ଚଳପ୍ରଚଳ କରୁଥିବା, ଖଣିଖାଦନ, ଶିଳ୍ପଗୁଡ଼ିକରୁ ନିର୍ଗତ ବିଷ।।କ୍ତ ଧୂଆଁ, କଞ୍ଚା କୋଇଲା ଜାଳେଣି ରୂପେ ବ୍ୟବହାର କରିବା, ଟାର ରିଷୋଲିଙ୍ଗ ପାଇଁ କୋଇଲା ବ୍ୟବହାର, ରାସ୍ତାନିର୍ମାଣରେ କ୍ରସରଗୁଣ୍ଡ ଓ ପାଉଁଶ ବ୍ୟବହାର ଯୋଗୁଁ ପ୍ରଦୂଷଣ ପ୍ରଚୁରମାତ୍ରାରେ ବୃଦ୍ଧି ପାଉଥିବା ବେଳେ ସକାଳୁ ଘରୁ ଉଠିଲା ବେଳେ ଶ୍ୱାସକ୍ରିୟାରେ ଏତେ କଷ୍ଠ ଅନୁଭବ ହେଉଛି ଯେ, ଯିଏ ପ୍ରକୃତ ଭକ୍ତଭୋଗି ସେ ହିଁ କହିବ।
ଆଉ ଏକ ଉଦାହରଣ ହେଲା ତାଳଚେର ଅଞ୍ଚଳରେ ଯେଉଁସବୁ ବଡ଼ବଡ଼ ଗଛଗୁଡ଼ିକ ରହିଛି ସେହି ଗଛର ଡ଼ାଳ ପତ୍ରରେ ଏତେ ପରିମାଣର ଡ଼ଷ୍ଟ ଭର୍ତି ହୋଇ ରହିଥାଏ ଯେ ଯେକୌଣସି ଲୋକ ଏହାକୁ ଦେଖିଲେ କେତେ ବାୟୁ ପ୍ରଦୂଷଣ ସ୍ପଷ୍ଟବାରି ହେଇଯିବ। ଏହାର ନିରାକରଣ ପାଇଁ ଗ୍ରାମଠାରୁ ସହରାଞ୍ଚଳ ଗୁଡ଼ିକରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ, ରାସ୍ତାରେ ଜମି ରହିଥିବା ଧୂଳି, ମାଟି, ପାଉଁଶକୁ ଦୈନିକ ପରିସ୍କାର କରି ପାଣି ସଞ୍ଚନ କଲେ ଏହା କିଛିକାଂଶରେ ରୋକାଯାଇ ପାରନ୍ତା। ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ମୂତାବକ ସନ୍ଧ୍ୟା ୬ରୁ ସକାଳ ୧୦ଟା ମଧ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଦିନକୁ ୩ଥର ପ୍ରତ୍ୟେକ ରାସ୍ତାରେ ପାଣି ସିଞ୍ଚନ, ତାଳଚେର ସହରକୁ ଭାରୀଯାନକୁ ସମ୍ପୂର୍ଣ୍ଣ ବାରଣ, ଢ଼ାବାରେ କୋଇଲା ଜାଳେଣି, ଆବର୍ଜନ ପୋଡ଼ିବା, କୋଇଲା ଓ ପାଉଁଶ ଟ୍ରକ ଉପରେ କଟକଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଆସନ୍ତା ୭ଦିନ ପାଇଁ ଗାଇଡ୍ଲାଇନ ପାଳନ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ମାତ୍ର ୭ଦିନ ଭିତରେ କ’ଣ ତାଳଚେରରୁ ପଲ୍ୟୁସନ୍ ସମ୍ପୂର୍ଣ୍ଣଭାବେ ଏହି ନିୟମଗୁଡ଼ିକ ପାଳନ କଲେ ପଲ୍ୟୁସନ୍ କମିଯିବ କି? ବରଂ ଉନ୍ନତମାନର ଜ୍ଞାନକୌଶଳରେ ରାସ୍ତାରୁ ଧୂଳିପାଉଁଶ ହଟାଇବା, ସରକାରଙ୍କ ପ୍ରଦୂଷଣ ଗାଇଡ୍ଲାଇନକୁ ମାନି ଶିଳ୍ପ କଳକାରଖାନାଗୁଡ଼ିକୁ ଚାଲୁ ରଖିବାକୁ ଯଦି କଡ଼ା କଡ଼ି ଭାବେ ପାଳନ କରାଯିବ ତେବେ ଅନୁଗୁଳ ଜିଲ୍ଳାର ତାଳଚେର ସହର ପ୍ରଦୂଷଣ ମୁକ୍ତ ହୋଇପାରିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।









