21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଦିଲ୍ଲୀରେ ବାୟୁ ପ୍ରଦୂଷଣ: ସତର୍କତା ଜାରି କଲା ପାଣିପାଗ ବିଭାଗ

ଦିଲ୍ଲୀରେ ବାୟୁ ପ୍ରଦୂଷଣ: ସତର୍କତା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୁଷଣ ଖରାପ ପରିସ୍ଥିତିରେ ରହିଛି । ଫଳରେ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଆଜି ସକାଳେ ଦିଲ୍ଲୀର ଇଣ୍ଡିଆ ଗେଟ ଉପରେ  ଘନ କୁହୁଡିର ଆବରଣ ପଡିଥିଲା ପରି ଦେଖାଯାଉଥିଲା। ସିପିସିବି ତଥ୍ୟ ଅନୁଯାୟୀ, ଇଣ୍ଡିଆ ଗେଟ ଅଞ୍ଚଳରେ ଏକ୍ୟୁଆଇ ୪୦୦ ରେକର୍ଡ କରାଯାଇଛି। ଉତ୍ତର ଭାରତର ଅନ୍ୟ ସ୍ଥାନରେ ଥଣ୍ଡା ଅନୁଭୁତ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୦ ତାରିଖରେ ପଶ୍ଚିମ ମଧ୍ୟପ୍ରଦେଶର କିଛି ସ୍ଥାନରେ  ଶୀତର ପ୍ରଭାବ ଦେଖାଦେଇଛି। ଆଗାମୀ ୫ ଦିନ ମଧ୍ୟରେ କେନ୍ଦ୍ରୀୟ ଭାରତରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ନଭେମ୍ବର ୨୧ ତାରିଖରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାୟୁ ପ୍ରଦୁଷଣର ଖରାପ ପରିସ୍ଥିତିରେ ଶ୍ୱାସକ୍ରିୟା ଜନିତ ସମସ୍ୟା, ଫୁସଫୁସ ସଂକ୍ରଣମ ଭଳି ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି। ଏନେଇ ତ୍ୱରିତ ପଦକ୍ଷେପ ମଧ୍ୟ ନିଆଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ପରାମର୍ଶ ଦେଇଥିଲେ ଯେ, ସମସ୍ତ କର୍ମଚାରୀ କିଛି ଦିନ ପାଇଁ ଘରେ ବସି କାମ କରନ୍ତୁ। ଅନ୍ୟପଟେ ଗତକାଲି ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀର ଏନସିଆର ଅଞ୍ଚଳରେ ଥିବା ସ୍କୁଲ ଗୁଡିକରେ ସ୍ପୋର୍ଟ୍ସ ଏବଂ ଆଥଲେଟିକ୍ସ ଇଭଣ୍ଟେଗୁଡିକୁ ସ୍ଥଗିତ ରଖି ଅନ୍ୟ ମାସରେ କରିବା ପାଇଁ  ବାୟୁଗୁଣବତ୍ତା ପରିଚାଳନା ଆୟୋଗକୁ ଅନୁରୋଧ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking