27.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶବାୟୁସେନା ସିଭିଲ୍ ଇଞ୍ଜିନିୟରଙ୍କୁ ହତ୍ୟା

ବାୟୁସେନା ସିଭିଲ୍ ଇଞ୍ଜିନିୟରଙ୍କୁ ହତ୍ୟା

ପ୍ରୟାଗରାଜ: ଶନିବାର ସକାଳେ ଉତ୍ତର ପ୍ରଦେଶର ପ୍ରୟାଗରାଜର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ରହୁଥିବା ଜଣେ ଭାରତୀୟ ବାୟୁସେନା ସିଭିଲ୍ ଇଞ୍ଜିନିୟରଙ୍କୁ ତାଙ୍କ ସରକାରୀ ବାସଭବନରେ ଗୁଳି କରି ହତ୍ୟା କରାଯାଇଛି ବୋଲି ପୋଲିସ କହିଛି। ପୁରାମୁଫ୍ଟି ଷ୍ଟେସନ ହାଉସ୍ ଅଫିସର (ଏସ୍‌ଏଚ୍‌ଓ) ମନୋଜ ସିଂହ କହିଛନ୍ତି ଯେ, ବାୟୁସେନା ଷ୍ଟେସନ ଭିତରେ ଥିବା ଇଞ୍ଜିନିୟର୍ସ କଲୋନିରେ ଥିବା ବାୟୁସେନାର ସିଭିଲ୍ ଇଞ୍ଜିନିୟର ଏସ୍‌ଏନ୍ ମିଶ୍ର (୫୧)ଙ୍କ ଘରେ ଏହି ଗୁଳିକାଣ୍ଡ ଘଟିଛି। ଶ୍ରୀ ମିଶ୍ର ନିଜ କୋଠରୀରେ ଶୋଇଥିବା ସମୟରେ କିଛି ଅଜଣା ବ୍ୟକ୍ତି ଝରକା ଦେଇ ତାଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିବା ବେଳେ ତାଙ୍କୁ ତୁରନ୍ତ ସେନା ହସ୍ପିଟାଲକୁ ନିଆଯାଇଥିଲା। ତେବେ ବହୁ ଚେଷ୍ଟା ସତ୍ତ୍ୱେ ଶ୍ରୀ ମିଶ୍ରଙ୍କୁ ଡାକ୍ତରୀ ଟିମ୍ ବଞ୍ଚାଇପାରିନଥିଲେ। ତେବେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଅନ୍ୟପକ୍ଷେ ଡେପୁଟି ପୋଲିସ କମିଶନର (ସହର) ଅଭିଷେକ ଭାରତୀ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳ ଯାଞ୍ଚ କରିଛି ଏବଂ ସୂଚନା ସଂଗ୍ରହ ପାଇଁ ନିରୀକ୍ଷଣ ଦଳ ମଧ୍ୟ ଯାଇଛି। ସେ କହିଛନ୍ତି ଯେ ବାୟୁସେନା ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ସୀମା ଡେଇଁ ଭିତରକୁ ପ୍ରବେଶ କରୁଥିବାର ଦେଖାଯାଉଛି, ତାଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ମିଶ୍ରଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରାଯାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ମୃତ ବାୟୁସେନା ସିଭିଲ୍ ଇଞ୍ଜିନିୟରଙ୍କ କାହା ସହ ଶତ୍ରୁତା ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking