24.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶଦେବାଳିଆ ସ୍ଥିତିରେ ଏୟାର ଇଣ୍ଡିଆ!

ଦେବାଳିଆ ସ୍ଥିତିରେ ଏୟାର ଇଣ୍ଡିଆ!

ନୂଆଦିଲ୍ଲୀ: ଗତ ୧୨ତାରିଖରେ ଅହମଦାବାଦ୍ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ସ୍ଥିତି ଏବେ ସଂକଟରେ ପଡ଼ିଯାଇଛି। କୌଣସି ନା କୌଣସି କାରଣ ପାଇଁ ନିୟମିତ ଭାବେ ଏୟାର ଇଣ୍ଡିଆର ବିମାନ ଉଡାଣ ବାତିଲ ହେଉଥିବାର ଦେଖିବାକୁ ମିଳୁଛି। ଏହି ଉଡାଣ ବାତିଲ ପ୍ରକ୍ରିୟା ଅହମଦାବାଦ୍ ବିମାନ ଦୁର୍ଘଟଣା ପରଠାରୁ ଜାରି ରହିଛି। ଏହାସହିତ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଅନେକ ଉଡ଼ାଣକୁ ମଧ୍ୟ ଫେରାଇ ନେବାକୁ କିମ୍ବା ଜରୁରୀକାଳୀନ ଅବତରଣ କରିବାକୁ ଏୟାର ଇଣ୍ଡିଆ ବାଧ୍ୟ ହୋଇଛି। ବିମାନବନ୍ଦରରେ ରକ୍ଷଣାବେକ୍ଷଣ ଏବଂ ପରିଚାଳନାଗତ ତ୍ରୁଟି କାରଣରୁ ମଧ୍ୟ କିଛି ବିମାନ ଉଡାଣ ବାତିଲ ହୋଇଆସୁଛି। ଏସବୁ ମଧ୍ୟରେ ଶୁକ୍ରବାର (୨୦ ଜୁନ)ରେ ମଧ୍ୟ ଏୟାର ଇଣ୍ଡିଆ ଏହାର ୮ଟି ଉଡ଼ାଣ ବାତିଲ କରିଛି। ଏଥିରେ ୪ଟି ଅନ୍ତର୍ଜାତୀୟ ଏବଂ ୪ଟି ଘରୋଇ ଉଡ଼ାଣ ସାମିଲ ରହିଛି। ଶୁକ୍ରବାର ବାତିଲ ହୋଇଥିବା ଉଡ଼ାଣ ପଛର କାରଣ ଭାବେ ବିମାନବନ୍ଦରରେ ରକ୍ଷଣାବେକ୍ଷଣ ଏବଂ ପରିଚାଳନାଗତ ସମସ୍ୟା ବୋଲି କୁହାଯାଉଛି। ଶୁକ୍ରବାର ଏୟାର ଇଣ୍ଡିଆ ଯେଉଁ ଘରୋଇ ରୁଟ୍‌ରେ ଉଡ଼ାଣ ବାତିଲ କରିଛି ସେଥିରେ ପୁଣେରୁ ଦିଲ୍ଲୀ ଉଡ଼ାଣ ଏଆଇ ୮୭୪, ଅହମଦାବାଦରୁ ଦିଲ୍ଲୀ ଉଡ଼ାଣ ଏଆଇ ୪୫୬, ହାଇଦ୍ରାବାଦରୁ ମୁମ୍ବାଇ ଉଡ଼ାଣ ଏଆଇ ୨୮୭୨ ଏବଂ ଚେନ୍ନାଇରୁ ମୁମ୍ବାଇ ଉଡ଼ାଣ ଏଆଇ ୫୭୧ ଅନ୍ତର୍ଭୁକ୍ତ। ସେହିପରି ଶୁକ୍ରବାର ପାଇଁ ଏୟାର ଇଣ୍ଡିଆ ଦ୍ୱାରା ବାତିଲ କରାଯାଇଥିବା ଆନ୍ତର୍ଜାତୀୟ ଉଡ଼ାଣଗୁଡ଼ିକ ମଧ୍ୟରେ ଦୁବାଇରୁ ଚେନ୍ନାଇ ଉଡ଼ାଣ ଏଆଇ ୯୦୬, ଦିଲ୍ଲୀରୁ ମେଲବୋର୍ଣ୍ଣ ଉଡ଼ାଣ ଏଆଇ ୩୦୮, ମେଲବୋର୍ଣ୍ଣରୁ ଦିଲ୍ଲୀ ଉଡ଼ାଣ ଏଆଇ ୩୦୯ ଏବଂ ଦୁବାଇରୁ ହାଇଦ୍ରାବାଦ ଉଡ଼ାଣ ଏଆଇ ୨୨୦୪ ଆଦି ସାମିଲ ରହିଛି।

ତେବେ ଏୟାର ଇଣ୍ଡିଆର ଏପ୍ରକାର ବିମାନ ଉଡାଣ ବାତିଲ ହେବା ଯୋଗୁ କମ୍ପାନୀକୁ ମାତ୍ରାଧିକ କ୍ଷତି ହେବାରେ ଲାଗିଛି। ଦୈନିକ ପ୍ରାୟ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ବାଧ୍ୟ ହେଉଛି ଏୟାର ଇଣ୍ଡିଆ। ସ୍ଥିତି ଏବେ ଏପରି ହୋଇଛି ଯେ, କମ୍ପାନୀ ଦେବାଳିଆ ହେବା ଦ୍ୱାରଦେଶରେ ଉପନୀତ ହୋଇଛି। ପ୍ରକାଶ, ଅହମଦାବାଦ ବିମାନ ଦୁର୍ଘଟଣାକୁ ୮ ଦିନ ବିତିଥିବା ବେଳେ ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ଏୟାର ଇଣ୍ଡିଆର ମୋଟ ୮୪ଟି ଉଡ଼ାଣ ବାତିଲ କରାଯାଇସାରିଛି। ଏହା ସହିତ, ପ୍ରତ୍ୟେକ ବିମାନବନ୍ଦରରେ ବିମାନର କାର୍ଯ୍ୟକ୍ଷମ ଯାଞ୍ଚ ସମ୍ପର୍କରେ ମଧ୍ୟ କଡ଼ାକଡ଼ି ନିର୍ଦ୍ଦେଶ ପାଳନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking