19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବାୟୁ ପ୍ରଦୂଷଣ: ନଡ଼ା ଜାଳିଲେ ୩୦ ହଜାର ଟଙ୍କା ଜରିମାନା

ବାୟୁ ପ୍ରଦୂଷଣ: ନଡ଼ା ଜାଳିଲେ ୩୦ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ଏଣିକି ନଡ଼ା ଜାଳିଲେ ୩୦ ହଜାର ଟଙ୍କା ଦେବେ ଜରିମାନା । ପେନାଲ୍ଟି ରାଶିକୁ ଦୁଇ ଗୁଣ କରିଛନ୍ତି କେନ୍ଦ୍ର ସରକାର । ପ୍ରତିବର୍ଷ ଶୀତ ଆରମ୍ଭ ହେବା ସହିତ ଦିଲ୍ଲୀରେ ପ୍ରଦୂଷଣ ସ୍ତର ମଧ୍ୟ ବଢ଼ିଯାଇଥାଏ । ଚଳିତ ବର୍ଷ ବି ଏମିତି କିଛି ଦେଖିବାକୁ ମିଳିଛି । ଦିଲ୍ଲୀରେ ଶୀତ ବୃଦ୍ଧି ଏବଂ ପବନର ଧିମା ଗତି ସାଙ୍ଗକୁ ବାୟୁ ପ୍ରଦୂଷଣ ଓ କୁହୁଡ଼ି ଛାଇଯାଇଛି । ଶୀତ ଋତୁରେ ସାଧାରଣତଃ ପଞ୍ଜାବ, ହରିୟାଣା ସମେତ ଦିଲ୍ଲୀ ଆଖାପାଖ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବାର ଦୃଶ୍ୟ ଦେଖାଯାଇଥାଏ । ବର୍ତ୍ତମାନ ଲୋକେ ଯେପରି ନଡ଼ା ନ ଜାଳିବେ, ସେଥିପାଇଁ ଜରିମାନା ରାଶିକୁ ଦୁଇ ଗୁଣ କରାଯାଇଛି । କେନ୍ଦ୍ର ସରକାର ଏହି ରାଶିକୁ ବଢ଼ାଇ ଦେଇଛନ୍ତି ।

ନୂଆ ନିଷ୍ପତ୍ତି ମୁତାବକ, ଯଦି ଚାଷୀ ନଡ଼ା ଜଳାଉଛନ୍ତି ଏବଂ ତାଙ୍କ ପାଖରେ ୨ ଏକରରୁ କମ୍ ଜମି ରହିଛି, ତା’ ହେଲେ ୫ ହଜାର ଟଙ୍କା ଜରିମାନା ଦେବେ । ୨ରୁ ୫ ଏକର ଥିବା ଚାଷୀଙ୍କ ପାଇଁ ୧୦ ହଜାର ଏବଂ ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ପାଇଁ ୩୦ ହଜାର ଟଙ୍କା ଜରିମାନା ରାଶି ସ୍ଥିର କରାଯାଇଛି । ଗତ ମାସରେ ସୁପ୍ରିମକୋର୍ଟ ମଧ୍ୟ କମ୍ ଜରିମାନା ପାଇଁ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଥିଲେ, ଯାହାପରେ ଏବେ କେନ୍ଦ୍ର ନଡ଼ା ଜଳିବାକୁ ନେଇ ଜରିମାନା ରାଶିକୁ ଦୁଇ ଗୁଣ କରିଦେଇଛି । ଏହି ନିୟମ ରାଜଧାନୀ ଦିଲ୍ଲୀ ଏବଂ ଆଖାପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଅଧିନିୟମ ଆକ୍ଟ ୨୦୨୧ ଅଧୀନରେ ସଂଶୋଧିତ ହୋଇଛି। ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking