24.1 C
Bhubaneswar
Friday, January 16, 2026
Homeଓଡିଶାରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ତାଳଚେରରେ AQI ୨୫୦ ରେ ପହଞ୍ଚିଥିବା ବେଳେ ଆଜି ଅନୁଗୁଳରେ ଏହା ୨୦୬, ଭୁବନେଶ୍ୱରରେ ୨୨୮ ଓ କଟକରେ ୨୨୯ ରହିଛି। ଗତକାଲି ବାଲେଶ୍ବରରେ AQI ୨୩୨, ଭୁବନେଶ୍ଵରରେ ୨୩୦, କଟକରେ ୨୧୯, ରାଉରକେଲାରେ ୧୩୮, ନୟାଗଡରେ ୧୦୬, ବଡବିଲରେ ୧୨୨, ବାରିପଦାରେ ୧୧୧, ବଜ୍ରରାଜନଗରରେ ୧୦୩ ଏବଂ କେନ୍ଦୁଝରରେ ଏକ୍ୟୁଆଇ ୧୪୨ ଥିଲା । ଆଗରୁ ବାଲେଶ୍ବର, ଅନୁଗୁଳ, କଟକ, ଭୁବନେଶ୍ବର ଏବଂ ତାଳଚେରରେ ବାୟୁ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଥିଲା। ହେଲେ ଏବେ ପୁଣି ଥରେ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଧୀରେ ଧୀରେ AQI ୩୦୦ ଆଡ଼କୁ ଯାଉଥିବାରୁ ଉଦବେଗ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking